ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଦେଶ ସାମ୍ନାରେ କୋଣାର୍କ କଥା ରଖିଲେ ଧର୍ମେନ୍ଦ୍ର

0
  • ‘ସ୍କୁଲ୍ ଇନୋଭେସନ ଏମ୍ବାସେଡ଼ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ଶିକ୍ଷକଙ୍କୁ ପରିବର୍ତନର ଆଧାର ଶୀଳା ଓ ନବସୃଜନର ପ୍ରତୀକ ଭାବେ ଗଢିବା ଲକ୍ଷ୍ୟ
  • ୫୦,୦୦୦ ବିଦ୍ୟାଳୟ ଶିକ୍ଷକଙ୍କୁ ନବସୃଜନ, ଉଦ୍ୟୋଗୀ ଇତ୍ୟାଦି ଉପରେ ପ୍ରଶିକ୍ଷଣ
  • ଓଡ଼ିଶାର ସୂର୍ଯ୍ୟ ମନ୍ଦିର ମାନବସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ
  • ମହାତ୍ମା ଏବଂ ଅବଦୁଲ କଲାମଙ୍କ ଉଦାହରଣ ଦେଇ ଉତ୍ସାହିତ କଲେ ଛାତ୍ରଛାତ୍ରୀଙ୍କୁ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷକମାନଙ୍କ ମାର୍ଗଦର୍ଶନ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ> ଆମର ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ପ୍ରସ୍ତୁତ କରିବା ପାଇଁ ଆମର ଶିକ୍ଷକମାନଙ୍କୁ ପରିବର୍ତନର ପ୍ରତିନିଧି ତଥା ନବସୃଜନର ପ୍ରତୀକ ଭାବେ ଗଢିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସହ ମିଳିତ ଭାବରେ ୫୦ ହଜାର ସ୍କୁଲ ଶିକ୍ଷକଙ୍କ ପାଇଁ ‘ସ୍କୁଲ୍ ଇନୋଭୋସନ ଏମ୍ବାସେଡ଼ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି> ସେ କହିଛନ୍ତି ଯେ ଟେକ୍ନୋଲୋଜି ବିଶ୍ୱକୁ ନୂତନ ରୂପରେ ଅବସ୍ଥାପିତ କରିଥିବା ବେଳେ ଆମ ଛାତ୍ରଛାତ୍ରୀଙ୍କ ପାଖରେ କେବଳ ଦେଶର ସମସ୍ୟାକୁ ସମାଧାନ କରିବା ନୁହେଁ ବରଂ ବିଶ୍ୱର ସମାଧାନର ସୂତ୍ର ବାହାର କରିବାର କ୍ଷମତା ରହିଛି। ଆଜି ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ ସେଲ,ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ସିବିଏସଇ ଏବଂ ଏଆଇସିଟିଇ ସହଯୋଗରେ ଶୁଭାରମ୍ଭ ହୋଇଯାଇଥିବା କାର୍ଯ୍ୟକ୍ରମ ପରବର୍ତୀ ସମୟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନବସୃଜନ କ୍ଷମତା ପ୍ରତି ଜାଗୃତ କରିବ, ନୂତନତ୍ୱର ସଂସ୍କୃତି ବିକାଶ କରିବ ଏବଂ ଏକ ନୂତନ ତଥା ସୁଦୃଢ ଭାରତର ମୂଳଦୁଆ ପକାଇବ।

ମନ୍ତ୍ରୀ କହିଥିଲେ, ଆଜି ଆମେ ଅମୃତ ଉତ୍ସବ ପାଳନ କରୁଛେ। ଆଗାମୀ ୨୫ ବର୍ଷ ପରେ ଦେଶ ସ୍ୱାଧୀନତାକୁ ୧୦୦ ବର୍ଷ ପୂରଣ କରିବ। ଆଜିର ୧୫ ବର୍ଷର ପିଲା ସେହି ସମୟରେ ଜୀବନର ସର୍ବଶ୍ରେଷ୍ଠ ସମୟ ଦେଇ ଗତି କରୁଥିବ। ତେଣୁ ଆମକୁ ଏହି ଏକବିଂଶ ଶତାବ୍ଦୀରୁ ହିଁ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ତଥା ସେମାନଙ୍କର ପ୍ରତିଭାକୁ ଅନ୍ୱେଷଣ କରିବା ଦରକାର। ଦେଶରେ କୌଣସି ସମ୍ବଳର ଅଭାବ ନାହିଁ । ପିଲାଙ୍କୁ ଆଗକୁ ବଢ଼ାଇବା ପାଇଁ ସଠିକ୍ ମାର୍ଗଦର୍ଶନ ଏବଂ ସେମାନଙ୍କ ମନରେ ଦେଶ ଏବଂ ବିଶ୍ୱର ସମାଧାନ ପାଇଁ ଥିବା କଳ୍ପନାର ମାର୍ଗ ଦେଖାଇବାର ଆବଶ୍ୟକତା ରହିଛି । ତେବେ ଯାଇ ଦେଶର ପିଲାମାନେ ଦେଶ ଏବଂ ବିଶ୍ୱବାସୀଙ୍କ ସମସ୍ୟାର ସମାଧାନର ସୂତ୍ର ବାହାର କରିପାରିବେ।

ଦେଶରେ ପ୍ରାଚୀନ କୀର୍ତି ଓଡ଼ିଶାର ସୂର୍ଯ୍ୟ ମନ୍ଦିର ମାନବସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ ବୋଲି ସୂଚନା ଦେଇ ମନ୍ତ୍ରୀ କହିଥିଲେ, ସେତେବେଳେ ମଧ୍ୟ କାରିଗରମାନେ ନବସୃଜନ ମାଧ୍ୟମରେ ଏଭଳି ମନ୍ଦିର ନିର୍ମାଣ କରିବାର ଚିନ୍ତା କରୁଥିଲେ। ସେହିପରି ଭାରତରତ୍ନ ଡ. ଏ ପି ଜେ ଅବଦୁଲ କଲାମଙ୍କ ଜିଜ୍ଞାସା ହିଁ ତାଙ୍କୁ ବଡ଼ ଇନୋଭେଟର ବନାଇଥିଲା ତଥା ବାଲିଷ୍ଟିକ୍ ମିସାଇଲ୍ ବା କ୍ଷେପଣାସ୍ତ୍ର ନିର୍ମାଣ ଓ ବିକାଶ କ୍ଷେତ୍ରରେ ତାଙ୍କୁ ଅଗ୍ରଗଣ୍ୟ କରାଇଥିଲା। ସେହିପରି ମହାତ୍ମା ଗାନ୍ଧିଜୀଙ୍କ ମନରେ ସମ୍ବେଦନଶୀଳ ନଥିଲେ ସେ ଦକ୍ଷିଣ ଆଫ୍ରିକା ଛାଡ଼ି ଭାରତକୁ ଲଢ଼ିବାକୁ ଆସିନଥାନ୍ତେ । ଗାନ୍ଧିଜୀ ମଧ୍ୟ ସମସ୍ୟାର ସମାଧାନ କରିବା ପାଇଁ ପରୀକ୍ଷଣ ଅଥବା ନୂଆ ଚିନ୍ତା କରିଥିଲେ। ଆଜିର ଆମ୍ବୋସେଡ଼ର ଟ୍ରେନିଂ ଦେଶର ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ବିଶ୍ୱର ସମସ୍ୟାର ଉତର ମଧ୍ୟ ବାହାର କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

ସୂଚନାଯୋଗ୍ୟ, ନବସୃଜନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ‘ସ୍କୁଲ୍ ଇନୋଭୋସନ ଏମ୍ବାସେଡ଼ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି । ବିଦ୍ୟାଳୟ ଶିକ୍ଷକ ମାନଙ୍କ ପାଇଁ ଏକ ଅଭିନବ ତଥା ଏହାର ଏକ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏହା ଦ୍ୱାରା ୫୦,୦୦୦ ବିଦ୍ୟାଳୟ ଶିକ୍ଷକଙ୍କୁ ନବସୃଜନ, ଉଦ୍ୟୋଗୀ,
ଆଇପିଆର, ଡିଜାଇନ୍ ଥିଙ୍କିଂ, ସାମଗ୍ରୀ ବିକାଶ, ଆଇଡିଆ ଜେନେରେସନ ଉପରେ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି। ଆଜିର କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଭାବେ ଡା. ସୁବାଷ ସରକାର, ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂହଙ୍କ ସହ ଶିକ୍ଷା ମନ୍ତ୍ରଣାଳୟ ଏବଂ ଜନଜାତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.