ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

୨୭ ଯାଏ କେଉଁ ଅଞ୍ଚଳରେ ପାଗ କିଭଳି ରହିବ, ଜାଣନ୍ତୁ

0
  • କେନ୍ଦୁଝର, ରାୟଗଡାରେ ନିଅଣ୍ଟିଆ ସ୍ଥିତିରେ ଉନ୍ନତି ଘଟିପାରେ
  • ପାଞ୍ଚଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତିରେ ପରିବର୍ତ୍ତନ ସମ୍ଭାବନା କମ୍
  • ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ବର: ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତି ଦିନ ସାଧାରଣ ଭାବେ ଘଡ଼ଘଡ଼ି ସହିତ ବର୍ଷା ରେକର୍ଡ କରାଯାଉଛି। କଟକ, ପୁରୀ, ଭୁବନେଶ୍ବର ଆଦି ଅଞ୍ଚଳରେ ଗତକାଲି ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଭୁବନେଶ୍ବର, କଟକର ବିଭିନ୍ନ ଅଞ୍ଚଳ ଜଳ​ମଗ୍ନ ହୋଇଯାଇଛି। ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଉଛନ୍ତି। ଠିକ୍ ଏମିତି ସମୟରେ ଆକଳନ କରାଯାଉଛି ଯେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗି ରହିବ। ପାଣିପାଗ ସଂପର୍କରେ ପୂର୍ବାନୁମାନ କରି ଏମିତି କହିଛନ୍ତି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ।

ତାଙ୍କ ଆକଳନ କହୁଛି, ଆସନ୍ତା ୨୫ ଓ ୨୬ ତାରିଖରେ ଉତ୍ତର ପ୍ରଦେଶରୁ ଉତ୍ତର ବଙ୍ଗୋପ ସାଗର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ଲମ୍ବିଛି। ଏହାର ପୂର୍ବ ଉପରିଭାଗରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରେ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରତି ଦିନ ମଧ୍ୟମ ଧରଣର ଅର୍ଥାତ୍ ପାଖାପାଖି ୩୫ ମିମି ବର୍ଷା ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ (୭୦ମିମି ଯାଏ) ବର୍ଷା ହେବାର ସମ୍ଭାବନା ଅଧିକ।

ଡ, ପଶୁପାଳକ କହିଛନ୍ତି ଯେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୨୪ରୁ ୨୬ ତାରିଖ ଯାଏ ସ୍ବଳ୍ପ ବର୍ଷା, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ୨୩ରୁ ୨୬ ସ୍ବଳ୍ପ ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘଡ଼ି ମାରିବ। ଏହାପରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ନାହିଁ।

୨୨ ତାରିଖରୁ ଚଳିତମାସ ଶେଷ ସୁଦ୍ଧା ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଥିବା ଗଞ୍ଜାମ, ଗଜପତି, ନୟାଗଡ଼, ଭଦ୍ରକ ଓ ଯାଜପୁରରେ ସମୁଦାୟ ବର୍ଷା ୫୦ମିମିରୁ କମ୍ ହେତୁ ଏସବୁ ଅଞ୍ଚଳରେ ସ୍ଥିତିରେ ପରିବର୍ତ୍ତନ ହେବାର କୌଣସି ଅବକାଶ ନାହିଁ। ତେବେ ରାୟଗଡ଼ା ଓ କେନ୍ଦୁଝରରେ ନିଅଣ୍ଟିଆ ସ୍ଥିତିରେ ଉନ୍ନତି ଘଟିବ। ସେହିଭଳି ଜୁଲାଇ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଭଲ ବର୍ଷାର ସମ୍ଭାବନା ରହିଛି। ଏଣୁ ଯେଉଁ ସବୁ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ରହିଛି, ସେସବୁ ସ୍ଥିତିରେ ଉନ୍ନତି ଘଟିପାରେ। କିଛି ମଡ଼େଲରୁ ନିର୍ଦିଷ୍ଟ ଭାବେ ଜଣାପଡ଼ୁଛି ଯେ ଚଳିତ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ବାଭାବିକ ବା ତା ଠାରୁ ଅଧିକ ରହିବ। ସେପ୍ଟେମ୍ବରରେ ଅଧିକ ବର୍ଷା ରେକର୍ଡ ହୋଇପାରେ।

Leave A Reply

Your email address will not be published.