ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଦେଶର ଷ୍ଟିଲ ହବ୍ ହେବ ଓଡିଶା

0

ସ୍ୱପ୍ନ ଦେଖାଇଲେ ନବୀନ..ଖୁବଶୀଘ୍ର ହେବ ପୂରଣ

ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ । ନିବେଶ ବଢିବ ନିଯୁକ୍ତି ମିିଳିବ ।ରାଜ୍ୟକୁ ଆସିବ ଦେଢ଼ ଲକ୍ଷ କୋଟିର ନିବେଶ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ୫ଟି ବଡ଼ ପ୍ରକଳ୍ପକୁ ମଂଜୁରୀ ମିଳିଛି । ୫ଟି ପ୍ରକଳ୍ପରେ ୧ ଲକ୍ଷ ୪୬ ହଜାର କୋଟି ପୁଜିଂନିବେଶ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟରେ ପାଖାପାଖି ୨୭ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଷ୍ଟିଲ ହବ କରିବାକୁ ଲକ୍ଷ୍ୟ । ୫ ପ୍ରମୁଖ ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ସେଥିମଧ୍ୟରୁ ରହିଛି ସମ୍ବଲପୁର ରେଙ୍ଗାଲିରେ ଥିବା ଭୂଷଣ ପାୱାର ଓ ଷ୍ଟିଲ ପ୍ଲାଂଟର ସଂପ୍ରସାରଣ । ଏଥିପାଇଁ ୫୫ ହଜାର କୋଟି ଟଙ୍କା ପୁଂଜିନିବେଶ ହେବ । ଏବଂ ୧୦ ହଜାର ଲୋକଙ୍କୁ ନୂଆ ନିଯୁକ୍ତି ମିଳିବ । ସେହିପରି ଯାଜପୁର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲର କ୍ରୁଡ ଷ୍ଟିଲର ହେବ ସଂପ୍ରସାରଣ । ୪୭ ହଜାର ୫୯୯ କୋଟି ଟଙ୍କା ଖର୍ଚ୍ଚରେ ଏହା ସଂପ୍ରସାରିତ ହେବ । ଏଥିରେ ୪୬୨୫ ଜଣଙ୍କୁ ନିଯୁକ୍ତି ମିଳିବ ।

ସେହିପରି ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌ ସଂପ୍ରସାରଣ ହେବାକୁ ଖର୍ଚ ହେବ ୨୪ ହଜାର ୬୫୨ କୋଟି ଟଙ୍କା ଓ ହଜାରେ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ । ଏହାକୁ ମିଶାଇ ରାଜ୍ୟରେ ଜିନ୍ଦଲର ମୋଟ ନିବେଶ ୧ ଲକ୍ଷ ୬୭୦ କୋଟି ହେବ, ଯାହା ବିଶ୍ୱର ଗୋଟିଏ ସ୍ଥାନରେ ସବୁଠାରୁ ଅଧିକ ନିବେଶ । ଢେଙ୍କାନାଳର ଝାରବନ୍ଧରେ ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟ୍‌ ଲିମିଟେଡ୍‌ ସଂପ୍ରସାରଣ ପାଇଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ଖର୍ଚ୍ଚ ହେବ ଏଗାର ହଜାର କୋଟି ଟଙ୍କା । ଏବଂ ୬ ହଜାର ୨ ଶହ ଲୋକ ନୂଆ ନିଯୁକ୍ତି ପାଇବେ । ସେହିପର ପଂଚମ ବଡ଼ ପ୍ରକଳ୍ପଟି ହେଲା କେନ୍ଦୁଝର ରୁଙ୍ଗଟା ମାଇନସ ଲିମିଟେଡର ସଂପ୍ରସାରଣ । ଏଥିପାଇଁ ଖର୍ଚ ହେବ ୭ ହଜାର ୯୨୦ କୋଟି ଓ ୫ ହଜାର ୧୩୪ ଲୋକଙ୍କୁ ନୂଆ ନିଯୁକ୍ତି ମିଳିବ ।

Leave A Reply

Your email address will not be published.