ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ରଥଯାତ୍ରା ଶୁଣାଣି ବେଳେ ଏମିତି କହିଲେ ଜଷ୍ଟିସ୍ ରମନ୍ନା

0
  • କେବଳ ପୁରୀରେ ହେବ ରଥଯାତ୍ରା, ଅନ୍ୟ କେଉଁଠି ନୁହେଁ: ଏକାଧିକ ପିଟିସନ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ
  • ଜଷ୍ଟିସ୍ ରମଣା ବଡ ରାୟ ଦେଇ କହିଲେ ଏମିତି କରିବାକୁ ମତେ ଭଲ ଲାଗୁନି, କିନ୍ତୁ ଆମେ ମଧ୍ୟ ନାଚାର
  • ଆସନ୍ତାବର୍ଷ କୋଭିଡ୍ ସ୍ଥିତି ସୁଧୁରିଲେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ,ଏ ଆଶା ଆମର ବି ରହିଛି
  • କୋଭିଡ ନିୟମ ମାନି କେନ୍ଦ୍ରାପଡା, ଭଟଲି, ନୀଳଗିରି, ବାରିପଦାରେ ରଥଯାତ୍ରା ପାଇଁ ହୋଇଥିଲା ଆବେଦନ

ନୂଆଦିଲ୍ଲୀ: ଗତବର୍ଷ ଠିକ୍ ଏହି ସମୟରେ ପୁରୀରେ ରଥଯାତ୍ରା ହେବ କି ନାହିଁ, ସେ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ପ୍ରଥମେ ନା ଓ ପରେ ହଁ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। କୋଭିଡ୍ ନିୟମାବଳୀ ମାନି ପୁରୀରେ ମହାପ୍ରଭୁଙ୍କ ରଥ ଗଡ଼ିଥିଲା। ଏବର୍ଷ ବି ରଥଯାତ୍ରା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଇତିମଧ୍ୟରେ ମୁଖ୍ୟ ବିଚାରପତି ବଦଳିଯାଇଛନ୍ତି। ଦେଶ ଦ୍ବିତୀୟ ଲହର ବି ଅତିକ୍ରମ କରିସାରିଛି।

ଏଭଳି ସ୍ଥିତିରେ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥାଯାତ୍ରା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲାରେ ଆଜି ବଡ ରାୟ ଆସିଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍ ଭି ରମନ୍ନାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ସବୁ ଆବେଦନକୁ ଖାରଜ କରିଦେଇଛନ୍ତି।ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଫଳରେ ପୁରୀ ଛଡା ଆଉ କେଉଁ ସ୍ଥାନରେ ଏବର୍ଷ ରଥ ଗଡ଼ିବ ନାହିଁ। ରାଜ୍ୟ ସରକାର ଅନୁମତି ନ ଦେବା ପରେ ବିନା ଭକ୍ତରେ ରଥଯାତ୍ରା ପାଇଁ କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉ, ଭଟଲି, ବାରିପଦା ଓ ନୀଳଗିରି ଆଦି ଅଞ୍ଚଳରୁ ଭକ୍ତମାନେ ପ୍ରଥମ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ରାୟ ସପକ୍ଷରେ ନଯିବାରୁ ଜୁନ୍ ୨୩ ତାରିଖରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା।

ଆଜି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ଚଳିତବର୍ଷ ଦ୍ବିତୀୟ ଲହର ଅତ୍ୟନ୍ତ ଭୟାନକ ହୋଇଛି। ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖି ରାଜ୍ୟ ସରକାର ଅନେକ କଟକଣା ମଧ୍ୟରେ ପୁରୀରେ ରଥଯାତ୍ରା କରୁଛନ୍ତି। ତେଣୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ। ମୋତେ ବି ଦୁଃଖ ଲାଗୁଛି ଓ ମୁଁ ବି ଠାକୁରଙ୍କୁ ଦେଖିବାକୁ ଚାହେଁ। କିନ୍ତୁ ଏମିତି କରିବାକୁ ଭଲ ଲାଗୁନଥିଲେ ହେଁ, ଆମେ ରଥଯାତ୍ରା ପାଇଁ ଅନୁମତି ଦେଇପାରିବୁ ନାହିଁ। ଆମେ ନାଚାର। କୋର୍ଟ ଏହି ମାମଲାରେ କୌଣସି ସକାରାତ୍ମକ ନିର୍ଦେଶ ଦେବେ ନାହିଁ। ଆସନ୍ତାବର୍ଷ ଯଦି ସ୍ଥିତିରେ ସୁଧାର ଆସିଥିବ ତେବେ ରଥଯାତ୍ରା ହୋଇପାରିବ ବୋଲି ମୁଖ୍ୟ ବିଚାରପତି କହିଥିଲେ। ଏବେ ରାଜ୍ୟ ସରକାର କିଭଳି ଶୃଙ୍ଖଳିତ ଭାବେ ପୁରୀରେ ରଥଯାତ୍ରା କରନ୍ତୁ ବୋଲି କୋର୍ଟ କହିଥିଲେ।

ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଥିଲେ ଯେ ଆପଣ ବା ମୁଁ ସେହି ଲୋକ ନୁହେଁ, ଯିଏ କି କୋଭିଡ୍ ସ୍ଥିତିର ପୂର୍ବାନୁମାନ କରିପାରିବା। ଏହି ବିଷୟରେ ଆମେ କେହି କିଛି ମତ ରଖିବା ଉଚିତ୍ ନୁହେଁ. ବରଂ ସରକାର ନିଷ୍ପତ୍ତି ନିଅନ୍ତୁ। ସରକାରଙ୍କ ଆଦେଶ ଆମ ସପକ୍ଷରେ ନ ଗଲେ ବି ରାଜ୍ୟ ତଥା କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ। କାରଣ ଏଥିରେ ତାଙ୍କର ପାରଦର୍ଶିତା ନାହିଁ।

ବରିଷ୍ଠ ଆଇନଜୀବନ ବିଷ୍ଣୁ ଶଙ୍କର ଜୈନ ଦାଖଲ କରିଥିବା ଆବେଦନ ଉପରେ କୋର୍ଟ କହିଥିଲେ ଯେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେସ୍ଥଳୀ। ଏ ସ୍ଥିତି ଅନ୍ୟ କେଉଁଠାରେ ନାହିଁ। ଯଦିଓ ବିଭିନ୍ନ ସ୍ଥାନରେ ଭକ୍ତ ତଥା ସେବାୟତମାନେ ଆବେଦନ କରି ନିଜ ସ୍ଥାନରେ କୋଭିଡ୍ ନିୟମ ମାନି ରଥଯାତ୍ରା କରିବେ ବୋଲି କହୁଛନ୍ତି ଓ ସେଠାରେ କମ୍ ଲୋକ ହୁଅନ୍ତି, ତଥାପି ରଥଯାତ୍ରାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ।

ଅନ୍ୟପକ୍ଷରେ ଆବେଦନକାରୀମାନେ କହିଥିଲେ ଯେ ପୁରୀକୁ ଯେମିତି ମହାପ୍ରଭୁଙ୍କ ବିଜେସ୍ଥଳୀ ବୋଲି ଶ୍ରୀକ୍ଷେତ୍ର କୁହାଯାଏ,ସେହିଭଳି ଶ୍ରୀବଳଦେବଜୀଉଙ୍କ ବିଜେସ୍ଥଳୀ ହୋଇଥିବାରୁ କେନ୍ଦ୍ରପଡା ତୁଳସୀକ୍ଷେତ୍ର। ଏମିତିରେ ବି ରାଜ୍ୟ ସରକାର ଅନେକ ବ୍ୟାବସାୟିକ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି, ମଦ ଦୋକାନ ବି। ଖଣ୍ଡପୀଠ କିନ୍ତୁ ଏସବୁକୁ ଗ୍ରହଣ କରିନଥିଲେ।

ପୂର୍ବରୁ ହାଇକୋର୍ଟ କହିଥିଲେ ଯେ ଏବେ ଅସାଧାରଣ ସମୟ ଯେଉଁଥିରେ କେବଳ ଓଡିଶା ନୁହେଁ ସମଗ୍ର ଦେଶ ସାଂଘାତିକ କୋଭିଡ ମହାମାରୀର ଦ୍ୱିତୀୟ ତରଙ୍ଗରୁ ସୁସ୍ଥ ହୋଇପାରିଛି। ଓଡ଼ିଶା ରାଜ୍ୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ସତର୍କତାକୁ ଉକ୍ତ ପ୍ରସଙ୍ଗରେ ଦେଖିବା ଆବଶ୍ୟକ। ଫଳସ୍ୱରୂପ, ପୁରୀର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସହିତ ସମାନ୍ତରାଳ ଭାବେ ନିଜ ନିଜ ରଥ ଯାତ୍ରା / ପର୍ବ ପାଳନ କରିବାକୁ ଅନୁମତି ମାଗି ଉପରୋକ୍ତ ଲିଖିତ ଆବେଦନଗୁଡ଼ିକରେ କୋର୍ଟ କୌଣସି ପ୍ରାର୍ଥନାକୁ ଗ୍ରହଣ କରିବାକୁ ଇଚ୍ଛୁକ ନୁହଁନ୍ତି ବୋଲି ହାଇକୋର୍ଟ କହିଛନ୍ତି।

ଓଡ଼ିଶା ସରକାରଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତ ଉପସ୍ଥାପନ କରିଥିଲେ। ଏଥିସହିତ ଏ ସଂକ୍ରାନ୍ତ ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଥିଲେ।

Leave A Reply

Your email address will not be published.