ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସରକାରଙ୍କ କୋର୍ଟରେ ପଞ୍ଚାୟତ ବଲ୍

0
  • ତଥାପି ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଚଳାଇଛନ୍ତି କମିସନ
  • ୨୬ ତାରିଖ ସୁଦ୍ଧା ଭୋଟ ବାକ୍ସ ହିସାବ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି
  • ସରକାରଙ୍କୁ ଡରାଇଲାଣି କରୋନା, ସଂରକ୍ଷଣ ଅଡୁଆ ବି ତୁଟିନି

ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ୍ ୨୦୨୦ ମାର୍ଚ୍ଚ ମାସରେ ପଞ୍ଚାୟତ କାର୍ଯ୍ୟକାଳ ସରିବ। ଏହା ପୂର୍ବରୁ ନିର୍ବାଚନ କରିବା ଲାଗି କମିସନ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ ସରକାରଙ୍କୁ ଚିଠି ଲେଖି ପ୍ରକ୍ରିୟା ଆରମ୍ଭ କରିବା ଲାଗି ପୂର୍ବରୁ କହିଥିଲେ। ଏବେ ଆଉ ପାଦେ ଆଗକୁ ଯାଇ କମିସନ ଜିଲ୍ଲାପାଳମାନଙ୍କୁ ଭୋଟ ବାକ୍ସର ହିସାବ ଦେବାକୁ ଜଣାଇଛନ୍ତି। ଜୁଲାଇ ୨୬ ତାରିଖ ସୁଦ୍ଧା ଏ ସଂପର୍କରେ ଏକ ବିଶଦ ରିପୋର୍ଟ ଦେବାକୁ ୧୪ ତାରିଖରେ ଚିଠି କରିଛନ୍ତି ରାଜ୍ୟ ନିର୍ବାଚନ କମିସନ।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ହେବ କି ନ ହେବ ଅଥବା ସରକାର ବିଳମ୍ବ କରିବେ ତାହା ଉପରୁ ପରଦା ହଟିନାହିଁ। ରାଜ୍ୟ ସରକାର ଏହା ଉପରେ ତର୍ଜମା ଚଳାଇଥିଲେ ହେଁ, ଠୋସ୍ ନିଷ୍କର୍ଶ ବାହାରିପାରିନାହିଁ। ଏଇଥିପାଇଁ ଯେ ଓଡ଼ିଶାରେ କୋଭିଡ୍ ତୃତୀୟ ଲହର ପ୍ରଭାବ ନଭେମ୍ବର ମାସ ବେଳକୁ ଆରମ୍ଭ ହୋଇପାରେ। ଯଦି ଏମିତି ହୁଏ, ତେବେ ଜାନୁଆରି ମାସ ବେଳକୁ କରୋନା ପିକ୍‌ରେ ଥିବ। ନିର୍ବାଚନ ଅସମ୍ଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନ ସମୟରେ ସ୍ପଷ୍ଟ କରିସାରିଛନ୍ତି ଯେ ନିର୍ବାଚନ ଆଳରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରାଯାଇନପାରେ।ଏଣୁ ସରକାର ପଞ୍ଚାୟତ ନିର୍ବାଚନକୁ ନେଇ ଆଗକୁ ଯିବେ କି ନାହିଁ, ଯଦି ଯିବେ କେବେ ନିର୍ବାଚନ କଲେ ଠିକ୍ ହେବ, ତାହା ସ୍ଥିର କରିପାରୁନାହାନ୍ତି ଓ ପ୍ରସଙ୍ଗଟି ଏବେ ବି ଦ୍ବନ୍ଦ୍ବରେ ରହିଛି।

କରୋନା ସତ୍ତ୍ବେ ନିକଟରେ ସରିଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ଭାରତବର୍ଷକୁ ମହଙ୍ଗା ପଡିଥିଲା। ଏଥିପାଇଁ ଭାରତର ନିର୍ବାଚନ କମିସନ ସମାଲୋଚିତ ହୋଇଛନ୍ତି, କେନ୍ଦ୍ର ସରକାର ବି। ଏପରିକି ହାଇକୋର୍ଟ ମଧ୍ୟ ଅତ୍ୟନ୍ତ କଟୁ ମନ୍ତବ୍ୟ ଦେବାକୁ ଭୁଲିଲେ ନାହିଁ। ପରିସ୍ଥିତିର ଗମ୍ଭୀରତାକୁ ଦେଖି ପିପିଲି ଉପନିର୍ବାଚନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବଡ ନିଷ୍ପତ୍ତି ଶୁଣାଇଥିଲେ। ସିଧା ସିଧା କହିଥିଲେ ଯେ ବିଜେଡି ପ୍ରଚାରରେ ସାମିଲ ହେବ ନାହିଁ। ଲୋକଙ୍କ ଜୀବନ ତାଙ୍କ ପାଇଁ ବଡ। ଆଉ ଏହାର କିଛି ଘଣ୍ଚା ପରେ ଭାରତର ନିର୍ବାଚନ କମିସନ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ। ଏଯାଏ ଏହି ନିର୍ବାଚନ ତାରିଖ ଘୋଷଣା ହୋଇପାରିନାହିଁ।

ଏପରିସ୍ଥଳେ ସରକାର ପଞ୍ଚାୟତ ନିର୍ବାଚନକୁ ଯିବେ କି ନାହିଁ, ତାହା ଏକ ବଡ ସମସ୍ୟା ଭାବେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଛିଡା ହୋଇଛି। ଯଦି ରାଜ୍ୟରେ କରୋନା ବୃଦ୍ଧି ପାଏ, ତେବେ ସରକାରଙ୍କ ମୁଣ୍ଡକୁ ଦୋଷ ଯିବ। ବିରୋଧୀ ଏମିତି ହିଁ ମାତିବେ। ଏସବୁ ପାଇଁ ସରକାର ନିଷ୍ପତ୍ତିକୁ ଝୁଲାଇ ରଖିଛନ୍ତି ଓ ଦେଶର ପ୍ରମୁଖ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ କରୋନାର ତୃତୀୟ ଲହର କେବେ ଆସିବ, କିଭଳି ପ୍ରଭାବ ରଖିବ, ନିର୍ବାଚନ ମହଙ୍ଗା ହେବ କି, ଏମିତି ଅନେକ ପ୍ରଶ୍ନ ରଖି ଉତ୍ତର ମାଗିଥିବା ସୂଚନା ମିଳିଛି।

ଉଲ୍ଲେଖଥାଉକି, ୨୦୨୨ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତ କାର୍ଯ୍ୟକାଳ ସରିବ। ନିୟମ ଅନୁସାରେ ଯଦି ନିର୍ବାଚନ ହୋଇପାରିବ ନାହିଁ, ତେବେ ପଞ୍ଚାୟତ ଦାୟିତ୍ବରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରହିବେ। ସେହିଭଳି ବ୍ଲକ ଓ ଜିଲ୍ଲାସ୍ତରରେ ମଧ୍ୟ ସରକାରଙ୍କୁ ବାବୁଙ୍କ ହାତରେ କିଛି ସମୟ ପାଇଁ ଚାବିକାଠି ଦେବାକୁ ହେବ।

ଅନ୍ୟପକ୍ଷରେ ସଂରକ୍ଷଣ ଅଡୁଆ ବି ତୁଟିନି। ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ୫୦ ପ୍ରତିଶତ ସଂରକ୍ଷଣ ନେଇ ଆଗକୁ ବଢ଼ିବେ କିମ୍ବା ଓବିସି ଗଣନା ରିପୋର୍ଟ ଆଧାରରେ ନୂଆ ସଂରକ୍ଷଣ ସୀମା ପରେ ନିର୍ବାଚନକୁ ଯିବେ, ସେ ଆଲୋଚନା ବି ସରକାରୀସ୍ତରରେ ଚାଲିଛି।


Leave A Reply

Your email address will not be published.