ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ପୁଣି ଉପରମୁହାଁ ହେଲା କରୋନା

0

୫ ହଜାର ଟପିଲା ମୃତ୍ୟୁସଂଖ୍ୟା, ଖୋର୍ଦ୍ଧାକୁ ଆୟତ୍ତକୁ ଆଣିପାରୁନାହାନ୍ତି

ଭୁବନେଶ୍ବର: କରୋନା ଡରାଉଛି। ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇଛି। ଗତ ୪ ଦିନ ଧରି ସଂକ୍ରମଣ ହାର ୩ ପ୍ରତିଶତ ପାଖାପାଖି ରହୁଥିବା ବେଳେ ଖୋର୍ଦ୍ଧା,କଟକରେ ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ। ମୃତ୍ୟୁହାର ମଧ୍ୟ ଖୋର୍ଦ୍ଧାରେ ଅଧିକ ରହୁଛି । ଅଗଷ୍ଟ ପହିଲା ଯାଏ ଆଶିଂକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ, କଟକଣା କୋହଳ କରିବା,ଦୋକାନ ବଜାର ଖୋଲିବା ଆଗକୁ ବିପଦ ଆଣିପାରେ ବୋଲି ବିଶେଷଜ୍ଞ କହିଲେଣି।

ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୮୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛି କଟକ । କଟକରୁ ୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ୮୯,ବାଲେଶ୍ୱରରୁ ୧୫୦,ଜଗତସିଂହପୁରରୁ ୧୨୬,ଯାଜପୁରରୁ ୧୨୪,ମୟୂରଭଂଜରୁ ୯୯, ପୁରୀରୁ ୮୪,ନୟାଗଡରୁ ୬୯ ଆକ୍ରାନ୍ତଙ୍କ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କହିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬ରେ ପହଞ୍ଚିଛି।

ସେହିପରି ମୃତ୍ୟୁ ସଂଖ୍ୟା ୫ ହଜାର ଟପିଛି । । ଆଉ ୬୬ ମୃତ୍ୟୁର ହିସାବ ଦେଇଛନ୍ତି ସରକାର। ମୃତ୍ୟୁସଂଖ୍ୟା ୫ ହଜାର ୫୮ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁହାର ଶୀର୍ଷରେ ଖୋର୍ଦ୍ଧା ରହିଛି । ସେହପିରି ଗଞ୍ଜାମ ଜିଲ୍ଲାରୁ ୮ଜଣ ରହିଛନ୍ତି । ମୟୂୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରୁ ୬ଜଣ ରହିଥିବା ବେଳେ ବୌଦ୍ଧ ଜିଲ୍ଲାରୁ ୫ଜଣ ରହିଛନ୍ତି। ବରଗଡ଼, ନୟାଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଗଜପତି, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକ, ବଲାଙ୍ଗୀର, ଜଗତସିଂହପୁର, ଯାଜପୁର, କନ୍ଧମାଳ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Leave A Reply

Your email address will not be published.