ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଭୂତ ପ୍ରତିଷ୍ଠାନ ଖୋଲି କୋଟି କୋଟି ଟଙ୍କା ଲୁଟିଦେଲା

0


ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ଵାରା ୧୦୬ କୋଟି ଟଙ୍କାର ଜାଲ ବିଲ ରାକେଟ ଧରାପଡ଼ିଲା; ମାଷ୍ଟରମାଇଣ୍ଡ ଗିରଫ

କଟକ: ଓଡିଶା ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ୍‌ ୱିଙ୍ଗ ଦ୍ଵାରା ଜାଲ ବିଲ ରାକେଟ ବିରୁଦ୍ଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନର ସୁଫଳ ମିଳିଛି। ଆଜି ୧୦୬ କୋଟି ଟଙ୍କାର ଏକ ଜାଲ ବିଲ ରାକେଟର ପର୍ଦ୍ଦାଫାଶ ଘଟିଛି। ଏହି ଜାଲ ବିଲ ବଳରେ ୧୯.୦୪ କୋଟି ଟଙ୍କାର ଜାଲ ଆଇଟିସି ଉପଭୋଗ ଓ ହସ୍ତାନ୍ତର ହୋଇଥିବା ଜଣାପଡିଛି। ଏହାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ସ୍ମୃତି ରଞ୍ଜନ ସାହୁଙ୍କୁ ଗିରଫ କରାଯାଇଛି।

ସ୍ମୃତି ଅନ୍ୟମାନଙ୍କ ସହ ମିଶି ୧୪ ଗୋଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ସୃଷ୍ଟି କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ଏହି ଜାଲ ପ୍ରତିଷ୍ଠାନଗୁଡିକୁ ପରିଚାଳନା କରି ସେ ୧୦୬ କୋଟି ଟଙ୍କାର ଜାଲ କ୍ରୟ ବିକ୍ରୟ ବିଲ ମାଧ୍ୟମରେ କୋଟି କୋଟି ଟଙ୍କାର ଜାଲ ଇନ୍ପୁଟ ଟାକ୍ସ କ୍ରେଡିଟ ହାତେଇଥିବା ବେଳେ ପ୍ରାୟ ସେହି ପରିମାଣର ଇନ୍ପୁଟ ଟାକ୍ସ କ୍ରେଡିଟରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ହସ୍ତାନ୍ତର କରି ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି କରିଛି।

ଅନୁସନ୍ଧାନରୁ ଆହୁରି ଜଣାପଡିଛି ଯେ ସ୍ମୃତି ନିଜର ଘୋଷିତ ବ୍ୟବସାୟ ସ୍ଥଳ ସମ୍ପର୍କରେ ଭୁଲ ସୂଚନା ସରକାରଙ୍କୁ ଦେବା ସହ ଘର ଭଡା ରାଜିନାମାକୁ ମଧ୍ୟ ଜାଲିଆତି କରିଛି। ତାର ଫାର୍ମ (ଏସ.ଆର ଏଣ୍ଟରପ୍ରାଇଜରର୍ସ) ପ୍ରକୃତ ପକ୍ଷେ କୌଣସି ବ୍ୟବସାୟ କରୁ ନାହିଁ। କେବଳ କାଗଜ କଲମରେ କାରବାର ଦର୍ଶାଇ ସେ ସମସ୍ତଙ୍କୁ ଭୁଆଁ ବୁଲାଉଥିଲା। ନିଜର ଦେଣନେଣକୁ ନିୟମିତ କରିବା ଉଦ୍ଦେଶ୍ୟରେ ସେ ନିଜର କିଣାବିକାକୁ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ଦର୍ଶ।ଇଛି। କୌତୁହଳର କଥା ହେଲା, ବ୍ୟାଙ୍କ ଏକାଉଣ୍ଟ ଯାଞ୍ଚ କରିବା ପରେ ଜଣାପଡିଛି ଯେ ସ୍ମୃତି ନିଜର କାଳ୍ପନିକ ବିକ୍ରିର ଅର୍ଥରାଶିକୁ ବ୍ୟାଙ୍କ ଏକାଉଣ୍ଟରେ ଦେଖାଇଛି। ପୁଣି ଟନ ଟନ ପରିମାଣର ମାଲ ଦୁଇ ଚକିଆ, ତିନି ଚକିଆ ଯାନ ଏବଂ କାର ମାଧ୍ୟମରେ ପରିବହନ ହୋଇଥିବା ଏଥିରେ ଦର୍ଶ।ଯାଇଛି ।

୧୪ ଗୋଟି ନକଲି ଫାର୍ମ ଦ୍ଵାରା କରା ଯାଇଥିବା ଠକାମି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ରାଜ୍ୟ ଏନଫୋର୍ସମେଣ୍ଟ ୱିଙ୍ଗଦ୍ଵାରା ତଥ୍ୟ ବିଶ୍ଳେଷଣ ଓ ଗୁଇନ୍ଦା ସୂତ୍ରକୁ ଆଧାର କରି ନଭେମ୍ବର ଓ ଡିସେମ୍ବର ୨୦୨୦ ରେ ରାଜ୍ୟବ୍ୟାପୀ ଚଢଉ ଅଭିଯାନ ହୋଇଥିଲା। ଏହି ଫାର୍ମ ଗୁଡିକ ଅନୁଗୁଳ, ଯାଜପୁର, ରାଉରକେଲା, ଜଗତସିହପୁର, ଭୁବନେଶ୍ଵର ଓ ପାରାଦୀପ ଆଦି ସ୍ଥାନର ବେକାର ଯୁବକ , ଗୃହିଣୀ, କୃଷକ , ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆଙ୍କ ପରିଚୟ ପତ୍ର ହାସଲ କରି ସେମାନଙ୍କ ନାମରେ କରାଯାଇଥିବା ଜଣାପଡିଥିଲା।

ଓଡିଶା ଜିଏସ୍‌ଟି ଆଇନ ୨୦୧୭ ର ଧାରା ୧୩୨(୧)(ମ), ୧୩୨(୧)(ଭ), ୧୩୨(୧)(କ୍ଷ) ଓ ୧୩୨(୫) ଅନୁଯାୟୀ ଏହି ଅପରାଧ ଏକ ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ ଏବଂ ୧୩୨(୧)(ସ) ଧାରା ଅନୁଯାୟୀ ଦଣ୍ଡନୀୟ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ଏନଫୋର୍ସମେଣ୍ଟ ୱିଙ୍ଗ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଠକ ବ୍ୟବସାୟୀଙ୍କୁ ଜାଲ ବିଲ କାରବାର ଏବଂ ଜାଲ ଇନ୍ପୁଟ ଟାକ୍ସ କ୍ରେଡିଟ ଉପଲବ୍ଧ ଏବଂ ହସ୍ତାନ୍ତର କରିଥିବା ଅଭିଯୋଗରେ ଗିରଫ କରିଛି । ଏତଦବ୍ୟତୀତ ରାଜ୍ୟ ଜିଏସଟି ବିଭାଗ ଦ୍ଵାରା ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୧୯୫୩୯ ଜଣ ବ୍ୟବସାୟୀଙ୍କ ପଞ୍ଜୀକରଣକୁ ରଦ୍ଦ କରାଯାଇଛି। ରିଟର୍ନ ଦାଖଲ କରି ନଥିବା ହେଉ ଅଥବା କ୍ଷେତ୍ରୀୟ ଅନୁସନ୍ଧାନରେ ଏଗୁଡିକ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ଜଣା ପଡିବ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ରାଜ୍ୟ ଜିଏସ୍‌ଟି କମିସନରେଟ ତରଫରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ କୌଣସି ବ୍ୟକ୍ତି ନିଜର ପରିଚୟ ପତ୍ର ସମ୍ପର୍କିତ କାଗଜ ପତ୍ର, ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦି କୌଣସି ଅଜଣା / ଅନଧିକୃତ ଲୋକଙ୍କୁ ପ୍ରଦାନ କରନ୍ତୁ ନାହିଁ। ଯଦି କେହି ଏପରି କରିଥାନ୍ତି ତେବେ ସେମାନେ ତୁରନ୍ତ ରାଜ୍ୟ ଜିଏସ୍‌ଟି କମିସନରେଟଙ୍କୁ ଜଣ।ନ୍ତୁ, ଯାହା ଫଳରେ ଏଗୁଡ଼ିକର ଅପବ୍ୟବହାରକୁ ରୋକିହବ। ଯଦି କେହି ବ୍ୟକ୍ତି ନିଜର ବ୍ୟକ୍ତିଗତ କାଗଜପତ୍ର ଅପବ୍ୟବହାର ହେଉଥିବା ଜାଣିଛନ୍ତି କିମ୍ବା ଖବର ପାଇଛନ୍ତି ତେବେ ସେମାନେ ତୁରନ୍ତ ନିକଟସ୍ଥ ଜିଏସଟି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବା ଲାଗି କୁହାଯାଇଛି।

Leave A Reply

Your email address will not be published.