ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ପ୍ରିୟଙ୍କା ହତ୍ୟାକାଣ୍ଡ ପଛର ଗୁମର ଖୋଲୁଛି

0

‘ପ୍ରିୟଙ୍କା ସହ ଥିଲା ପୁଅର ପୁରୁଣା ସଂପର୍କ’

ଭୁବନେଶ୍ୱର: ସ୍ଥାନୀୟ ଭୀମଟାଙ୍ଗିରେ ମହିଳାଙ୍କ ହତ୍ୟା ଘଟଣା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିିଛି। ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ଓ ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସଂପର୍କ କଣ ଥିଲା? କେଉଁଥି ପାଇଁ ସେ ତାଙ୍କୁ ହତ୍ୟା କଲା ସେ ନେଇ ପୁଲିସ ତଦନ୍ତ ଚଲାଇଥିବା ବେଳେ ମୁହଁ ଖୋଲିଛନ୍ତି ହତ୍ୟାକାରୀ ଜଗନ୍ନାଥର ମାଆ । ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥର ସମ୍ପର୍କ ଥିବା କହିଛନ୍ତି ମାଆ ସାବିତ୍ରୀ ପ୍ରଧାନ। ବିବାହ ପୂର୍ବରୁ ସଂପର୍କ ଥିବା ବେଳେ ବିବାହ ପରେ ସେମାନଙ୍କ ମଧ୍ୟରେ କୌଣସି ସଂପର୍କ ନଥିଲା । । ତେବେ ଲକ୍‌ଡାଉନ୍‌ ପରେ ପୁଣି ଥରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହେବା ସହ କଥାବାର୍ତା ଆରମ୍ଭ ହୋଇଥିବା ତାଙ୍କ ମାଙ୍କ ବୟାନରୁ ଜଣାପଡିଛି।

ସୁଇସାଇଡ୍ ନୋଟ୍

ସେପଟେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ଏହା ଭିତରେ ଅଭିଯୁକ୍ତ ଜଗନ୍ନାଥ ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କୁ ସିନ୍ଦୁର ପିନ୍ଧାଇବା ଚେଷ୍ଟା କରିବା ଘଟଣା ସାମନାକୁ ଆସିଛି । ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କୁ ଜବରଦସ୍ତି ସିନ୍ଦୁର ପିନ୍ଧାଇବାକୁ ଚେଷ୍ଟା କରିଥାଇ ପାରେ ଅଭିଯୁକ୍ତ। କାରଣ ମୃତଦେହ ନିକଟରେ ସିନ୍ଦୁର ଫରୁଆ ପଡିରହିଛି । ସେହିପରି ଭୀମଟାଙ୍ଗିରେ ଘର ଭିତରୁ ସୁଇସାଇଡ ନୋଟକ ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ । ସମ୍ପର୍କ ଭାଙ୍ଗି ଦେବା ନିଷ୍ପତ୍ତି ହିଁ ହତ୍ୟାକାଣ୍ଡର ପ୍ରକୃତ କାହାଣୀ ବୋଲି ସୁଇସାଟଇଡ ନୋଟରୁ ଜଣାପଡିଛି ।ପ୍ରିୟଙ୍କାକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲା ବୋଲି ସୁଇସାଇଡ୍ ନୋଟରେ ଲେଖିଛି ଅଭିଯୁକ୍ତ ।

ତେବେ ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ସୁସ୍ଥ ହେବା ପରେ ପୋଲିସ ନିଜ ହେପାଜତକୁ ନେଇ ଘଟଣା ସଂପର୍କରେ ଅଧିକ ପଚରାଉଚରା କରିବ । ପଚରାଉଚରା ପରେ ହିଁ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡିବ ।

Leave A Reply

Your email address will not be published.