ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଡାକ୍ତରଙ୍କ ଉପରେ ବି ଦାଉ ସାଧୁଛି କରୋନା

0
  • ଓଡ଼ିଶାରେ ୩୪ ଡାକ୍ତରଙ୍କୁ ମୃତ୍ୟୁ ମୁହଁକୁ ଟାଣିନେଲାଣି କୋଭିଡ୍‌ ଦ୍ବିତୀୟ ଲହର
  • ବିବାହରେ ସର୍ବାଧିକ ଡାକ୍ତର ମୃତ୍ୟୁ, ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ

ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ଦ୍ବିତୀୟ ଲହରରେ ଦେଶରେ ୭୭୬ଜଣ ଡାକ୍ତରଙ୍କ ପ୍ରାଣ ଗଲାଣି। ଏହା ହିଁ ସୂଚାଉଛି ଯେ କୋଭିଡ୍‌ର ଦ୍ବିତୀୟ ଲହର କେତେ ଭୀଷଣ ରହିଛି। ସଂକ୍ରମିତଙ୍କ ସଂଖ୍ୟ କମିଥିଲେ ବି କୋଭିଡ୍‌ ପରବର୍ତ୍ତୀ ଜଟିଳତା ଜନିତ ମୃତ୍ୟୁ ସଂଖ୍ୟା କମୁନି। ପ୍ରତିଦିନ ପାଖାପାଖି ୪୦ ଜଣଙ୍କର ମୃତ୍ୟୁ ହେଉଥିବା ସରକାରୀ ଭାବେ କୁହାଯାଉଛି। ବେସରକାରୀ ଭାବେ ଏହି ସଂଖ୍ୟା କେତେ, ତାହା ଆକଳନ କରିବା ମୁସ୍କିଲ୍।

ବିହାରରେ ସର୍ବାଧିକ ୧୧୫ ଜଣ ଡାକ୍ତରଙ୍କର କରୋନା ଜନିତ ମ଼ୃତ୍ୟୁ ଘଟିଛି। ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଏଠାରେ ୧୦୯ ଜଣ ପ୍ରମୁଖ କରୋନା ଯୋଦ୍ଧାଙ୍କୁ ହରାଇଛି ଦେଶ। ମୋଟ ୨୫ଟି ରାଜ୍ୟରେ ଡାକ୍ତରଙ୍କ ମୃତ୍ୟୁ ଖବର ଆସିଛି। ଏହି କ୍ରମରେ ଉତ୍ତରପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୨, ତାମିଲନାଡୁରେ ୫୦, ରାଜସ୍ଥାନରେ ୪୪, ଆନ୍ଧ୍ରପ୍ରଦେଶରେ ୪୦, ଗୁଜରାଟ ଓ ଝାଡ଼ଖଣ୍ଡରେ ୩୯ ଜଣ ଲେଖାଏଁ ଡାକ୍ତରଙ୍କର ମୃତ୍ୟୁ ଘଟିଛି।

ଓଡ଼ିଶ ସ୍ଥିତି ବି ବେଶ୍ ଉଦ୍‌ବେଗଜନକ। ରାଜ୍ୟରେ ସଂକ୍ରମିତଙ୍କ ଓ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ମାନଙ୍କ ଠାରୁ କମ୍ ଥିଲେ ହେଁ, ରାଜ୍ୟରେ ୩୪ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ଓଡ଼ିଶା ଭଳି ରାଜ୍ୟରେ ଯେଉଁଠାରେ ଡାକ୍ତରଙ୍କର ଗୁରୁତର ଅଭାବ ରହିଛି, ସେଠାରେ ଏ ଚିତ୍ର କିଛି କମ୍ ଉଦ୍‌ବେଗଜନକ ନୁହେଁ। ୯ଟି ରାଜ୍ୟରେ ଡାକ୍ତର ମୃତ୍ୟୁ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ଥିବା ବେଳେ ଜଣେ ଡାକ୍ତରଙ୍କ ସଂପର୍କରେ ବିଶଦ ତଥ୍ୟ ଏବେ ବି ଅଡଣା ରହିଛି।

Leave A Reply

Your email address will not be published.