ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଭିଜିଲାନ୍ସ୍ ଆଇଜି ଭାବେ ଦାୟିତ୍ବ ନେଲେ ଅସିତ୍ ପାଣିଗ୍ରାହୀ

0

ଭୁବନେଶ୍ବର: ୧୯୯୭ ବ୍ୟାଚର ବରିଷ୍ଠ ଆଇ.ପି.ଏସ. (ଭାରତୀୟ ପୋଲିସ ସେବା) ଅଧିକାରୀ ଅସିତ୍ ପାଣିଗ୍ରାହୀ ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ଆଇଜି ଭାବେ ଆଜି ଅପରାହ୍ନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୁଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ପୂର୍ବାଞ୍ଚଳ ରେଞ୍ଜ ଆଇ.ଜି ଭାବରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି।

ଶ୍ରୀ ପାଣିଗ୍ରାହୀ ମାଲକାନଗିରି, ଅନୁଗୁଳ, ପୁରୀ, କେନ୍ଦୁଝର, ସମ୍ବଲପୁର ଓ ଯାଜପୁରରେ ଏସପି ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି। ଜଣେ ଦକ୍ଷ ପୁଲିସ ଅଫିସର୍ ଭାବରେ ୨୦୧୬ ମସିହାରେ ସେ ରାଷ୍ଟ୍ରପତି ପଦକରେ ସମ୍ମାନିତ ହୋଇଛନ୍ତି।

Leave A Reply

Your email address will not be published.