ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଟିକା ସଂପର୍କରେ କେନ୍ଦ୍ର ସରକାର ଦେଲେ ନୂଆ ତଥ୍ୟ

0

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩.୨୮ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ସରକାର କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୪୫,୯୫୧ ରହିଛି। ସେହିଭଳି ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା ୫ ଲକ୍ଷ ୩୭ ହଜାର ୬୪କୁ ହ୍ରାସ ପାଇଛି। ସକ୍ରିୟ ମାମଲା ମୋଟ ମାମଲାର ୧.୭୭ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୨ କୋଟି ୯୪ ଲକ୍ଷ ୨୭ ହଜାର ୩୩୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୬୦ ହଜାର ୭୨୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। କ୍ରମାଗତ ୪୮ ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ସୁସ୍ଥତା ହାର ୯୬.୯୨ ପ୍ରତିଶତକୁ ବୃଦ୍ଧି ପାଇଛି।

ସେହିଭଳି ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ଖସିଯାଇଛି। ବର୍ତ୍ତମାନ ଏହା ୨.୬୯ ପ୍ରତିଶତରେ ରହିଛି। ଦୈନିକ ପଜିଟିଭିଟି ହାର ୨.୩୪ ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ ୨୩ ଦିନ ମଧ୍ୟରେ ୫ ପ୍ରତିଶତରୁ କମ୍ ରହିଛି। ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୧.୦୧ କୋଟି ପରୀକ୍ଷା କରାଯାଇଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ଜୁନ ୨୧, ୨୦୨୧ରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି। ନୂତନ ପର୍ଯ୍ୟାୟ କୋଭିଡ-୧୯ ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀମାନଙ୍କ ଠାରୁ ୭୫ ପ୍ରତିଶତ ଟିକା କ୍ରୟ କରି ସେଗୁଡିକୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୩୨.୧୩ କୋଟି ଡୋଜରୁ ଅଧିକ (୩୨,୧୩,୭୫,୮୨୦) ଟିକା ଉପଲବ୍ଧ କରାଇଛନ୍ତି। ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୩୧,୪୦,୭୫,୬୫୪ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।
ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ ୭୩ ଲକ୍ଷ (୭୩,୦୦,୧୬୬) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି।
ଏହା ବ୍ୟତୀତ, ବର୍ତ୍ତମାନ ୨୪,୬୫,୯୮୦ରୁ ଅଧିକ ଡୋଜ ଟିକା ପାଇପଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।

Leave A Reply

Your email address will not be published.