ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ପୁଣି ଉପରମୁହାଁ ହେଲା କରୋନା

0

୫ ହଜାର ଟପିଲା ମୃତ୍ୟୁସଂଖ୍ୟା, ଖୋର୍ଦ୍ଧାକୁ ଆୟତ୍ତକୁ ଆଣିପାରୁନାହାନ୍ତି

ଭୁବନେଶ୍ବର: କରୋନା ଡରାଉଛି। ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇଛି। ଗତ ୪ ଦିନ ଧରି ସଂକ୍ରମଣ ହାର ୩ ପ୍ରତିଶତ ପାଖାପାଖି ରହୁଥିବା ବେଳେ ଖୋର୍ଦ୍ଧା,କଟକରେ ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ। ମୃତ୍ୟୁହାର ମଧ୍ୟ ଖୋର୍ଦ୍ଧାରେ ଅଧିକ ରହୁଛି । ଅଗଷ୍ଟ ପହିଲା ଯାଏ ଆଶିଂକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ, କଟକଣା କୋହଳ କରିବା,ଦୋକାନ ବଜାର ଖୋଲିବା ଆଗକୁ ବିପଦ ଆଣିପାରେ ବୋଲି ବିଶେଷଜ୍ଞ କହିଲେଣି।

ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୮୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛି କଟକ । କଟକରୁ ୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ୮୯,ବାଲେଶ୍ୱରରୁ ୧୫୦,ଜଗତସିଂହପୁରରୁ ୧୨୬,ଯାଜପୁରରୁ ୧୨୪,ମୟୂରଭଂଜରୁ ୯୯, ପୁରୀରୁ ୮୪,ନୟାଗଡରୁ ୬୯ ଆକ୍ରାନ୍ତଙ୍କ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କହିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬ରେ ପହଞ୍ଚିଛି।

ସେହିପରି ମୃତ୍ୟୁ ସଂଖ୍ୟା ୫ ହଜାର ଟପିଛି । । ଆଉ ୬୬ ମୃତ୍ୟୁର ହିସାବ ଦେଇଛନ୍ତି ସରକାର। ମୃତ୍ୟୁସଂଖ୍ୟା ୫ ହଜାର ୫୮ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁହାର ଶୀର୍ଷରେ ଖୋର୍ଦ୍ଧା ରହିଛି । ସେହପିରି ଗଞ୍ଜାମ ଜିଲ୍ଲାରୁ ୮ଜଣ ରହିଛନ୍ତି । ମୟୂୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରୁ ୬ଜଣ ରହିଥିବା ବେଳେ ବୌଦ୍ଧ ଜିଲ୍ଲାରୁ ୫ଜଣ ରହିଛନ୍ତି। ବରଗଡ଼, ନୟାଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଗଜପତି, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକ, ବଲାଙ୍ଗୀର, ଜଗତସିଂହପୁର, ଯାଜପୁର, କନ୍ଧମାଳ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Leave A Reply

Your email address will not be published.