ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

କୋଭିଡ୍ ବଦଳାଇଲା ସିବିଏସ୍ଇ ବୋର୍ଡ ପରୀକ୍ଷା ନିୟମ

0
  • ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା, ପ୍ରଥମ ପର୍ଯ୍ୟାୟ ନଭେମ୍ବର-ଡିସେମ୍ବରରେ
  • ମାର୍ଚ୍ଚ-ଏପ୍ରିଲରେ ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା, ଚଳିତଶିକ୍ଷାବର୍ଷ ଠାରୁ ଲାଗୁ ହେବ
  • ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଲାଗୁ ହେବ, ଆଭ୍ୟନ୍ତରୀଣ ମୂଲ୍ୟାୟନ ବି ଗୁରୁତ୍ବ ପାଇବ

ନୂଆଦିଲ୍ଲୀ: କୋଭିଡ୍ ଯୋଗୁଁ ବିଦ୍ୟାଳୟ ବନ୍ଦ ଏବଂ ପରୀକ୍ଷା ବ୍ୟାଘାତ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଚଳିତ ବର୍ଷ ଦଶମ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ମୂଲ୍ୟାଙ୍କନ ଯୋଜନା ଜାରି କରିଛି। ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ବର୍ଷ ଶେଷରେ ଚୂଡାନ୍ତ ନମ୍ବର ଦିଆଯିବା ପୂର୍ବରୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନକୁ ବିଚାରକୁ ନିଆଯିବ। ଏ ସଂକ୍ରାନ୍ତରେ ଆଜି ବିଳମ୍ବିତ ରାତ୍ରିରେ ବିଜ୍ଞପ୍ତି ଜାରି କରାଯାଇଛି।

୨୦୨୦-୨୧ ଶିକ୍ଷାବର୍ଷରେ କୋଭିଡ୍ ଦ୍ବିତୀୟ ତରଙ୍ଗ କାରଣରୁ ପରୀକ୍ଷା ସ୍ଥଗିତ ରହିଲା। ଶେଷରେ ସରକାର ବୋର୍ଡ ପରୀକ୍ଷା ବାତିଲ୍ କରିଦେଲେ ଏବଂ ଦଶମ, ଏକାଦଶ ଓ ଦ୍ବାଦଶ ପରୀକ୍ଷା ଫଳକୁ ବିଚାରକୁ ନେଇ ମୂଲ୍ୟାଙ୍କନ ରାସ୍ତା ନିର୍ଣ୍ଣୟ ହେଲା। ହେଲେ ଆସନ୍ତା ଶିକ୍ଷାବର୍ଷ ପାଇଁ ସିବିଏସ୍‌ଇ କର୍ତ୍ତୃପକ୍ଷ ଏବେ ଠାରୁ ସତର୍କ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଗତବର୍ଷ ଭଳି ଏବର୍ଷ ମଧ୍ୟ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ। କିନ୍ତୁ ଶିକ୍ଷାବର୍ଷକୁ ଦୁଇଭାଗରେ ବିଭକ୍ତ କରାଯିବ। ପ୍ରତ୍ୟେକ ଅବଧିରେ ୫୦ ପ୍ରତିଶତ ସିଲାବସ୍‌କୁ ନେଇ ଗୋଟିଏ ଲେଖାଏଁ ବୋର୍ଡ ପରୀକ୍ଷା କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ନଭେମ୍ବର-ଡିସେମ୍ବର ମାସରେ ହେବ। ଏଥିରେ ମଲ୍‌ଟିପୁଲ୍ ଚଏସ୍‌ (ଏମ୍‌ସିକ୍ୟୁ) ଭିତ୍ତିରେ ହେବ ଓ ପରୀକ୍ଷା ଅବଧି ୯୦ ମିନିଟ୍ ରହିବ।

ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ମାର୍ଚ୍ଚ-ଏପ୍ରିଲ ୨୦୨୨ ରେ ପରୀକ୍ଷା କେନ୍ଦ୍ରରେ ହେବ। ସେବେ ବିଭିନ୍ନ ପ୍ରଶ୍ନ ସହିତ ୨ ଘଣ୍ଟାର ପରୀକ୍ଷା କରାଯିବ। ଯଦି କୋଭିଡ୍ ଲମ୍ବା ସମୟ ଧରି ଲାଗିରହେ, ତେବେ ଏହି ପରୀକ୍ଷା ମଧ୍ୟ ଏମ୍‌ସିକ୍ୟୁ ଧାରାରେ କରାଯିବ। ଛାତ୍ରଛାତ୍ରୀମାନେ କିଭଳି ଠିକ୍ ନମ୍ବର ପାଇବେ, ସେଥିଲାଗି ଆଭ୍ୟନ୍ତରୀଣ ମୂଲ୍ୟାୟନ, ପ୍ରାକ୍ଟିକାଲ୍, ପ୍ରୋଜେକ୍ଟ ଆଦି କାର୍ଯ୍ୟକୁ ଅଧିକ ବିଶ୍ବସନୀୟ ଢଙ୍ଗରେ କରାଯିବ। ଏଥିପାଇଁ ସିବିଏସ୍‌ଇ ନିର୍ଦେଶନାମା ଜାରି କରିବ। ଏସବୁ ପରୀକ୍ଷା ଫଳ ତତ୍କାଳ ସଂପୃକ୍ତ ଛାତ୍ରଛାତ୍ରୀଙ୍କର ଏକ ପ୍ରୋଫାଇଲ୍‌ କରି ସିବିଏସ୍‌ଇ ୱେବ୍‌ ସାଇଟ୍‌ରେ ନମ୍ବର ଅପଲୋଡ୍ କରାଯିବ। ଫଳରେ ପରବର୍ତ୍ତୀ ସମୟରେ ଏହାର ଅପବ୍ୟବହାର ହୋଇପାରିବ ନାହିଁ।

ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପଦକ୍ଷେପ ନେବାରେ ଏହା ସହାୟକ ହେବ। ଯଦି ଉଭୟ ପର୍ଯ୍ୟାୟ ପରୀକ୍ଷା ହୁଏ, ତେବେ ଫାଇନାଲ୍‌ ଥିଓରି ନମ୍ବର ସମାନ ଦୁଇ ଭାଗରେ ବିଭକ୍ତ କରାଯିବ। ଯଦି କୋଭିଡ୍ କାରଣରୁ ସ୍କୁଲ ବନ୍ଦ ରହେ, ତେବେ ପ୍ରଥମ ପରୀକ୍ଷା ଅନ୍‌ ଲାଇନ୍ ବା ଘରେ ହେବ। ତେବେ ଚୂଡାନ୍ତ ଫଳାଫଳ ବେଳେ ଏହି ନମ୍ବର ସେଭଳି ଗୁରୁତ୍ବ ପାଇବ ନାହିଁ। ଆଉ ଯଦି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ହୋଇନପାରେ,ତେବେ ପ୍ରଥମ ଫଳାଫଳ ପରୀକ୍ଷା ସ୍କୋର ଏବଂ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ମାର୍କ ପାଇଁ ବର୍ଦ୍ଧିତ ଓଜନ ଉପରେ ଚୂଡ଼ାନ୍ତ ଫଳାଫଳ ନିର୍ଭର କରିବ।ଯଦି ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଏ, ଏବଂ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଗୃହରେ କରିବାକୁ ପଡେ, ତେବେ ଚୂଡ଼ାନ୍ତ ଫଳାଫଳ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ, ପ୍ରକଳ୍ପ ଏବଂ ବ୍ୟାବହାରିକ କାର୍ଯ୍ୟ, ଏବଂ ଉଭୟ ଟର୍ମ-ଏଣ୍ଡ ପରୀକ୍ଷାରେ ସ୍କୋର ଉପରେ ହିଁ ପର୍ଯ୍ୟବେସିତ ରହିବ।

Leave A Reply

Your email address will not be published.