ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କଣ୍ଟାକୁ କଣ୍ଟାରେ କାଢିବ ବିଜେଡି

0
  • ବିଜେପିର ଚାଷୀ ଆନ୍ଦୋଳନର ଜବାବ ଦେବାକୁ ଚାଷୀ ପ୍ରସଙ୍ଗ ଧରିଲା
  • କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ୨୦ ତାରିଖରେ ଆନ୍ଦୋଳନ କରିବ
  • ସବୁ ଏଫ୍‌ସିଆଇ ଗୋଦାମ ଆଗରେ ଧାରଣା ଦେବେ ବିଜେଡି ନେତା
  • ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର ଦେଲେ ସୂଚନା

ଭୁବନେଶ୍ବର: ଚାଷୀ ପ୍ରସଙ୍ଗ ଧରି ହାଲ୍ଲା ବୋଲ କରୁଥିଲା ବିଜେପି। ଧାନ କିଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ଚାଷୀ ବିରୋଧୀ ବୋଲି ଗୋଟିଏ ଧାରଣା ଦେବାକୁ ଦଳ ଚେଷ୍ଟା କରିଥିଲା। ଅନ୍ୟପକ୍ଷରେ ଚୁପ୍ ଚାପ୍ ବସିଥିଲା ବିଜେଡି, କେବଳ ପ୍ରେସ ବିିଜ୍ଞପ୍ତିରେ ଦଳ ତାର ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଥିଲା। ଆଜି କିନ୍ତୁ ରଣନୀତି ବଦଳାଇ ଦେଇଛି। ଦଳ ନିଷ୍ପତ୍ତି ନେଇଛି, ଯେଉଁ ପ୍ରସଙ୍ଗ ବିରୋଧୀ ଉଠାଇବେ, ସେହି ପ୍ରସଙ୍ଗ ଧରି ସେମାନଙ୍କୁ ଘେରିବ। ରାଜରାସ୍ତାରେ ହଲାପଟା କରିବ। ବିଜେଡିର ବିଶାଳ ସେନା ଗାଁ ଗଣ୍ଡାରେ ବିଜେପି ବିରୋଧରେ ଏମିତି ମାତିବେ ଯେ ଦଳ ଯେମିତି ତ୍ରାହି ତ୍ରାହି ଡାକିବ।

ଆଜି ବିଜେଡି ନୂଆ ମୁଖପାତ୍ରଙ୍କୁ ବାଦ୍ ଦେଇ ସାମ୍ନାକୁ ଦଳର ବରିଷ୍ଠ ନେତାଙ୍କୁ ଆଣିଛି। ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀମୟୀ ମିଶ୍ର ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅବହେଳା ଆଉ ସହିହେଉନାହିଁ। ଏହାକୁ ଲୁଚାଇବା ଲାଗି ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କରୁଛି। ନେତାମାନେ ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି। ଏହା ଉପରୁ ପରଦା ଉଠାଯିବ। ଆସନ୍ତା ୨୦ ତାରିଖ ଦିନ ସବୁ ଏଫ୍‌ସିଆଇ ଗୋଦାମ ଆଗରେ ବିଜେଡି ଧାରଣ ଦେବ। କେବଳ ସେତିକି ନୁହେଁ, ବିଜେଡି ଆଜି ଆଉ ପାଦେ ଆଗକୁ ଯାଇ ଦାବି କରିଛି ଯେ କେନ୍ଦ୍ର ସରକାର ଖରିଫ୍ ଧାନକିଣାକୁ ସେପ୍ଟେମ୍ବର ମାସ ଯାଏ ବୃଦ୍ଧି କରନ୍ତୁ। ରାଜ୍ୟ ବିଜେପି ନେତାମାନେ ଏଠି ନ କାନ୍ଦିକୁ ଚାଷୀର ସମସ୍ୟା ତାଙ୍କ କେନ୍ଦ୍ର ସରକାରକୁ ଜଣାଇବା ଲାଗି କଟାକ୍ଷ କରିଛି।

ବିଜେଡି କହିଛି, ଡ଼ିଶାର ୭୬ ପ୍ରତିଶତ ହେଉଛନ୍ତି ଚାଷୀ। ଏଣୁ ଚାଷୀଙ୍କ ଆୟ କିଭଳି ଦ୍ବିଗୁଣିତ ହେବ, ସେଥିପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା କରି ଆସିଛନ୍ତି। ସ୍ୱତନ୍ତ୍ର କୃଷି ବଜେଟ, କୃଷି କ୍ୟାବିନେଟ ଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ସରକାର। ଏସବୁ ଦେଖି ବିଜେପି ଭୟଭୀତ ହୋଇପଡିଛି। କାରଣ ଚାଷୀ ମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାତ କରୁଛନ୍ତି। କେନ୍ଦ୍ର ଦ୍ୱାରା ସ୍ଥିରୀକୃତ ଏମଏସପି ଅନୁଯାୟୀ ରାଜ୍ୟରେ ଧାନ କିଣା ଯାଉଛି। ଆଜି ନୁହେଁ, ୨୦୦୩-୦୪ରୁ।

ଧାନ କିଣାରେ ସ୍ୱଚ୍ଛତା ପାଇଁ ସରକାର ଟୋକନ୍ ବ୍ୟବସ୍ଥା କରିଛନ୍ତି। ଡିଜିଟାଇଜେସନ୍ ଓ ଚାଷୀ ପଞ୍ଜୀକରଣ କରାଯାଉଛି। କିନ୍ତୁ ବିଜେପି ଟୋକନ୍ ବ୍ୟବସ୍ଥାକୁ କାହିଁକି ବିରୋଧ କରୁଛି? ସେମାନେ କଳାବଜାରକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛନ୍ତି କି? ସେହିପରି ଧାନ କିଣା ସମୟ କେନ୍ଦ୍ର ସରକାର ସ୍ଥିର କରିଥାନ୍ତି, ରାଜ୍ୟ ନୁହେଁ। ବିଜେପି ଜାଣିଶୁଣି ଏହି ପ୍ରସଙ୍ଗରେ ବିଭ୍ରାନ୍ତ କରିଆସୁଛି।

ବିଜେଡି ଆହୁରି କହିଛି ଯେ ଓଡ଼ିଶା ସରକାର ପ୍ରତିବର୍ଷ ଋଣ କରି ଧାନ କିଣନ୍ତି ଏବଂ ପରେ ଏହାକୁ କେନ୍ଦ୍ର ସରକାର ଭରଣା କରନ୍ତି। କୋଭିଡ ସମୟରେ ରାଜ୍ୟ ସରକାର ନିଜେ ବନ୍ଧା ପଡି ଧାନ ସଂଗ୍ରହ କରିଛନ୍ତି। ଏ ବାବଦ ୬୫୭୦ କୋଟି ଟଙ୍କା ଏଯାଏଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିନି। କେନ୍ଦ୍ର ସରକାର ତୁରନ୍ତ ଏ ଅର୍ଥ ପ୍ରଦାନ କରନ୍ତୁ। ରାଜ୍ୟରେ ମୋଟ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୧୩ଲକ୍ଷ ୯୪ ହଜାର। ଗତ ଦୁଇବର୍ଷରେ ୩ଲକ୍ଷ ୮୩ ହଜାର ଚାଷୀ ବଢ଼ିଛନ୍ତି। ଅର୍ଥାତ୍ ୪୮ ପ୍ରତିଶତ ଚାଷୀ ସରକାରଙ୍କ ବ୍ୟବସ୍ଥା ଭିତରକୁ ଆସିଛନ୍ତି। ହେଲେ କେନ୍ଦ୍ର ସରକାର ୭ଲକ୍ଷ ଟନ୍ ବଳକା ଚାଉଳ କାହିଁକି ନେବେନି ବୋଲି ବିଜେଡି ଜବାବ ମାଗିଛି।

Leave A Reply

Your email address will not be published.