ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ

0

ପୁରୀରେ ସାମାନ୍ୟ କୋହଳ ହେଲା କର୍ଫ୍ୟୁ

ପୁରୀ: ଶରଧାବାଲିରେ ତିନି ରଥ। ମହାମାରୀ କଟକଣା ଓ କର୍ଫ୍ୟୁ ଭିତରେ ବିନା ଭକ୍ତରେ ତିନି ରଥ ଶରଧା ବାଲିରେ ନିର୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚିଥିଲେ ମହାପ୍ରଭୁ। ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ। ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସେପଟେ ପୁରୀରେ ଲାଗିଥିବା କର୍ଫ୍ୟୁ ସାମାନ୍ୟ କୋହଳ କରାଯାଇଛି।

କରୋନା କଟକଣା ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ଗୋଟି ପହଣ୍ଡିରେ ବିଜେ କରିବେ ଜନ୍ମବେଦୀ ବା ଆଡପମଣ୍ଡପକୁ । ଅପରାହ୍ନରେ ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କରଗୋଟି ପହଣ୍ଡି ଆରମ୍ଭ ହେବ। ଏହା ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ। ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି କାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଡପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ। ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର। ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପଦର୍ଶନକୁ ବନ୍ଦ ରଖାଯାଇଛି। ଭକ୍ତ-ଭଗବାନଙ୍କ ମିଳନ ସିନା ହେବନି ହେଲେ ଭକ୍ତଙ୍କୁ କିନ୍ତୁ ଆଡ଼ପ ଅବଢ଼ା ମିଳିବ । ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଥିବାରୁ ଚଳିତ ବର୍ଷ ଆଡପଅବଢା ପ୍ରସ୍ତୁତି ପରିମାଣ କମ୍ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି।

ବିନା ଭକ୍ତରେ ଶାନ୍ତିଶୃଙ୍ଖଳାର ସହ ସୋମବାର ଅନୁଷ୍ଠିତ ହୋଇଯାଇଛି ଦାରୁବ୍ରହ୍ମଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ପହଚିଂଥିଲେ ୩ ରଥ । କରୋନା କଟକଣା ପାଇଁ କେବଳ ସେବାୟତମାନେ ୩ ରଥକୁ ଟାଣି ଟାଣି ନେଇ ଶରଧାବାଲିରେ ଲଗାଇଥିଲେ। କିନ୍ତୁ ଯେଉଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ଭକ୍ତଙ୍କ ଗହଳି ଲାଗୁଥିଲା, ହରିବୋଲ,ହୁଳିହୁଳିରେ ବାଡିଦାଣ୍ଡ ଫାଟିପଡେ: ସେଠି କିନ୍ତୁ ନଥିଲା ଭକ୍ତଙ୍କ କୋଳାହାଳ । ଘରେ ରହି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ଭକ୍ତ। ଆସନ୍ତାବର୍ଷ ଯେପରି ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ଏହି ଭୂତାଣୁର ପାଚେରୀ ହଟାଇ ପୁଣି ସେହି ମହାମିଳନ ହେବ ସେ ନେଇ ପ୍ରାର୍ଥନା କରୁଥିଲେ ଶ୍ରଦ୍ଧାଳୁ।

Leave A Reply

Your email address will not be published.