ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଟିକା ନେବା ପରେ ବି ସଂକ୍ରମିତ!

0

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧାରୁ କିନ୍ତୁ ସଂକ୍ରମଣ କମୁନି। ଏପରିକି ଦୁଇଟି ଡୋଜ ଟିକା ନେବା ପରେ ଲୋକ ସଂକ୍ରମିତ ହେଉଛନ୍ତି । ଏଭଳି ଏକ ଚିନ୍ତାଜନକ ଦିଗ ସାମ୍ନାକୁ ଆସିଛି।

ଟିକା ନେଇଥିବା ଲୋକଙ୍କ ମଧ୍ୟରେ ଭୁବନେଶ୍ୱରରେ ୪୦ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ କରୋନା ସଂକ୍ରମଣ ନେଇ ଏକ ତଥ୍ୟ ଦିଆଯାଇଛି। ଯେଉଁଥିରୁ ଜଣାପଡୁଛି, ଦୁଇ ଡୋଜ ଟିକା ନେଇ ସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡିଛି। ଟିକା ନେଇଥିବା ଲୋକ କୋଭିଡ ନିୟମକୁ ନମାନିବା କାରଣରୁ ରାଜଧାନୀରେ ସଂଖ୍ୟା ବଢୁଛି।

  • ଭୁବନେଶ୍ୱରରେ ପ୍ରଥମ ଡୋଜ ଟିକା ନେଇଥିବା ଲୋକଙ୍କୁ ମଧ୍ୟରୁ ସଂକ୍ରମିତ ହୋଇଛନ୍ତି ୧ ହଜାର ୮୯୦ ଜଣ
  • ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨ହଜାର ୫୨୭ଜଣ
  • ୨ଟି ଡୋଜ ନେଇ ମଧ୍ୟ ୧୪ ଦିନ ପରେ ସଂକ୍ରମିତ ହୋଉଛନ୍ତି ୧ ହଜାର ୭୦୫ଜଣ
  • ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଗୁରୁତର ହେବା ଦେଖା ଯାଉନାହିଁ

ଏବେ ସାରା ରାଜ୍ୟର ଟିକା ନେବା ପରେ କେତେ ଜଣ ସଂକ୍ରମିତ ହୋଇଛନ୍ତି ନଜର ପକାନ୍ତୁ।

  • ପ୍ରଥମ ଡୋଜ୍ ନେବାପରେ ୧୮, ୮୦୫ ସଂକ୍ରମିତ ହୋଇଛନ୍ତି
  • ୨ଟି ଡୋଜ୍ ନେବାପରେ ୮୩୯୬ ସଂକ୍ରମିତ ହୋଇଛନ୍ତି
  • ୧୪ ଦିନ ପରେ ଆକ୍ରାନ୍ତ ହୋଇଛନ୍ତି ୫୦୩୯ ଜଣ

ତେବେ ଦୁଇଟି ଯାକ ଟିକା ନେବା ପରେ ଲୋକ କୋଭିଡ ନିୟମ ମାନୁନାହାନ୍ତି। ସବୁଆଡେ ଖୋଲାଖୋଲି ବୁଲୁଛନ୍ତି। ଲୋକଙ୍କ ଖାମଖିଆଲି ଆଚରଣ ହିଁ ସଂକ୍ରମଣ ସଂଖ୍ୟା କମାଉନାହିଁ ବୋଲି ସରକାରୀ ସ୍ତରରେ କୁହାଯାଉଛି।

Leave A Reply

Your email address will not be published.