ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ହଁ, ମାରିଲା ହତ୍ୟାକାରୀ

0

ଭୀମଟାଙ୍ଗୀର ଭୟାନକ ହତ୍ୟା ଘଟଣା ଉପରୁ ହଟିଲା ପରଦା

ଭୁବନେଶ୍ୱର: ଭୀମଟାଙ୍ଗୀ ଅଞ୍ଚଳରେ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ହାତରେ ଲାଗିଛି ତଥ୍ୟ। ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ହତ୍ୟାକାରୀ । ହତ୍ୟାକାରୀ ହେଉଛି ଯାଜପୁର ମଙ୍ଗଳପୁରର ଜଗନ୍ନାଥ ପ୍ରଧାନ । ମହିଳାଙ୍କ ନିକଟରୁ ଏକ ସୁଇସାଇଡ଼ ନୋଟ ଜବତ କରିଛି ପୁଲିସ । ଯେଉଁଥିରେ ଜଗନ୍ନାଥ ଲେଖିଛି ପ୍ରିୟଙ୍କା ଓ ତା ଭିତରେ କୌଣସି କାରଣରୁ ନେଇ ତିକ୍ତତା ରହିଥିଲା ତେଣୁ ସେ ପ୍ରିୟଙ୍କା ଓ ତାଙ୍କ ୩ ବର୍ଷର ପୁଅକୁ ହତ୍ୟା କରିବାକୁ ଯୋଜନା କରିଥିବା ନୋଟରେ ଉଲ୍ଲେଖ ରହିଛି । ତେବେ କୁନି ପୁଅଟି ଘର ମାଲିକଙ୍କ ଘରେ ଖେଳିଥିବାରୁ ଅଳ୍ପକେ ବର୍ତିଯାଇଛି ମହିଳାଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛି ହତ୍ୟାକାରୀ ଜଗନ୍ନାଥ ପ୍ରଧାନ।

ସୂଚନ ଅନୁସାରେ, ଆଜି ସକାଳୁ କାମ ପାଇଁ ଘରୁ ବାହାରିଯାଇଥିଲେ ମୃତ ମହିଳା ପ୍ର୍ରିୟଙ୍କା ପ୍ରିୟଦର୍ଶନୀଙ୍କ ସ୍ୱାମୀ ରାକେଶ । ଏହାର କିଛି ସମୟରେ ଏକ ଅଜଣା ନମ୍ବରରୁ ତାଙ୍କୁ ଭିଡିଓ କଲ ଆସିଥିଲା । ଭିଡିଓ କଲରେ ଦେଖିଥିଲେ ଘରେ ତାଙ୍କ ସ୍ତ୍ରୀର ରକ୍ତଜୁଡୁବୁଡୁ ମୃତଦେହ ପଡିରହିଛି । ଏନେଇ ସେ ଘର ମାଲିକଙ୍କୁ ଅବଗତ କରାଇଥିଲେ। ଘର ମାଲିକ ତଳକୁ ଆସି ଦେଖିଥିଲେ ଯେ ଘର କବାଟ ଭିତର ପଟୁ ବନ୍ଦ ରହିଛି । ଏହା ପରେ ଘର କବାଟ ଭାଙ୍ଗି ଭିତରକୁ ପଶିବା ପରେ ଦେଖିଥିଲେ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିରହିଛି ପ୍ର୍ରିୟଙ୍କାଙ୍କ ମୃତଦେହ। ଏବଂ ପାଖରେ ହାତକାଟି ଗୁରୁତର ଅବସ୍ଥାରେ ଜଣେ ଯୁବକ ପଡିରହିଛନ୍ତି । ଦିନ ୧୨ଟା ୨୫ରେ ମହିଳାଙ୍କ ସ୍ୱାମୀ ଥାନାକୁ କଲ କରିଥିଲେ । ତାଙ୍କ ସ୍ତ୍ରୀକୁ କେହି ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ କରିଥିଲେ।
ମୃତ ମହିଳାଙ୍କ ସ୍ୱାମୀ ପୁଲିସକୁ ଜଣାଇବା ପରେ ଏୟାରଫିଲ୍ଡ ଥାନା ପୁଲିସ ଘଟଣା ସ୍ଥଳରେ ପହଚିଂ ଆହତ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ ଏବଂ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘଟଣା ସ୍ଥଳରୁ ଦୁଇଟି ଧାରୁଆ ଛୁରୀ ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.