ପ୍ରମୁଖ ଖବର

ଚତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ: ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମତଦାନ
ଡାକ୍ତର ମାନସ ରଞ୍ଜନ ସାହୁ ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି, ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବର ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି, ଆଜି ଏନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି

ଟିକା ନେବା ପରେ ବି ସଂକ୍ରମିତ!

0

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧାରୁ କିନ୍ତୁ ସଂକ୍ରମଣ କମୁନି। ଏପରିକି ଦୁଇଟି ଡୋଜ ଟିକା ନେବା ପରେ ଲୋକ ସଂକ୍ରମିତ ହେଉଛନ୍ତି । ଏଭଳି ଏକ ଚିନ୍ତାଜନକ ଦିଗ ସାମ୍ନାକୁ ଆସିଛି।

ଟିକା ନେଇଥିବା ଲୋକଙ୍କ ମଧ୍ୟରେ ଭୁବନେଶ୍ୱରରେ ୪୦ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ କରୋନା ସଂକ୍ରମଣ ନେଇ ଏକ ତଥ୍ୟ ଦିଆଯାଇଛି। ଯେଉଁଥିରୁ ଜଣାପଡୁଛି, ଦୁଇ ଡୋଜ ଟିକା ନେଇ ସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡିଛି। ଟିକା ନେଇଥିବା ଲୋକ କୋଭିଡ ନିୟମକୁ ନମାନିବା କାରଣରୁ ରାଜଧାନୀରେ ସଂଖ୍ୟା ବଢୁଛି।

  • ଭୁବନେଶ୍ୱରରେ ପ୍ରଥମ ଡୋଜ ଟିକା ନେଇଥିବା ଲୋକଙ୍କୁ ମଧ୍ୟରୁ ସଂକ୍ରମିତ ହୋଇଛନ୍ତି ୧ ହଜାର ୮୯୦ ଜଣ
  • ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨ହଜାର ୫୨୭ଜଣ
  • ୨ଟି ଡୋଜ ନେଇ ମଧ୍ୟ ୧୪ ଦିନ ପରେ ସଂକ୍ରମିତ ହୋଉଛନ୍ତି ୧ ହଜାର ୭୦୫ଜଣ
  • ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଗୁରୁତର ହେବା ଦେଖା ଯାଉନାହିଁ

ଏବେ ସାରା ରାଜ୍ୟର ଟିକା ନେବା ପରେ କେତେ ଜଣ ସଂକ୍ରମିତ ହୋଇଛନ୍ତି ନଜର ପକାନ୍ତୁ।

  • ପ୍ରଥମ ଡୋଜ୍ ନେବାପରେ ୧୮, ୮୦୫ ସଂକ୍ରମିତ ହୋଇଛନ୍ତି
  • ୨ଟି ଡୋଜ୍ ନେବାପରେ ୮୩୯୬ ସଂକ୍ରମିତ ହୋଇଛନ୍ତି
  • ୧୪ ଦିନ ପରେ ଆକ୍ରାନ୍ତ ହୋଇଛନ୍ତି ୫୦୩୯ ଜଣ

ତେବେ ଦୁଇଟି ଯାକ ଟିକା ନେବା ପରେ ଲୋକ କୋଭିଡ ନିୟମ ମାନୁନାହାନ୍ତି। ସବୁଆଡେ ଖୋଲାଖୋଲି ବୁଲୁଛନ୍ତି। ଲୋକଙ୍କ ଖାମଖିଆଲି ଆଚରଣ ହିଁ ସଂକ୍ରମଣ ସଂଖ୍ୟା କମାଉନାହିଁ ବୋଲି ସରକାରୀ ସ୍ତରରେ କୁହାଯାଉଛି।

Leave A Reply

Your email address will not be published.