ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଉପକୂଳ ଓଡିଶାରେ କାହିଁକି କମୁନି ସଂକ୍ରମଣ?

0

ଭୁବନେଶ୍ବର: ରାଜ୍ୟରେ କରୋନା ଲହରର ଦ୍ୱିତୀୟ ପ୍ରବାହ ଏଯାଏ କମିନି> ସଂକ୍ରମଣ ହାର ପୂର୍ବଅପକ୍ଷୋ କମିଥିଲେ ମଧ୍ୟ ଦୈନିକ ସଂକ୍ରମଣ ୨ ହଜାରୁ ୩ ହଜାର ଭିତରେ ରହୁଛି। ୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଊପକୂଳ ଓଡିଶାରେ ଲକଡାଉନ ଓ ସଟଡଉନ ସତ୍ୱେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ସର୍ଭିଲାନ୍ସ ସହିତ ଟେଷ୍ଟିଂ ଓ ଟିକାକରଣ ସତ୍ୱେ ଉପକୂଳ ଓଡିଶାରେ କାହିଁକି ସଂକ୍ରମଣ କମୁନି ତାହା ଏବେ ଚିନ୍ତାଜନକ ବିଷୟ । ସେହିପରି କରେନା ମୃତ୍ୟୁର ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି।

ଗତ ୨୪ ଘଂଟାରେ ୭୫ ହଜାର ୬୫୩ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨୩ ଶହ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୩.୦୮ ପ୍ରତିଶତ। ଖୋର୍ଦ୍ଧାରୁ ସର୍ବାଧିକ ୩୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୭୧,ବାଲେଶ୍ୱରରୁ ୧୬୪,ଭଦ୍ରକରୁ ୧୨୧,ଜଗତସିଂହପୁରରୁ ୧୦୧,ଯାଜପୁରରୁ ୧୭୯, କେନ୍ଦ୍ରାପଡାରୁ ୧୯୬, ମୟୂରଭଂଜରୁ ୧୦୪, ପୁରୀରୁ ୧୦୬,ନୟାଗଡରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଏବେ ୯ ଲକ୍ଷ ୩୭ ହଜାର ୪୭୦ରେ ପହଞ୍ଚିଛି।

ସେହିପରି ଆଜି ଆଉ ୫୮ ମୃତ୍ୟୁର ସରକାର ହିସାବ ଦେଇଛନ୍ତି । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୩୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ ଓ ପୁରୀରୁ ୭ ଲେଖାଏ , ଗଂଜାମ ଓ ସୁନ୍ଦରଗଡରୁ ୬ ଲେଖାଏ, ସମ୍ବଲପୁରରୁ ୪ , କେନ୍ଦ୍ରାପଡାରୁ ୩, କଟକ, ଢେଙ୍କାନାଳ, ନୟାଗଡ଼,କେନ୍ଦୁଝରୁ ୨ ଲେଖାଏ ଓ ଅନୁଗୁଳ,ଯାଜପୁର,ଗଜପତିରୁ ଜଣେ ଲେଖାଏ ଲୋକଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.