ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଟାର୍ଗେଟକୁ ବି ଟପିଗଲେ

0
  • ରେକର୍ଡ ଟିକାଦାନ: ୪ ଲକ୍ଷ ୨ ହଜାର ୪୩୪ ଡୋଜ ଦିଆଯାଇଛି
  • ୨୧ ଜୁନରେ ସର୍ବାଧିକ ୩ ଲକ୍ଷ ୩୨ ହଜାର ୭୧୭ ଟିକାଦାନ ହୋଇଥିଲା

ରାଜ୍ୟରେ ଦିନକରେ ରେକର୍ଡ ଟିକାଦାନ । ଦିନକରେ ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଛି ଓଡିଶାରେ । ଆଜି ୪ ଲକ୍ଷ ୨ ହଜାର ୪୩୪ ଡୋଜ ଦିଆଯାଇଛି। ଯାହା ଗୋଟିଏ ଦିନରେ ସର୍ବାଧିକ । ଗତ ୨୧ ଜୁନରେ ସର୍ବାଧିକ ୩ ଲକ୍ଷ ୩୨ ହଜାର ୭୧୭ ଟିକାଦାନ ହୋଇଥିଲା । ଏହା ପରେ ଟିକାର ସଂକଟ ଦେଖାଦେଇଥିଲା । କେନ୍ଦ୍ରରୁ ଟିକା ଆସିବା ପରେ ଦିନକରେ ୪ଲକ୍ଷରୁ ଅଧିକ ଟିକାକରଣ କରି ନୂଆରେକର୍ଡ କରିଛି ଓଡିଶା ।

କରୋନାକୁ ମାତ ଦେବା ପାଇଁ ଏବେ ଟିକାକରଣକୁ ଜୋରଦାର କରିିଛନ୍ତି ରାଜ୍ୟ ସରକାର । ଟିକାର ଅଭାବ ଯୋଗୁଁ ଗତ କିଛି ଦିନ ଧରି ଅଧିକାଂଶ ଜିଲ୍ଲାରେ ଟିକାକରଣ ପ୍ରଭାବିତ ହୋଇଥିଲା । କେନ୍ଦ୍ରରୁ ଟିକା ଆସିବା ପରେ ଦିନକରେ ୪ ଲକ୍ଷରୁ ଅଧିକ ଟିକାକରଣ କରି ଦୈନିକ ଟିକାକରଣ ନେଇ ଥିବା ଲକ୍ଷ୍ୟକୁ ଟପିଯାଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ମଧ୍ୟ ୧୪ ଶହ ୮୮ କେନ୍ଦ୍ରରେ ଟିକାକରଣ ହେବ ।

ସେହିପରି ରାଜ୍ୟରେ ଏକ କୋଟିରୁ ଅଧିକ ଲୋକ ଏବେ ପ୍ରଥମ ଡୋଜ ନେଇଥିବା ବେଳେ ଟିକାଦାନରେ ନୂଆ ମାଇଲଖୁଂଟ ତିଆରି କରିସାରିଛି ଓଡିଶା । ବଡ ବଡ ରାଜ୍ୟକୁ ପଛରେ ପକାଇ ଟିକାକରଣ କ୍ଷେତ୍ରରେ ଓଡିଶା ନୂଆ ନୂଆ ରେକର୍ଡ କରୁଛି ।

Leave A Reply

Your email address will not be published.