ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଗୃହବନ୍ଦୀ ସାପ, ମେଡିକାଲରେ ଝିଅ

0

ଭୁବନେଶ୍ବର: ଘରେ ବନ୍ଦୀ ଅଛି ସାପ । ଆଉ ଚିକିତ୍ସା ପାଇ ହସ୍ପିଟାଲକୁ ଅଣାଗଲା କୁନି ଝିଅ। ସାପ କାମୁଡାରେ ମାସେ କାଳ ଯନ୍ତ୍ରଣାରେ କୁନି ଝିଅଟି ଛଟପଟ ହେବା ପରେ ଜିଲ୍ଲା ପ୍ରଶାସନର ହସ୍ପକ୍ଷେପ ଯୋଗୁଁ ଚିକିତ୍ସା ପାଇଁ କଟକ ଏସସିବିକୁ ଝିଅଟିକୁ ଅଣାଯାଇଛି । ବିଷଧର ସାପ କାମୁଡିବା ପରେ ଝିଅଟିର ଡାହାଣ ହାତ ପଚି ନଷ୍ଟ ହେବାକୁ ବସିଥିବା ବେଳେ ଝିଅଟି ଖୁବ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଆଶ।। ରହିଛି । ସେପଟେ ଆଶ୍ଚର୍ଯ୍ୟକର କଥା ହେଉଛି ଝିଅଟିକୁ କାମୁଡିଥିବା ସାପଟି ମାସେ ହେବ ଘର ଭିତରେ ବନ୍ଦୀ ରହିଲା।

ଅନ୍ଧ ବିଶ୍ୱାସ କୁହନ୍ତୁ ବା ଅର୍ଥାଭାବ। ନବରଙ୍ଗପୁର ରାଇଘର ବ୍ଲକ ବାଲିଝର ଗାଁର କୁନି ଝିଅ ମଂଜୁଳା । ମାସେ ତଳେ ବାପା କାମକୁ ଯାଇଥିଲେ, ମାଆ ଘର କାମ କରୁଥିଲେ, ଭାଇ ସହ ଘର ବାହାରେ ଖେଳୁଥିଲା ୯ ବର୍ଷୀୟ ଝିଅ ମଞ୍ଜୁଳା । ଖେଳି ଖେଳି ପକ୍ଷୀ ଧରିବାକୁ ଏକ ଗଛରେ ଚଢି ଯାଇଥିଲା, ସେଠାରେ ତାକୁ ଏକ ନାଗ ସାପ କାମୁଡି ଦେଇଥିଲା ।। ନାଗ ସାପ କାମୁଡିବା ସତ୍ୱେ ସୌଭାଗ୍ୟରୁ ଝିଅଟି ବଂଚି ଯାଇଛି । ହେଲେ ଝିଅଟିର ଡାହାଣ ହାତ ପଚି ନଷ୍ଟ ହେବାକୁ ବସିଲାଣି । ଅର୍ଥ ଅଭାବରରୁ ମଂଜୁଳାର ଚିକିତ୍ସା ପାଇଁ ନେଇପାରୁନଥିଲେ ପରିବାର ଲୋକ।

କୁନି ଝିଅଟି ମାସେ ହେଲା ଯନ୍ତ୍ରଣାରେ ଛଟପଟ ହେବା ପରେ ଜିଲ୍ଲା ପ୍ରଶାସନ ନଜରକୁ ଖବର ଆସିଥିଲା । ଛୋଟ ଝିଅଟିକୁ ରାଇଘର ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲକୁ ଅଣାଯାଇଛି । ଏବଂ ହସ୍ପିଟାଲରେ ସମସ୍ତ ଡାକ୍ତରୀ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

Leave A Reply

Your email address will not be published.