ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କାଲିଠୁ ପୁରୀରେ ୪୮ ଘଣ୍ଟିଆ କର୍ଫ୍ୟୁ

0

ଅମାନିଆଙ୍କ ଉପରେ ଡ୍ରୋନ୍ ରଖିବ ନଜର

ଭୁବନେଶ୍ବର: ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତାକାଲିଠୁ ପୁରୀରେ ଲାଗିବ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବ। ରଥଯାତ୍ରା ଠାରୁ ବାହୁଡା ଯାତ୍ରା ଅଧିକ କଟକଣା କଡାକଡି କରାଯିବ । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା ଜାରି ରହିବ ।
ତେବେ କଟକଣା ସତ୍ୱେ ରଥଯାତ୍ରାରେ ଯେପରି ବିଶୃଙ୍ଖଳା ହୋଇଥିଲା, କିଛି ଲୋକ ଯେପରି ନିୟମ ଭାଙ୍ଗିଥିଲେ, ତାର ପୁନରାବୃତ୍ତି ଯେପରି ବାହୁଡାଯାତ୍ରାରେ ନହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିଷ୍ପତି ନିଆଯାଇଛି।

ବଡ଼ଦାଣ୍ଡରେ ଥିବା ଘର, ହୋଟେଲ, ଉପରେ ନଜର ରଖିବା ପାଇଁ ଡ୍ରୋନ ଉଡାଇବାକୁ ନିଷ୍ପତି ହୋଇଛି। ଘରୁ ବାହାରି ରଥଯାତ୍ରା ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ବଡ଼ଦାଣ୍ଡରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ବଡଦାଣ୍ଡରେ ଥିବା ଘରଗୁଡିକରେ କେତେଜଣ ରହୁଛନ୍ତି,ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି କମାଣ୍ଡୋ ବଡ଼ ଦାଣ୍ଡରେ ଫ୍ଲାଗ୍ ମାର୍ଚ୍ଚ କରିବେ।

ପୁରୀର ତିନି ମୁଖ୍ୟ ପ୍ରବେଶ ପଥ ବାଟଗାଁ ଛକ,ମଙ୍ଗଳାଘାଟ ଛକ ଓ ଗ୍ରୀଡ ଷ୍ଟେସନ ଛକକୁ ସିଲ କରାଯିବ। ସହରର ୮ ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ କରାଯିବ । ବାହର ଜିଲ୍ଲା ଲୋକଙ୍କୁ ସହର ଭିତରକୁ ପ୍ରବେଶ ସଂପୂର୍ଣ୍ଣ ନିଷେଧ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ଦାୟିତ୍ବରେ ରହିବେ। ଭୁବନେଶ୍ବରର ଏକ ସ୍ବତନ୍ତ୍ର ପୁଲିସ ଟିମ୍ ବଛା ବଛା ଅଧିକାରୀଙ୍କୁ ନେଇ ପୁରୀ ଯାଇ ଗୋପନରେ ପରିସ୍ଥିତି ଉପରେ ନଜର ରଖିବେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ-ଜିଲ୍ଲାପାଳ-ଏସପିମାନଙ୍କ ମଧ୍ୟରେ ବୈଠକ ସରିଛି। ସହରର ଉଭୟ ପାର୍ଶ୍ବର ଲଜ୍, ହୋଟେଲ୍ ସିଲ୍ ହେବ। ସୁପ୍ରିମକୋର୍ଟ ନିର୍ଦେଶନାମା ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.