ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଝିଅ ଓ ସ୍ତ୍ରୀକୁ ହାଣି କାହିଁକି ଆତ୍ମହତ୍ୟା କଲା ସ୍ବାମୀ

0

ଜଗତସିଂହପୁର: ଜଗତସିଂହପୁରରେ ଚାଞ୍ଚଲ୍ୟ। ନିଜ ଝିଅ ଓ ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା । ଝିଅଟିର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଜଗତସିଂହପୁର ଜିଲ୍ଲା ଜୋତ ଚାନ୍ଦପାଟଣା ଗାଁରେ ଘଟିଛି ଏଭଳି ଘଟଣା। ପାରିବାରିକ କଳହରୁ ଏପରି ଏକ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଆଉ କେହି କେହି କହୁଛନ୍ତି ଯେ ଅଭାବ ଅନଟନ ପାଇଁ ଲୋକନାଥ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି।

ଜୋତ ଚାନ୍ଦପାଟଣା ଗାଁର ଲୋକନାଥ ପାଲ। ରାଜମିସ୍ତ୍ରୀ ଭାବେ କାମ କରନ୍ତି। ହେଲେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲୋକନାଥଙ୍କ ଘରେ ସବୁବେଳେ ପାଟିତୁଣ୍ଡ ଲାଗି ରହୁଥିଲା। ଘରର ଆର୍ଥିକ ସ୍ଥିତି ମଧ୍ୟ ଏତେ ଭଲ ନଥିଲା । ଆଜି ସକାଳୁ ଲୋକନାଥ ନିଜ ଝିଅକୁ ଓ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏହା ପରେ ନିଜେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛି ଲୋକନାଥ। ଉଭୟ ଝିଅ ଓ ମା’ ଉଭୟଙ୍କର ମୃତ୍ୟୁ ଘଟିଛି। ତେବେ କେଉଁ କାରଣରୁ ଲୋକନାଥ ଏଭଳି ବର୍ବର କାଣ୍ଡ ଘଟାଇଲା ତାହା ଜଣାପଡିନାହିଁ।

ଲୋକନାଥ କରୋନା କାଳରେ ଜୀବିକା ହରାଇ ଅତ୍ୟଧିକ ମାନସିକ ଚାପରେ ଥିଲେ । ଲୋକନାଥଙ୍କ ଗୋଟିଏ ବୋଲି ପୁଅ ପଙ୍କଜ ପାଲ ଅନ୍ୟ ଜାତିରେ ବାହା ହୋଇ ଭୁବନେଶ୍ୱରରେ ଆସି ରହୁଛନ୍ତି। ପୁଅ ଅନ୍ୟତ୍ର ବିବାହ କରି ରହିବା ପରେ ଆଉ ଘର ଲୋକଙ୍କ ସହିତ ତାଙ୍କର ନିବିଡ଼ତା ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.