ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଧୀରେ ଧୀରେ ବଢିଲାଣି ଟିକା ଚାପ

0

ଭୁବନେଶ୍ବର: ଟିକା ଅଭାବକୁ ନେଇ ମଧ୍ୟପ୍ରଦେଶ ଛିନ୍ଦଓ୍ବାଡାରେ ଲୋକଙ୍କ ଭିତରେ ଆଜି ଦଳାଟକଟା ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାରେ କିନ୍ତୁ ଦେଖାଦେଇଥିବା ଟିକା ଅଭାବ ଆଜି ସାମୟିକ ଭାବେ ଦୂର ହୋଇଛି। ଏକାଥରକେ ଓଡ଼ିଶାରେ ୯ଲକ୍ଷ ୪୩ ହଦାର ୯୩୦ କୋଭିସିଲ୍‌ଡ ଟିକା ପହଞ୍ଚିଛି। ଗୁରୁବର ପ୍ରାୟ ୧ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିଲା। ସେହିପରି ୧ଲକ୍ଷ ୮୨ ହଜାର କୋଭାକ୍ସିନ୍ ଟିକା ବି ରାଜ୍ୟ ପାଇଛି।

ଅନ୍ୟପଟରେ ପରିସ୍ଥିତିର ଗମ୍ଭୀରତା ଦେଖି ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ୧୮ ବର୍ଷରୁ ଅଧିକ ବୟସର ଯୁବକ, ଯେଉଁମାନେ ପ୍ରଥମ ଡୋଜ୍ ନେଇନାହାନ୍ତି, ସେମାନେ ଏବେ କୋଭିସିଲ୍‌ଡ ନୁହେଁ, ବରଂ କୋଭାକ୍ସିନ୍ ଟିକା ନେବେ। ଆଉ ପ୍ରଥମ ଡୋଜ୍‌ରେ କୋଭିସିଲ୍‌ଡ ଟିକା ନେଇଥିବା ବ୍ୟକ୍ତିମାନେ ଦ୍ବିତୀୟ ଡୋଜ୍‌ରେ ବି କୋଭିସିଲ୍‌ଡ ଟିକା ନେବେ। କୌଣସି ବ୍ୟକ୍ତିଙ୍କ ଠାରେ ଯେପରି ପ୍ରଥମ ଓ ଦ୍ବିତୀୟ ଡୋଜ୍ ନେବାବେଳେ ଭିନ୍ନ ଭିନ୍ନ ଟିକା ପ୍ରୟୋଗ ନହୁଏ, ସେ ନେଇ ସତର୍କ ରହିବା ଲାଗି ତାଗିଦ୍ କରାଯାଇଛି। ପୂର୍ବରୁ ଭୁବନେଶ୍ବରରେ କେବଳ କୋଭାକ୍ସିନ୍ ଟିକା ଦିଆଯାଉଥିଲା। ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ସରକାର କୋଭିସିଲ୍‌ଡ ଟିକା ପ୍ରଦାନ କରୁଥିଲେ।

ସରକାରଙ୍କ ଆଜିର ନିର୍ଦେଶ ପରେ ଗଞ୍ଜାମ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ଆଉ ଟିକେ ତ୍ବରାନ୍ବିତ ହୋଇପାରିବ, ଏକଥା ସ୍ପଷ୍ଟ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଟିକାକରଣ କାର୍ଯ୍ୟ ଦୁଇଦିନ ଧରି ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଆବଶ୍ୟକ ଟିକା ଯୋଗାଣ ହୋଇପାରିନଥିବା ଯୋଗୁ ପାଖାପାଖି ୧୬ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା।

ସେପଟେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗର୍ଭବତୀଙ୍କୁ କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରାଳୟ କହିଛି, ଗର୍ଭବତୀମାନେ ଚାହିଁଲେ କୋଓ୍ବିନ୍ ଲଗ୍ ଇନ୍ କରି ଟିକା ପାଇଁ ସ୍ଲଟ୍ ବୁକ୍ ବା ପଞ୍ଜୀକରଣ କରିପାରିବେ।

Leave A Reply

Your email address will not be published.