ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ବିନା ପରୀକ୍ଷାରେ ପାସ ହାର ରେକର୍ଡ କଲା

0

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ପାସ ହାର ରହିଛି ୯୭.୮୯ ପ୍ରତିଶତ । ଯାହା ବୋର୍ଡ ଇତିହାସରେ ରେକର୍ଡ । ସବୁ ବର୍ଷର ପାସହାରକୁ କାଟିଦେଇଛି ଚଳିତବର୍ଷର ପାସହାର ।

ଅପରାହ୍ନ ୪ଟାରେ କଟକ ବୋର୍ଡ ଅଫିସରରୁ ରେଜଲ୍ଟ ପ୍ରକାଶ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ରାଜ୍ୟରେ ପାସ୍ ହାର ସର୍ବକାଳୀନ ରେକର୍ଡ ଛୁଇଁଥିବା ବେଳେ ପୁଅଙ୍କ ତୁଳନାରେ ଆଗରେ ରହିଛନ୍ତି ଝିଅ । ସେହିପରି ଏକ୍ସ ରେଗୁଲାର ଫଳାଫଳ ୮୮. ୩୦ ପ୍ରତିଶତ ରହିଛି।

ଚଳିତ ବର୍ଷ ମୋଟ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ପାସ୍ କରିଛନ୍ତି ୫, ୬୨, ୦୧୦ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଲକ୍ଷ ୮୦ ହଜାର ୩୫୨ ଜଣ ପୁଅ ଓ ୨ ଲକ୍ଷ ୮୧ ହଜାର ୬୫୮ ଜଣ ଝିଅ । ୭୭୦୩ ଛାତ୍ର-ଛାତ୍ରୀ ଫେଲ୍ ହୋଇଛନ୍ତି । ସେହିପରି ୪୪୧୨ ପିଲା ଅନୁପସ୍ଥିତ ଥିବା ବେଳେ ୨୨୫୬ ପିଲାଙ୍କ ମାର୍କ ଦେଇ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ଏ୧ ଗ୍ରେଡ୍ ପାଇଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ରହିଛି ୨୬୫୬ । ଏ ୨ ଗ୍ରେଡ ପାଇଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୨୨,୧୩୧ ରହିଥିବା ବେଳେ ବି୧ ଗ୍ରେଡ ପାଇଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୫୨,୧୯୯ ରହିଛି। ସେହିପରି ବି୨ ଗ୍ରେଡରେ ଅଛନ୍ତି ୯୪,୪୭୫ ଛାତ୍ର-ଛାତ୍ରୀ। ସେହିପରି ୧,୩୭,୦୧୪ ଜଣ ‘ସି’ ଗ୍ରେଡ୍ରେ ପାସ୍ କରିଥିବା ବେଳେ ୧,୫୧,୬୩୯ ଜଣ ‘ଡି’ ଗ୍ରେଡ୍ ଓ ୧,୦୧,୭୯୬ ଜଣ ‘ଇ’ ଗ୍ରେଡ୍ ପାଇଛନ୍ତି। ୫ ହଜାର ୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ।

ସେହିପରି ଚଳିତ ବର୍ଷ ଏକ୍ସରେଗୁଲାରରେ ୫୩, ୨୭୯ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭, ୦୬୦ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ଚଳିତ ବର୍ଷ ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି।

ଯଦି କୌଣସି ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥାନ୍ତି କରୋନା ସ୍ଥିତି ସ୍ୱାଭାବିକ ହେଲା ପରେ ପରୀକ୍ଷା ଦେଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ଏଥିପାଇଁ ଜୁଲାଇ ୫ ତାରିଖରୁ ଫର୍ମ ଫିଲପ ଆରମ୍ଭ ହେବ ।

Leave A Reply

Your email address will not be published.