ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପ୍ରିୟଙ୍କା ହତ୍ୟାକାଣ୍ଡ ପଛର ଗୁମର ଖୋଲୁଛି

0

‘ପ୍ରିୟଙ୍କା ସହ ଥିଲା ପୁଅର ପୁରୁଣା ସଂପର୍କ’

ଭୁବନେଶ୍ୱର: ସ୍ଥାନୀୟ ଭୀମଟାଙ୍ଗିରେ ମହିଳାଙ୍କ ହତ୍ୟା ଘଟଣା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିିଛି। ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ଓ ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସଂପର୍କ କଣ ଥିଲା? କେଉଁଥି ପାଇଁ ସେ ତାଙ୍କୁ ହତ୍ୟା କଲା ସେ ନେଇ ପୁଲିସ ତଦନ୍ତ ଚଲାଇଥିବା ବେଳେ ମୁହଁ ଖୋଲିଛନ୍ତି ହତ୍ୟାକାରୀ ଜଗନ୍ନାଥର ମାଆ । ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥର ସମ୍ପର୍କ ଥିବା କହିଛନ୍ତି ମାଆ ସାବିତ୍ରୀ ପ୍ରଧାନ। ବିବାହ ପୂର୍ବରୁ ସଂପର୍କ ଥିବା ବେଳେ ବିବାହ ପରେ ସେମାନଙ୍କ ମଧ୍ୟରେ କୌଣସି ସଂପର୍କ ନଥିଲା । । ତେବେ ଲକ୍‌ଡାଉନ୍‌ ପରେ ପୁଣି ଥରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହେବା ସହ କଥାବାର୍ତା ଆରମ୍ଭ ହୋଇଥିବା ତାଙ୍କ ମାଙ୍କ ବୟାନରୁ ଜଣାପଡିଛି।

ସୁଇସାଇଡ୍ ନୋଟ୍

ସେପଟେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ଏହା ଭିତରେ ଅଭିଯୁକ୍ତ ଜଗନ୍ନାଥ ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କୁ ସିନ୍ଦୁର ପିନ୍ଧାଇବା ଚେଷ୍ଟା କରିବା ଘଟଣା ସାମନାକୁ ଆସିଛି । ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କୁ ଜବରଦସ୍ତି ସିନ୍ଦୁର ପିନ୍ଧାଇବାକୁ ଚେଷ୍ଟା କରିଥାଇ ପାରେ ଅଭିଯୁକ୍ତ। କାରଣ ମୃତଦେହ ନିକଟରେ ସିନ୍ଦୁର ଫରୁଆ ପଡିରହିଛି । ସେହିପରି ଭୀମଟାଙ୍ଗିରେ ଘର ଭିତରୁ ସୁଇସାଇଡ ନୋଟକ ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ । ସମ୍ପର୍କ ଭାଙ୍ଗି ଦେବା ନିଷ୍ପତ୍ତି ହିଁ ହତ୍ୟାକାଣ୍ଡର ପ୍ରକୃତ କାହାଣୀ ବୋଲି ସୁଇସାଟଇଡ ନୋଟରୁ ଜଣାପଡିଛି ।ପ୍ରିୟଙ୍କାକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲା ବୋଲି ସୁଇସାଇଡ୍ ନୋଟରେ ଲେଖିଛି ଅଭିଯୁକ୍ତ ।

ତେବେ ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ସୁସ୍ଥ ହେବା ପରେ ପୋଲିସ ନିଜ ହେପାଜତକୁ ନେଇ ଘଟଣା ସଂପର୍କରେ ଅଧିକ ପଚରାଉଚରା କରିବ । ପଚରାଉଚରା ପରେ ହିଁ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡିବ ।

Leave A Reply

Your email address will not be published.