ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବଡ଼ଦାଣ୍ଡରେ ପୁଲିସର ଫ୍ଲାଗମାର୍ଚ୍ଚ

0

ନିୟମ ଉଂଲଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବାହୁଡା ଯାତ୍ରା ଆଗରୁ ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ।ଅମାନିଆଙ୍କ ଉପରେ କଡ଼ା ନଜର ରଖିବାକୁ ୨୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ବଡ଼ଦାଣ୍ଡରେ ୨୦ ମିଟର ଦୂରତା ମଧ୍ୟରେ ଗୋଟିଏ ଲେଖାଁଏ ସ୍କ୍ୱାର୍ଡ ରହିବେ । ପ୍ରତ୍ୟେକ ସ୍କ୍ୱାର୍ଡରେ ଜଣେ ମାଜିଷ୍ଟ୍ରେଟ,ପୋଲିସ ଟିମ ଓ ଭିଡିଓଗ୍ରାଫର ରହିବେ ।
ଆସନ୍ତକାଲିଠୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ । ବାହୁଡା ଯାତ୍ରା ସମୟରେ ବଡ଼ଦାଣ୍ଡରେ କଡା ନଜର ରଖାଯିବ । ବଡ଼ଦାଣ୍ଡରେ ଥିବା ଘର ଓ ଲଜ ଗୁଡିକରେ ଯେପରି କୌଣସି ଲୋକ ଛାତ ଉପରେ ବାହୁଡା ଯାତ୍ରା ସମୟରେ ରହିବେନି ସେ ନେଇ ଫ୍ଲାଗମାର୍ଚ୍ଚ କରି ସଚେତନ କରାଯାଇଛି । ଯଦି କେହି ନିୟମ ଉଂଲଘନ କରିଥିବା ଜଣାପଡେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏପରିକି ଡ୍ରୋନ କ୍ୟାମେରା ମଧ୍ୟ ବଡ଼ଦାଣ୍ଡ ଉପରେ ନଜର ରହିବ । ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ ଟା ଯାଏ କଫ୍ୟୁ ଲଗାଯିବ । ସହରର ମୁଖ୍ୟ ୩ ପ୍ରବେଶକୁ ସିଲ କରାଯିବ । ବଡ଼ଦାଣ୍ଡରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ।

Leave A Reply

Your email address will not be published.