ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଓଡିଶାରେ କାହିିଁକି କମୁନି ସଂକ୍ରମଣ?

0

୧୦ ଜିଲ୍ଲା ଆଣୁଛି ବିପଦ : କେବେ ଖସୁଛି କେବେ ବଢୁଛି
ଚିନ୍ତା ବଢାଉଛି ଉପକୂଳବର୍ତ୍ତୀ ଜିଲ୍ଲା, ପ୍ରତିଦିନ ନୂଆ ନୂଆ କଣ୍ଟ ଦେଉଛନ୍ତି ବିଶେଷଜ୍ଞ

ଭୁବନେଶ୍ବର: ରାଜ୍ୟରେ ତାଲାବନ୍ଦ ପରେ ଅନଲକ ଆରମ୍ଭ ହୋଇଛି। ଆଶିଂକ ଲକଡାଉନ ବଳବତ୍ତର ରହିଛି। ହେଲେ ପିଜଟିଭ ସଂଖ୍ୟା କିନ୍ତୁ କମୁନି। କେଉଁଦିନ ୩ ହଜାର ଉପରେ ରହୁଛି ତ ଦିନେ ଦିନେ ୩ ହଜାର ତଳକୁ ଖସୁଛି । ସଂକ୍ରମଣ ଆଖିଦୃଶିଆ କମୁନି । ଗତ ୧୫ ଦିନ ହେବ ମନ୍ଥର ଗତିରେ ଉପର ତଳ ହେଉଛି ସଂକ୍ରମଣ । ମୃତ୍ୟୁସଂଖ୍ୟା ମଧ୍ୟ ୪୦ ତଳକୁ ଖସିବାର ନାଁ ନେଉନି । ସେପଟେ ଓଡିଶାରେ କାହିଁକି ଖସୁନି ସଂକ୍ରମଣ । ଉଚ୍ଚ ସଂକ୍ରମଣର କାରଣ ଖୋଜିବାକୁ ଓଡିଶା ଆସୁଛି କେନ୍ଦ୍ରୀୟ ଟିମ । ବିଶେଷଜ୍ଞ ବି ଚିନ୍ତାରେ ପଡ଼ିଗଲେଣି। ପ୍ରତିଦିନ ନୂୁଆ ନୂଆ କଣ୍ଟ ଦେଉଛି। ହେଲେ କରୋନା କିନ୍ତୁ ସେମାନଙ୍କୁ ମାତ୍ ଦେବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧ ହଜାର ୫୫୪ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୯୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୪.୦୭% । ହେଲେ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ହାର ଅଧିକ ରହୁଛି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ୫୪୯ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୨୩୭, ଭଦ୍ରକରୁ ୧୬୩, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୧୮, ମୟୂରଭଂଜରୁ ୧୬୫, ପୁରୀରୁ ୧୩୨, ନୟାଗଡରୁ ୯୬,କେନ୍ଦ୍ରାପଡାରୁ ୭୯, ଢେଙ୍କାନାଳରୁ ୭୭, କେନ୍ଦୁଝରରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଦିନକରେ ୪୫ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୬ରେ ପହଚିଂଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୦ ହଜାର ୫୫୭। ଦେଶରେ କରୋନା ମହାମାରୀ କମିବାରେ ଲାଗିଛି । ହେଲେ ଓଡିଶା ସମେତ ୬ ରାଜ୍ୟରେ ସଂକ୍ରମଣ ଆଖିଦୃଶିଆ କମୁନି । ଏହା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Leave A Reply

Your email address will not be published.