ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଟିକା ରାଜନୀତି: ସେବେ ବିରୋଧୀ କହିଥିଲେ, ଏବେ ନଡ୍ଡା ଗର୍ଜିଲେ

0

ନୂଆଦିଲ୍ଲୀ: କୋଭିଡ୍ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜୀ ଆଜିଠାରୁ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ଶ୍ରୀ ନଡ୍ଡା କହିଥିଲେ ଯେ ଟିକାକରଣ ଅଭିଯାନକୁ ବଦନାମ କରିବା ଲାଗି ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଯାଇଥିଲା। ବିରୋଧୀ ଦଳ ମାନେ ଏହାକୁ ନେଇ ରାଜନୀତିକରଣ ଆରମ୍ଭ କରିଥିଲେ। ଏବେ କି କ୍ବାରେଣ୍ଟିନରେ ତ ଆଉ କିଏ ଆଇସିୟୁରେ ବୋଲି କଟାକ୍ଷ କରିଛନ୍ତି ନଡ୍ଡା।

ପ୍ରଥମେ ସେମାନେ କହିଲେ ଯେ କୋଭିଡ୍-୧୯ ଟିକା ନେଇ ଦ୍ବନ୍ଦ୍ବ ରହିଛି। ଡାକ୍ତରୀ ପରୀକ୍ଷା ଶେଷ ହୋଇନାହିଁ। କେତେକ ନେତା ତ ଏହା ବି କହିଥିଲେ ଯେ ଲୋକଙ୍କୁ ମୂଷା ଭଳି ବ୍ୟବହାର କରାନଯାଉ। ଏହା କି ପ୍ରକାର ଭାଷା? ଶ୍ରୀ ନଡ୍ଡା ବିରୋଧୀଙ୍କୁ ତାତ୍ସଲ୍ୟ କରି ଆଜି ଏଭଳି କହିଛନ୍ତି। ଗତବର୍ଷ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଥିଲେ ଯେ ଭାରତବର୍ଷକୁ ଏକ ପରୀକ୍ଷାମୂଳକ ଲ୍ୟାବ୍ ଭଳି ବ୍ୟବହାର କରାନଯାଉ।

ଶ୍ରୀ ନଡ୍ଡା ଆଜି ଆହୁରି କହିଛନ୍ତି ଯେ ଆଜିଠାରୁ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦିଓ ଟିକାକରଣକୁ ବିରୋଧୀ ଦଳ ବଦନାମ କରିବାକୁ ଉଦ୍ୟମ କରିଥିଲେ, ତଥାପି ୧.୩ ବିଲିୟନ୍ ନାଗରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ଶୁଣି ଟିକା ନେବା ପାଇଁ ଆଗେଇ ଆସିଥିଲେ। ଏବେ ମୁଁ ସେହି ରାଜନେତାମାନଙ୍କୁ ପ୍ରଶ୍ନ କରିବାକୁ ଚାହେଁ ଯେ ଯେଉଁମାନେ ନିଜକୁ ଗିନି ଘୁଷୁରି ବୋଲି କହିଥିଲେ, ସେମାନେ ଆଜି ନିଜକୁ କିଭଳି ଟିକାକରଣ କରୁଛନ୍ତି। ଟିକାକରଣ ଭଳି ପଦକ୍ଷେପକୁ ନେଇ ରାଜନୀତି କରିବା ଲାଗି ସେମାନେ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି କହିଛନ୍ତି।

ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭଳି ବିରୋଧୀ ଦଳର ଅନେକ ନେତା ଟିକାକରଣ ନୀତି ଉପରେ କେନ୍ଦ୍ରକୁ ତୀବ୍ର ସମାଲୋଚନା କରିଥିଲେ। ଜାନୁଆରୀରେ ନିଜେ କେବେ ବି ଟିକା ନେବେ ନାହିଁ ବୋଲି କହିଥିବା ଅଖିଳେଶ ଯାଦବ ଏବେ ୟୁ-ଟର୍ନ ନେଇଛନ୍ତି। ଜୁନ୍ ୮ ତାରିଖରେ ସେ ଟିକା ନେବେ ବୋଲି କହିଛନ୍ତି। ଆମେ ବିଜେପିର ଟିକା ବିରୋଧରେ ଥିଲୁ କିନ୍ତୁ ଭାରତ ସରକାରଙ୍କ ଟିକାକୁ ସ୍ୱାଗତ କରୁଛୁ। ମୁଁ ମଧ୍ୟ ଟିକା ନେବି | ଯେଉଁମାନେ ଟିକା ଅଭାବରୁ ଟୀକାକରଣ କରିପାରୁ ନାହାଁନ୍ତି ସେମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ମୁଁ ନିବେଦନ କରୁଛି ବୋଲି ଯାଦବ ଟ୍ୱିଟ୍ କରିଥିଲେ।

ସେହିଭଳି କେନ୍ଦ୍ରର କୋଭିଡ ନୀତିର ଦୃଢ଼ ସମାଲୋଚକ ଥିବା ରାହୁଲ ଗାନ୍ଧୀ ଜୁନ୍ ୧୬ ରେ କୋଭିସିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ୧୨ ରୁ ୧୬ ସପ୍ତାହ ବୃଦ୍ଧି ନିଷ୍ପତ୍ତି ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୮ କୋଟି ୩୬ ହଜାର ୮୯୮ ଜଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ଦିଆଯାଇଛି। ଆଜିଠାରୁ କେନ୍ଦ୍ର ସରକାର ସମସ୍ତ ସରକାରୀ ଟୀକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଇଞ୍ଜେକ୍ସନ ଦେବା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.