ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସେପ୍‌ଟେମ୍ବର ୧୨ରେ କୋଭିଡ୍ କଟକଣାରେ ନିଟ୍ ପରୀକ୍ଷା

0

ଟ୍ୱିଟ୍‌ କଲେ କେନ୍ଦ୍ରମନ୍ତ୍ରୀ, ଆସନ୍ତାକାଲି ଅପରାହ୍ନ ୫ରୁ ଏନଟିଏ ୱେବ୍ ସାଇଟ୍‌ରେ ଆବେଦନ
ପୂର୍ବରୁ ଅଗଷ୍ଟ ୧ରେ ଏହି ପରୀକ୍ଷା କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ କେନ୍ଦ୍ର ସରକାର
ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି, ପରୀକ୍ଷା କେନ୍ଦ୍ର ବି ବଢ଼ିବ


ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍ ନିୟମ ପାଳନ ସହ ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲି ଅପରାହ୍ନ ୫ଟାରୁ ଏନଟିଏ ୱେବସାଇଟ୍ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଜି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି।

ପୂର୍ବରୁ ଅଗଷ୍ଟ ୧ରେ ଏହି ପରୀକ୍ଷା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ସାମାଜିକ ଦୂରତା ନିୟମକୁ ସୁନିଶ୍ଚିତ କରିବା ପରିପ୍ରେକ୍ଷୀରେ ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି କରାଯାଇଛି। ଗତବର୍ଷ ୩ ହଜାର ୮୬୨ଟି ପରୀକ୍ଷା କେନ୍ଦ୍ର ବ୍ୟବହାର ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯିବ।

କୋଭିଡ୍ ନିୟମକୁ ମଧ୍ୟ ପାଳନ କରାଯିବା ସହ ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ପ୍ରଦାନ କରାଯିବ। ସେହିପରି ପରୀକ୍ଷାର୍ଥୀଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ସମୟ ନିର୍ଦ୍ଧାରଣ କରାଯିବା ସହ କଂଟାକ୍ଟଲେସ୍‌ ପଞ୍ଜୀକରଣ, ପରୀକ୍ଷା କେନ୍ଦ୍ରର ସାନିଟାଇଜେସନ ଏବଂ ପରୀକ୍ଷା ହଲରେ ସାମାଜିକ ଦୂରତା ରକ୍ଷା କରାଯିବ
ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି। ପରୀକ୍ଷା ପୂର୍ବରୁ ଏବଂ ପରେ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍ କରାଯିବା ନେଇ ମଧ୍ୟ ନିଷ୍ପତି ହୋଇଛି ।

Leave A Reply

Your email address will not be published.