ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଚାର ପ୍ରକ୍ରିୟାର ସିଧା ପ୍ରସାରଣ ଲାଗି ସଜବାଜ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣା ଏକ ବଡ଼ କଥା କହିଛନ୍ତି। ଗୁଜକାଟ ହାଇକୋର୍ଟର ଲାଇଭ୍ ପ୍ରକ୍ରିୟାର ଭର୍ଚୁଆଲରେ ଉଦଘାଟନ କରି ସେ କହିଲେ ଯେ ଖୁବ୍ ଶୀଘ୍ର ସୁପ୍ରିମକୋର୍ଟର ଶୁଣାଣୀ ପ୍ରକ୍ରିୟାର ସିଧା ପ୍ରସାରଣ କରାଯିବ। ଲୋକଙ୍କ ନିକଟରେ କୋର୍ଟଙ୍କ ତଥ୍ୟ ପହଞ୍ଚିବା ଲାଗି ଏହା ଜରୁରୀ ଅଟେ। ଏଣୁ ସର୍ବୋଚ୍ଚ ନ୍ୟାୟାଳୟ କିଛି କୋର୍ଟର ଲାଇଭ୍କ ବା ସିଧା ପ୍ରସାରଣ କରିବାକୁ ଚାହୁଁଛନ୍ତି। ଏ ଦିଗରେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଜଷ୍ଟିସ୍ଚ ଡି ଚନ୍ଦ୍ରଚୁଡ, ଜଷ୍ଟିସ୍ ଏମ୍ ଆର୍ ଶାହ ମଧ୍ୟ ଯୋଗଦେଇଥିଲେ।

ମୁଖ୍ୟ ବିଚାରପତି କହିଛନ୍ତି ଯେ ବର୍ତ୍ତମାନ ଲୋକମାନେ ଗଣମାଧ୍ୟମ ଜରିଆରେ କୋର୍ଟ ବିଷୟ ସୂଚନା ପାଉଛନ୍ତି।ଏହାଦ୍ବାରା କୋର୍ଟର ନିର୍ଦେଶନାମା କିଛି କ୍ଷେତ୍ରରେ ପରିବର୍ତ୍ତନ ହୋଇଯାଉଛି। ବେଳେ ବେଳେ ଭୁଲ୍ ବାଖ୍ୟା ହୋଇଥାଏ ଇତ୍ୟାଦି ଇତ୍ୟାଦି। ଏହାଦ୍ବାରା କୋର୍ଟ ମଧ୍ୟ ଅକଳରେ ପଡିଥାନ୍ତି। ଯେହେତୁ କୋର୍ଟଙ୍କ ନିର୍ଦେଶନାମା ସାଧାରଣ ଲୋକ ପାଖରେ ତତ୍କାଳ ପହଞ୍ଚିବାର କୌଣସି ବ୍ୟବସ୍ଥା ନାହିଁ, ଏହା ଭୁଲ୍ ଧାରଣା ସୃଷ୍ଟି ପାଇଁ ଅନେକ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିଥାଏ। ଏଣୁ ଥରେ କୋର୍ଟଙ୍କ ଶୁଣାଣିର ଲାଇଭ୍ ପ୍ରକ୍ରିୟା ଆରମ୍ଭ ହୋଇଗଲେ, ଏଥିରେ ଅନେକ ଉପକାର ମିଳିବ। ଲୋକମାନେ ସାମଗ୍ରିକ ବିଚାର ପ୍ରକ୍ରିୟା ଓ ବିଚାରପତିଙ୍କ ମତାମତ ବିଷୟ ଜାଣିପାରିବେ।

ବେଳେ ବେଳେ ଲାଇଭ୍ ଜାରି ହେଲେ ଅଡୁଆ ପରିସ୍ଥିତି ହୋଇପାରେ, ଏକଥାକୁ ବି ଏଡାଇ ଦେଇ ହେବନାହିଁ। ଏହା ବିପଜ୍ଜକନ ହୋଇପାରେ। କିନ୍ତୁ ଏହା ହେବ ଯେ ବିଚାରପତିମାନେ ଲୋକମାନଙ୍କର ଚାପକୁ ଅନୁଭବ କରିପାରିବେ। ନ୍ୟାୟ ବିତରଣ ପାଇଁ ଏହା ଅନୁକୂଳ ହୋଇନପାରେ। କିନ୍ତୁ ଜଣେ ବିଚାରପତି ମନେ ରଖିବା ଉଚିତ୍, ଯଦିଓ ନ୍ୟାୟ ସାଧାରଣ ଜନତାଙ୍କ ବିରୁଦ୍ଧରେ ଠିଆ ହେବାକୁ ନିର୍ଦ୍ଦେଶ ଦେଇଥାଏ, ତଥାପି ସେ ସମ୍ବିଧାନ ଅନୁଯାୟୀ ଗ୍ରହଣ କରିଥିବା ଶପଥ ପ୍ରତି କରିଥିବା ପ୍ରତିଶ୍ରୁତିରୁ ତାହା କରିବା ଆବଶ୍ୟକ ବୋଲି ବୋଲି ଜଷ୍ଟିସ୍ ରମଣା କହିଛନ୍ତି।

ପୂର୍ବରୁ କୋର୍ଟ କହିଥିଲେ ଯେ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣିର ସିଧା ପ୍ରସାରଣ ହେବ। ଭର୍ଚୁଆଲ୍ ଲଞ୍ଚ ସମୟରେ ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ କହିଛନ୍ତି, “ଲାଇଭ୍ ଯିବା ପାଇଁ ସାହସ, ଆତ୍ମବିଶ୍ୱାସ ଏବଂ ସର୍ବୋଚ୍ଚ ବିଶ୍ୱାସ ଆବଶ୍ୟକ। ମୋର ସମସ୍ତ ଭାଇ ଓ ଭଉଣୀ ବିଚାରପତି ସର୍ବସମ୍ମତି କ୍ରମେ ଲାଇଭ୍ ଷ୍ଟ୍ରିମିଂ ନିୟମକୁ ଅନୁମୋଦନ କରାଯାଇଛି।

Leave A Reply

Your email address will not be published.