ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମୋତେ ସାର୍ ନୁହେଁ, ବସ୍ ଡାକ…!

0
  • କାହିଁକି ଏମିତି କଥା କହିଲେ ଅଶ୍ୱିନୀ ?
  • ସରକାରରେ ନୂଆ ପରମ୍ପରା ଆରମ୍ଭ କଲେ
  • ଗଣତନ୍ତ୍ରରେ ପଶିଗଲା କି କର୍ପୋରେଟ୍ ଢାଞ୍ଚା

ନୂଆଦିଲ୍ଲୀ: ଏଣିକି ମୋତେ ସାର୍ ନୁହେଁ, ବସ୍ ଡାକ। ନୂଆ ନୂଆ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କ ଏଭଳି ବୟାନକୁ ନେଇ ଏବେ ବେଶ ଚର୍ଚ୍ଚା । ଏହି କଥା ଯିଏ ବି ଶୁଣିବ ସେ ବି ଭାବିବ, ରେଳ ମନ୍ତ୍ରୀ ହେଉ ହେଉ ଅଶ୍ୱିନୀ ବୈଷ୍ଣବଙ୍କ ଇଏ କେମିତିକା ବ୍ୟବହାର? କିନ୍ତୁ ବାସ୍ତବରେ ଏହା ପଛର କାରଣ ପୂରା ଅଲଗା । ବିଭାଗରେ ପହଞ୍ଚି ଆଲାଚନା ଚାଲିଥିବା ବେଳେ ଜଣେ ସିଗନାଲ ଇଞ୍ଜିନିୟରଙ୍କୁ ମଜାଳିଆ କରି ଏମିତି କହିଛନ୍ତି ଅଶ୍ୱିନୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଅଶ୍ୱିନୀ ବୈଷ୍ଣବଙ୍କ ଏକ ଭିଡ଼ିଓକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଗତକାଲି ଅଶ୍ୱିନୀ ନିଜ ବିଭାଗର ସିଗନାଲ ଇଞ୍ଜିନିୟରଙ୍କ ସହ ବୈଠକ କରିଥିଲେ । ଆଉ ଏହି ବୈଠକରେ ଜଣେ ସିଗନାଲ ଇଞ୍ଜିନିୟର କହିଥିଲେ ଯେ, ଯେଉଁ କଲେଜରେ ଅଶ୍ୱିନୀ ବୈଷ୍ଣବ ସାର୍ ପାଠ ପଢିଥିଲେ ସେ ମଧ୍ୟ ସେହି କଲେଜରୁ ପଢିଛନ୍ତି। ଆଉ ଏହାଶୁଣି ଅଶ୍ୱିନୀ ତାଙ୍କୁ ପାଖକୁ କୁଣ୍ଢେଇ ପକାଇଥିଲେ। ଆଉ ମଜାଳିଆ ଢଙ୍ଗରେ କହିଥିଲେ ଆମ କଲେଜରେ ଜୁନିୟର ଛାତ୍ର ସିନିୟରଙ୍କୁ ସାର୍ ନୁହେଁ ବସ୍ କହିଥାନ୍ତି। ତେଣୁ ଆପଣ ମଧ୍ୟ ମୋତେ ବସ୍ ଡାକିବେ।

ମନ୍ତ୍ରୀଙ୍କର ଏଭଳି କୁଲ ଅନ୍ଦାଜ କର୍ମଚାରୀଙ୍କୁ ବେଶ ପସନ୍ଦ ଆସିଛି। ଆଉ ଏହାସହ ଅଶ୍ୱିନୀ ବିଭାଗର କର୍ମଚାରୀଙ୍କୁ କହିଥିଲେ, ଏଠାରେ ଘର ଭଳି ଆମେ କାମ କରିବା, ଏମିତି କାମ କରିବା ଯେମିତି ମଜା ଆସୁଥିବ।

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ରେଳ ବିଭାଗର ଦାୟିତ୍ୱ ନେଉ ନେଉ ଆକ୍ଟିଭ ମୋଡକୁ ଆସିଛନ୍ତି ଅଶ୍ୱିନୀ। ରେଳ ବିଭାଗ କର୍ମଚାରୀଙ୍କ କାର୍ଯ୍ୟ ସମୟ ବା ସିଫ୍ଟରେ ପରିବର୍ତ୍ତନ ଆଣିଛନ୍ତି ମନ୍ତ୍ରୀ। ରେଳ ମନ୍ତ୍ରାଳୟରେ ଦୁଇଟି ସିଫ୍ଟରେ କାମ ହେବ । ସକାଳ ୭ଟାରୁ ଅଫିସ ଖୋଲିବ ଏବଂ ରାତି ୧୨ଟା ପର୍ଯ୍ୟନ୍ତ କାମ ଜାରି ରହିବ । ପ୍ରଥମ ସିଫ୍ଟରେ ମନ୍ତ୍ରାଳୟର ଅଧିକାରୀ ସକାଳ ୭ରୁ ଦିନ ୪ ଓ ଦ୍ୱିତୀୟ ସିଫ୍ଟର ଲୋକ ଦିନ ୩ଟାରୁ ରାତି ୧୨ ଯାଏ କାମ କରିବେ । ରେଳ ବିଭାଗ କର୍ମଚାରୀଙ୍କ କାର୍ୟ୍ୟ ସମୟ ବା ସିଫ୍ଟରେ ପରିବର୍ତ୍ତନ ଆଣି ପ୍ରଥମ ଦିନରୁ ହିଁ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ ମହୋଦୟ । ଆଉ ଏବେ ମନ୍ତ୍ରୀଙ୍କ ଏହି କୁଲ ଅନ୍ଦାଜର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ବେଶ ପ୍ରଶଂସା କରୁଛନ୍ତି ଅନେକ ଲୋକ ।

Leave A Reply

Your email address will not be published.