ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

0

ଭୁବନେଶ୍ବର: ମୁଁ ଥାଉ ଥାଉ ମରିବନି ମୋ ପୁଅ।

ସାପ ଚୋଟରେ ତା ଜୀବନ ଯିବାକୁ କେବେ ବି ଦେବିନି।

ମୁଁ ପଛେ ମରିଯିବି, ତାକୁ କିନ୍ତୁ ବଞ୍ଚେଇବି।

ସର୍ପ ଦଂଶନରୁ ତାକୁ ସୁରକ୍ଷା ଦେବି।

ମୃତ୍ୟୁ ସହ ମୁହାଁମୁହିଁ ହେବା ବେଳେ ଏମିତି କିଛି ଭାବି ପୁଅକୁ କାମୁଡିବାକୁ ଯାଉଥିବା ସାପକୁ ଧରିନେଇଥିଲା ମାଆ…

ଆଉ ତା’ପରେ ମାଆକୁ ଚୋଟ ପରେ ଚୋଟ ଦେଇ ଚାଲିଥିଲା ସାପ।

ଶେଷରେ ନିଜର ସୁନାଧନ ପାଇଁ ସାପ କାମୁଡାରେ ମାଆ ଆଖି ବୁଜିଲା।

ନିଜ ଜୀବନ ଦେଇ ଆଜି ଜଣେ ମାଆ ଯମ ମୁହଁରୁ ପୁଅର ଜୀବନକୁ ଏମିତି ଢଙ୍ଗରେ ଛଡାଇ ଆଣିଛି। ଆଉ ନାଗର ଦଂଶନ ମାଆର ପ୍ରାଣ ନେଇଛି।

ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଳିହା ପଂଚାୟତ ଦେଉଳବାଡ ଗାଁରେ। ପ୍ରିୟଦର୍ଶନୀ ରାଉତ ତାଙ୍କ ବର୍ଷକର ଶିଶୁପୁତ୍ରକୁ ନାଗସାପ କବଳରୁ ରକ୍ଷା କରିବାକୁ ଯାଇ ନିଜେ ସେହି ସାପ ଦଂଶନରେ ପ୍ରାଣ ହରାଇଛନ୍ତି।

ନିଜ ଦେଢବର୍ଷର ପୁଅକୁ ଶୁଆଇଦେଇ ଘର କାମରେ ବ୍ୟସ୍ତ ଥିଲେ ପ୍ରିୟଦର୍ଶନୀ। କିନ୍ତୁ ହଠାତ ଆସି ଦେଖିଥିଲେ ନାଗ ସାପଟି ତାଙ୍କ ପୁଅ ଆଡକୁ ମାଡ଼ି ଚାଲିଛି। ତାଙ୍କ ମୁଣ୍ଡକୁ କିଛି ବୁଦ୍ଧି ବାଟ ଦିଶିନଥିଲା। ନିଜ ପୁଅକୁ ବଞ୍ଚାଇବାକୁ ଯାଇ ସେ ସାପଟିକୁ ହାତରେ ଧରି ଟାଣିଆଣିଥିଲେ। ଏହି ସମୟରେ ସାପଟି ତାଙ୍କର ଡାହାଣ ହାତକୁ କାମୁଡିଦେଇଥିଲା। ଚୋଟ ମାରିଥିଲା।

ପୁଅକୁ ସିନା ସାପ କବଳରୁ ବଂଚାଇପାରିଲେ, ହେଲେ ସବୁ ଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲା କୁନି ପୁଅଟି। ସାପ ଚୋଟରେ ଆଖିବୁଜିଲେ ପ୍ରିୟଦର୍ଶନୀ। ପରିବାର ଲୋକ ତାଙ୍କୁ ହସ୍ପିଟାଲକୁ ନେବା ସମୟରେ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଖବର ପୂରା ଗାଁକୁ ସ୍ତବ୍ଧ କରିଦେଇଛି। ପୂରା ପରିବାର ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି। ପାଟି ଖୋଲି ମାଆ ଡାକିବା ପୂର୍ବରୁ ବର୍ଷକର କୁନି ପୁଅଟି ପାଖରୁ ଦୂରେଇଯାଇଛି ତା’ ମାଆ ଆଉ ପଣତକାନି।

Leave A Reply

Your email address will not be published.