ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଘରେ ପଶିଲାଣି କେନ୍ଦ୍ର ; ବିଜେଡି ସରକାର ଚୁପ୍

0
  • ସମବାୟ ରାଜ୍ୟ ବିଷୟ, ଏଥିରେ କେନ୍ଦ୍ର ସରକାରଙ୍କ କାମ କଣ?
  • ସଂଘୀୟ ବ୍ୟବସ୍ଥା ଉଲ୍ଲଂଘନ ପରିସ୍ଥିତିରେ ବିଜେଡି ଚୁପ୍ କାହିଁକି?
  • ଗାଁ ଗାଁରେ ପଶିଯାଇପାରେ ବିଜେପି, କୃଷକ, ଦୁଗ୍ଧ ଚାଷୀଙ୍କୁ ଲକ୍ଷ୍ୟ
  • କଂଗ୍ରେସ ନେତାମାନଙ୍କ ମୁହଁ ଖୋଲୁନି, ବାମଦଳ ବି ରାଜ୍ୟରେ ନିରବ

ଭୁବନେଶ୍ବର: କେନ୍ଦ୍ର ସରକାର କୋ ଅପରେଟିଭ୍ ବିଭାଗ ଗଠନ କରିବା ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ଦେବାର ଏକ ସପ୍ତାହ ଇତିମଧ୍ୟରେ ବିତିଗଲାଣି। ଏହା ଏକ ଅତ୍ୟନ୍ତ ବିବାଦୀୟ ନିଷ୍ପତ୍ତି ବୋଲି କୁହାଯାଉଛି। କାରଣ କେନ୍ଦ୍ର ସରକାର ଏଭଳି ଏକ ପଦକ୍ଷେପ ନେଇ ସଂଘୀୟ ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତ। ସମବାୟ ବିଭାଗ ସମ୍ପୂର୍ଣ୍ଣ ରାଜ୍ୟ ବିଷୟ ବୋଲି ଜାଣି ବି କେନ୍ଦ୍ର ସରକାର କିଭଳି ନୂଆ ମନ୍ତ୍ରାଳୟ ଗଠନ କଲେ, ତାହା ଜାତୀୟସ୍ତରର ନେତା ଓ ବାମଦ​ଳ ନେତାଙ୍କୁ ତାଜୁବ୍ କରିଛି। ଏହି ପ୍ରସଙ୍ଗଟି ଆହୁରି ଗମ୍ଭୀର ରୂପ ଧାରଣ କରିଛି, ଯେତେବେଳେ ପୂର୍ବତନ ମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାଓ୍ବାର ଏ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ସାମ୍ନାକୁ ଆଣିବା ସହିତ ସୁପ୍ରିମକୋର୍ଟଙ୍କର ଏ ସଂକ୍ରାନ୍ତ ସ୍ପଷ୍ଟ ନିର୍ଦେଶନାମା ସଂପର୍କରେ ଅବଗତ କରାଇଛନ୍ତି। ଜାତୀୟସ୍ତରରେ କିଛି କଂଗ୍ରେସ ନେତା ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କେରଳ ସରକାର ଏହାରୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି।

କିନ୍ତୁ ଯେଉଁ ପ୍ରସଙ୍ଗଟି ଓଡ଼ିଶାବାସୀଙ୍କୁ ଚିନ୍ତାରେ ପକାଇଛି, ତାହା ହେଉଛି ଏତେ ବଡ଼ ପ୍ରସଙ୍ଗରେ ବିଜୁ ଜନତା ଦଳର ଆଭିମୁଖ୍ୟ କଣ? ରାଜ୍ୟ ସରକାର ଏହା ସପକ୍ଷରେ ଅଛନ୍ତି ନା ବିପକ୍ଷରେ? କାହିଁକି ସରକାର ଏ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି? ଆହୁରି ବଡ଼ କଥା ହେଲା, ଓଡ଼ିଶାର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏ ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ସଂଘୀୟ ବ୍ୟବସ୍ଥା ଯେବେ ବିପଦରେ ରହିଛି, ସେବେ ବିଜେଡି ଭଳି ଆଞ୍ଚଳିକ ଦଳ ଏତେ ବଡ଼ ପ୍ରସଙ୍ଗରେ କିଭଳି ନିରବରେ ବସିଛି? କାହିଁକି ବିଜେଡି ସାଂସଦମାନେ ନୂଆଦିଲ୍ଲୀରେ ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉନାହାନ୍ତି? ଏମିତି ଅନେକ ପ୍ରଶ୍ନର ଉତ୍ତର ଏଯାଏ ମିଳିପାରିନାହିଁ।

ଆହୁରି ଆଶ୍ଚର୍ଯ୍ୟ ଲାଗୁଛି ଯେ ରାଜ୍ୟରେ କଂଗ୍ରେସ ନେତାମାନେ ବି ନିରବ ରହିଛନ୍ତି। ଏକଦା ଓଡ଼ିଶାରେ ସମବାୟ ଆନ୍ଦୋଳନ ଚର୍ଚ୍ଚାରେ ଥିଲା। ଇତିମଧ୍ୟରେ ସମବାୟ ବ୍ୟବସ୍ଥାକୁ ଘୁଣ ଲାଗିଗଲା କି? ଯେବେ ରାଜ୍ୟର କ୍ଷମତା ଉପରେ କେନ୍ଦ୍ର ସରକାର ଚୋଟ ପକାଉଛନ୍ତି, ସେତେବେଳେ କେଉଁ ପରିସ୍ଥିତିରେ ରାଜ୍ୟ କଂଗ୍ରେସର ନେତାମାନେ ନିରବ ରହିଛନ୍ତି। ଓଡ଼ିଶାର ସମବାୟ ବ୍ୟବସ୍ଥା ସହିତ ଏକ ବଡ଼ ଭାଗ ଚାଷୀ ଯୋଡି ହୋଇ ରହିଛନ୍ତି। ଏହା ପରେ ବି କଂଗ୍ରେସ ନେତାମାନଙ୍କର ମୁହଁ ଖୋଲୁନି। ସେହିଭଳି ବାମଦଳର ସ୍ଥାନୀୟ ନେତାମାନେ ବି ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି।

କେନ୍ଦ୍ରରେ ଏକ ନୂତନ ସମବାୟ ମନ୍ତ୍ରଣାଳୟ ଗଠନ କେରଳର ଅନେକ ରାଜନୈତିକ ଦଳକୁ ଚିନ୍ତିତ କରିଛି। ବିଶେଷକରି ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ), ଯେଉଁମାନେ ଏହି ପଦକ୍ଷେପକୁ ଦେଶର ଫେଡେରାଲ୍ ଗଠନ ଉପରେ ଆକ୍ରମଣ ବୋଲି କହିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, କେନ୍ଦ୍ର ସରକାର ଗଠନ କରିଥିବା ଏହି ମନ୍ତ୍ରାଳୟ ଅତ୍ୟନ୍ତ ଚିନ୍ତାଜନକ। କେରଳ ଭଳି ରାଜ୍ୟ ଏହାର ପ୍ରଭାବ ସଂପର୍କରେ ବେଶୀ ସଚେତନ ଅଛନ୍ତି। ସେମାନେ ସବୁ ରାଜନୈତିକ ଦଳକୁ ବିଶ୍ବାସକୁ ନେଇ ଏ ସଂକ୍ରାନ୍ତରେ ବୈଠକ ଡାକିଛନ୍ତି। ସେମାନଙ୍କର ଯୁକ୍ତି ହେଉଛି, ଗୋଟିଏ ରାଜ୍ୟ ବିଷୟ ଉପରେ କେନ୍ଦ୍ର ସରକାର ମାତ୍ରାଧିକ ଉତ୍ସାହ କାହିଁକି ଦେଖାଉଛନ୍ତି? ଏମିତିରେ ବି ସମବାୟ କ୍ଷେତ୍ରରେ ଅମିତ ଶାହଙ୍କର ଏକ ବିଶେଷ ଅଭିଜ୍ଞତା ରହିଛି। ଯେବେ ଶାହା ଗୁଜରାଟ ରାଜନୀତି ସହିତ ଯୋଡି ହୋଇ ରହିଥିଲେ, ସେବେ ରାଜ୍ୟରେ ସମବାୟ କ୍ଷେତ୍ରକୁ ସେ ହିଁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରୁଥିଲେ। କଂଗ୍ରେସ ହାତରୁ ସମବାୟ କ୍ଷେତ୍ରକୁ ଛଡାଇ ଆଣିବା ପରେ ଧୀରେ ଧୀରେ ସେଠାରେ କଂଗ୍ରେସ ଦଳ ଦୁର୍ବଳ ହେବା ଆରମ୍ଭ କରିିଥିଲା। ଏବେ ବିଜେଡି ଅନୁରୂପ ଦଶା ଭୋଗିପାରେ।

ଏହି ମହଲର ଆହୁରି ମତ ହେଲା, ଏହି ନିଷ୍ପତ୍ତି ନେବା ପୂର୍ବରୁ ସଂସଦ ସାମ୍ନାକୁ ପ୍ରସ୍ତାବଟି କେନ୍ଦ୍ର ସରକାର ଆଣିପାରିଥାନ୍ତେ। ମାତ୍ର ସେମିତି କିଛି ହେଲାନି। ବରଂ ଜଣାପଡୁଛି ଯେ ବିଜେପି ଦେଶର ସମୁଦାୟ ସମବାୟ ବ୍ୟବସ୍ଥାକୁ ନିଜ କବ୍‌ଜାକୁ ନେବାକୁ ଚାହୁଁଛି। ଏହା ସହିତ ଏକ ବିଶାଳ ଗୋଷ୍ଠୀ ଯୋଡି ହୋଇଥିବା ପରିପ୍ରେକ୍ଷୀରେ ଭୋଟ ବ୍ୟାଙ୍କ ରାଜନୀତି ଗଭୀର ଭାବେ ପ୍ରଭାବିତ ହେବା ଆଶଙ୍କାକୁ ଆଦୌ ଏଡ଼ାଇ ଦେଇ ହେବନାହିଁ। କାରଣ ଏହା ଉଭୟ ଆଞ୍ଚଳିକ ରାଜନୈତିକ ଦଳ ଓ କଂଗ୍ରେସ ତଣ୍ଟିରେ କଣ୍ଟା ହୋଇ ବସିବେ।

ସମସ୍ତେ ଜାଣିଛନ୍ତି ଯେ ସମବାୟ ସମିତି ଏକ ରାଜ୍ୟ ବିଷୟ ହୋଇଥିବା ପରିପ୍ରେକ୍ଷୀରେ ପ୍ରତ୍ୟେକ ରାଜ୍ୟରେ ସମବାୟ ସମିତିର ଜଣେ ରେଜିଷ୍ଟ୍ରାର ବା ସମବାୟ ନିବନ୍ଧକ ଅଛନ୍ତି। ସେ ଏହି କ୍ଷେତ୍ରର ତଦାରଖ କରନ୍ତି। ଏଥିସହ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସମବାୟ ବ୍ୟାଙ୍କ ଉପରେ ନଜର ରଖିଥାଏ। ଏକଥା ବି କେହି ଭୁଲିବା ଉଚିତ୍ ନୁହେଁ, ସମବାୟ ସଂସ୍ଥାଗୁଡିକ ଦେଖିବାକୁ ଛୋଟ ଛୋଟ ହୋଇଥିଲେ ହେଁ, ଏହା ମୁଖ୍ୟତଃ ଗ୍ରାମାଞ୍ଚଳ ଅର୍ଥନୀତିକୁ ନିୟନ୍ତ୍ରଣ କରିଥାନ୍ତି। ସେହିଭଳି ଦୁଗ୍ଧ ବ୍ୟବସାୟ ଠାରୁ ଆରମ୍ଭ କରି ଚାଷୀଙ୍କୁ ଋଣ ଦେବା କ୍ଷେତ୍ରରେ ଏହାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ।

ଆହୁରି ଉଲ୍ଲେଖନୀୟ କଥା ହେଲା, ମହାରାଷ୍ଟ୍ର ଚିନି ଶିଳ୍ପ ସହିତ ସମବାୟ କ୍ଷେତ୍ର ଯୋଡି ହୋଇ ରହିଛି। ଏହା ସେ ଅଞ୍ଚଳରେ ଅତି ପ୍ରଭାବ ପକାଇବ। ଏହାବ୍ୟତୀତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍କାନା ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସମବାୟ କ୍ଷେତ୍ରଟି ସବୁଠାରୁ ଅଧିକ ଶକ୍ତିଶାଳୀ। ଓଡ଼ିଶାରେ ଧାନ ଚାଷରେ ଋଣ ଦେବା ଠାରୁ ଆରମ୍ଭ କରି ଧାନ ଫସଲ ବିକ୍ରି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସମବାୟ ବିଭାଗର ଏକ ବଡ଼ ଯୋଗଦାନ ରହିଛି। ଏବେ କେନ୍ଦ୍ର ସରକାର ଏସବୁ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଶ୍ଲିଷ୍ଟ ହେବାକୁ ଚେଷ୍ଟା କରିବେ। ଏହା ସମବାୟ ନିର୍ବାଚନ କ୍ଷେତ୍ରରେ ମଧ୍ୟ ବିଜେପିର ଭାଗୀଦାର ବଢ଼ାଇବାରେ ସାହାଯ୍ୟ କରିବ। ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି ଯେ ଛଅ ମାସ ମଧ୍ୟରେ ଅମିତ ଶାହ ନିଶ୍ଚିତ କିଛି ଗୋଟାଏ ବଡ ଖେଳ ଖେଳିବା ଆଶଙ୍କାକୁ ଏଢାଇ ଦେଇ ହେବନାହିଁ।

Leave A Reply

Your email address will not be published.