ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଇଏ କେମିତିକା ମାଆ?

0

ଭୁବନେଶ୍ବର: ରାଗ ବ୍ରହ୍ମଚଣ୍ଡାଳ। ନିଜ ଜନ୍ମ କଲା ଛୁଆଙ୍କୁ କୂଅ ଭିତରକୁ ଫିଙ୍ଗି ମାଆର ଆତ୍ମହତ୍ୟା ଉଦ୍ୟମ। ହେଲେ ସୌଭାଗ୍ୟବଶତଃ ମାଆ ସିନା ବଂଚିଗଲା ଦୁଇ ଛୁଆ କିନ୍ତୁ ସବୁ ଦିନ ପାଇଁ ଆଖିବୁଜିଦେଲେ। ପାରିବାରିକ କଳହର କରୁଣ ପରିଣତି କେତେ ଯେ ସାଂଘାତିକ ହୋଇପାରେ, ଆକସ୍ମିକ ରାଗ ମଣିଷକୁ କେତେ କ୍ଷତି ପହଞ୍ଚାଇଥାଏ, ତାହାର ଇଏ ହେଉଛି ଆଉ ଏକ ଉଦାହରଣ।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଜ ଛୁଆଙ୍କୁ କୂଅ ଭିତରକୁ ଫିଙ୍ଗିଦେଇଛି ମାଆ । ବ୍ୟବସାୟୀ ଏମ୍‌ ରାଜେଶ ପାତ୍ର ଓ ପତ୍ନୀ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ଭାଗ୍ୟଲକ୍ଷ୍ମୀ ରାଗି ଯାଇ ୨ ଛୁଆଙ୍କୁ ଧରି ଘରୁ ବାହାରକୁ ପଳାଇଥିଲେ।

ରାଗ ବେଳେ ମଣିଷ ଭୁଲିଯାଏ ସେ ନିଜେ କଣ କରେ। ଠିକ୍ ସେମିତି ହିଁ ହେଲା। ରାଗରେ ଅନ୍ଧ ହୋଇଯାଇଥିଲେ ଭାଗ୍ୟଲକ୍ଷ୍ମୀ। ଆଗକୁ କଣ କରିବେ, କଣ ନକରିବେ ଏକଥା ଭାବିପାରିନଥିଲେ। ନିଜର ପଡିଥିଲା ଅଲିମାରୋଡ଼୍‌ ନିକଟରେ ଥିବା ଏକ କୂଅ ଉପରେ। ବାସ୍। ନିଜ ଜୀବନର ଗତି ନିଜେ ବଦଳାଇଦେଲେ। ନିଜର ଭାଗ୍ୟ ରେଖାକୁ ନିଜେ କାଟି ଖିନ୍ ଭିନ୍ କରିଦେଲେ।

ଭାଗ୍ୟଲକ୍ଷ୍ମୀ ନିଜର ୯ ବର୍ଷର ପୁଅ ଓ ୫ ବର୍ଷର ଝିଅକୁ କୂଅକୁ ଠେଲି ଦେଇଥିଲେ। ୨ ପିଲାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ୨ ପିଲାଙ୍କୁ କୂଅକୁ ଠେଲି ଦେବା ପରେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। । ବିଧିର ନିର୍ଦେଶ ହେଲା, ତାକୁ ତାର ଭୁଲ ଓ ଅନୁତାପରୁ ଶିକ୍ଷା ଲାଭ କରିବାକୁ ହେବ। ଏଣୁ ସେ ବଞ୍ଚିଯାଇଥିଲା।

ବାପା , ମାଆଙ୍କ ଭିତରେ ଝଗଡ଼ା ଯୋଗୁୁ ବଳିପଡିଗଲା କୁନି କୁନି ଦୁଇ ଛୁଆ । ନିଜ ସୃଷ୍ଟିକୁ ନିଜେ ଉଜାଡିଦେଲେ।

Leave A Reply

Your email address will not be published.