ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

୧୬ ତାରିଖ ଯାଏ ଆଂଶିକ କଟକଣା ଜାରି କଲେ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଜୁଲାଇ ୧୬ ତାରିଖ ଯାଏ ଆଂଶିକ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଆର୍‌ଏନ୍‌ଏରେ ଆଜି ପୂର୍ବାହ୍ନରେ ଯେଭଳି ପୂର୍ବାନୁମାନ କରାଯାଇଥିଲା, ଠିକ୍‌ ସେମିତି ସରକାର ପଦକ୍ଷେପ ନେଇଛନ୍ତି। ଆଜି ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅବିଭକ୍ତ କଟକ, ବାଲେଶ୍ବର, ପୁରୀ ଓ ମୟୂରଭଂଜ ଅନ୍ତର୍ଗତ ୧୦ଟି ଜିଲ୍ଲା ପାଇଁ ଲକ୍‌ଡାଉନ କଟକଣା କଡ଼ାକଡି ଭାବେ ପାଳନ କରାଯିବ।

ଏସବୁ ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲିବ। ଏଠାରେ କୋଭିଡ୍ କଟକଣା କଡାକଡ଼ି ପାଳନ ହେବ। ଦିନ ୨ଟା ପରେ ଔଷଧ ଦୋକାନ ଛାଡି ଅନ୍ୟ ସବୁ ଦୋକାନ ଆଦି ବନ୍ଦ ହୋଇଯିବ। ଦୋକାନୀମାନେ ନିଜ ଦୋକାନ ଓ ବାହାରରେ ଯେମିତି କୋଭିଡ୍ କଟକଣା ପାଳନ ହେବ, ସେଥିପାଇଁ ନିଜେ ଉତ୍ତରଦାୟୀ ରହିବେ। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର ହଠାତ୍ ଯାଞ୍ଚ କରି ଏହା ନିଶ୍ଚିତ କରିବେ। ଯଦି କେହି ଉଲ୍ଲଂଘନ କରୁଥାନ୍ତି, ତେବେ ସେମାନେ କାର୍ଯ୍ୟାନୁଷ୍ଠାନ ନେଇପାରିବେ, ମକଦ୍ଦମା ରୁଜୁ କରିପାରିବେ। ମଲ୍ ,ସ୍ପା, ବିୟୁଟି ପାଲର ଆଦି ଖୋଲିବ ନାହିଁ। ହେଲେ ଛୋଟ ସେଲୁନ୍ ଖୋଲିପାରିବ। ଏସବୁ ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ବଜାର ପୂର୍ବଭଳି ବନ୍ଦ ରହିବ। ଉଠା ଦୋକାନୀମାନେ ବିକ୍ରି କରିପାରିବେ, ଏପରିକି ଖାଦ୍ୟ ବି। କିନ୍ତୁ ସେଠାରେ କେହି ଖାଇପାରିବେ ନାହିଁ, କେବଳ ଘରକୁ ପାର୍ସଲ ନେଇପାରିବେ। ସେହିଭଳି ଆଉଟ୍ ଡୋର ସୁଟିଂକୁ ଅନୁମତି ଦିଆଯାଇଛି। ହେଲେ ଇନ୍‌ଡୋର ସୁଟିଂ ବନ୍ଦ ରହିବ। ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିବ ଓ ନାଇଟ୍ କର୍ଫ୍ୟୁ ବି ବଳବତ୍ତର ରହିବ। ଏସବୁ ଜିଲ୍ଲାରେ ବସ ଚଳାଚଳ ଆଦିକୁ ଅନୁମତି ଦିଆଯିବ ନାହିଁ। ଆଉ ସବୁ କଟକଣା ପୂର୍ବଭଳି ଅପରିବର୍ତ୍ତିତ ରହିଛି।

ସଂକ୍ରମଣ କମିଥିବା ପରିପ୍ରେକ୍ଷୀରେ କାଟେଗୋରି ‘ଏ’କୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛନ୍ତି। ଫଳରେ କାଟେଗୋରି ‘ଏ’ ଜିଲ୍ଲା ସଂଖ୍ୟା୨୦କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ଜିଲ୍ଲା ସଂଖ୍ୟା ୧୭ ଥିଲା। ଏବେ ଏଥିରେ ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ସାମିଲ ହୋଇଛନ୍ତି। ଏସବୁ ଅଞ୍ଚଳରେ ସଂକ୍ରମଣ ହାର ୫ ପ୍ରତିଶତ କମିଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁସାରେ, ଏସବୁ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ ଯାଏ ସବୁ ଦୋକାନ ଖୋଲିବ। ହେଲେ ମଲ୍‌, ସ୍ପା ଆଦି ବନ୍ଦ ରହିବ। ଏହି ୨୦ଟି ଜିଲ୍ଲାରେ ଆନ୍ତଃ ଜିଲ୍ଲା ପରିବହନକୁ ଅନୁମତି ଦିଆଯାଇଛି। ତେବେ ଯେତିକି ସିଟ୍ ସେତିକି ସିଟ୍‌ରେ ଲୋକେ ବସିବେ। ଟାକ୍ସି ଓ ଅଟୋ ରିକ୍ସା ଚାଲିବ। ମାତ୍ର ଡ୍ରାଇଭରଙ୍କ ବ୍ୟତୀତ ଆଉ ଦୁଇଜଣ ବସିପାରିବେ। ଆଉଟ୍‌ ଡୋର, ଇନଡୋର ସୁଟିକୁ ଅନୁମତି ଦିଆଯାଇଛି, ସେଲୁନ୍ ବି। ଏଠାରେ ସାପ୍ତାହିକ ହାଟ ଓ ଦୈନିକ ବଜାର ଖୋଲିବ। ତେବେ ସମସ୍ତେ ଛାଡି ଛାଡି ବସିବେ। ଏଠାରେ ଶନିବାର, ରବିବାର ସଟ୍‌ ଡାଉନ ଉଠାଇଯାଇଥିଲେ ହେଁ, ସନ୍ଧ୍ୟା ୬ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ।

ଯଦି କୌଣସି ଅଞ୍ଚଳରେ ଏହାର ଉଲ୍ଲଂଘନ ହେଲା ବା ସଂକ୍ରମଣ ବଢେ, ତେବେ ପ୍ରଶାସନ ଏ ସଂକ୍ରାନ୍ତରେ କଡ଼ା ପଦକ୍ଷେପ ନେଇପାରିବେ। ଗତକାଲି ମୁଖ୍ୟମନ୍ତ୍ରୀ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.