ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

୬ହଜାର ଶିଶୁଙ୍କ ମୁଣ୍ଡରେ ଚଡ଼କ

0
  • ସରକାରଙ୍କ ‘ଆଶୀର୍ବାଦ’ ଯୋଜନା କାର୍ଯ୍ୟାନ୍ବୟନ ଉପରେ ନିର୍ଭର କରୁଛି ଭବିଷ୍ୟତ
  • ବ୍ୟସ୍ତ ପ୍ରଶାସନ ଏଭଳି ନିରାଶ୍ରୟ ଶିଶୁଙ୍କ ପାଇଁ କେତେ ସମୟ ଦେଇପାରିବ?
  • ତଥାପି କେହି ଚେତୁନାହାନ୍ତି, ଖୋଲାଖୋଲି କୋଭିଡ୍ ନିୟମ ଉଲ୍ଲଂଘନ ଚାଲିଛି

ଭୁବନେଶ୍ବର: କରୋନା ପ୍ରଥମ ଓ ଦ୍ବିତୀୟ ଲହରରେ ପାଖାପାଖି ୫ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହିସାବ ରାଜ୍ୟ ସରକାର ଦେଇସାରିଲେଣି। ହେଲେ ଅନ୍ୟ ଏକ ପରିସଂଖ୍ୟାନ କହୁଛି ଯେ ୨୦୨୦ ଏପ୍ରିଲ ପହିଲା ପରଠାରୁ ରାଜ୍ୟରେ ଏଯାଏ ୬ହଜାରରୁ ଅଧିକ ଶିଶୁ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି। କରୋନାର ପ୍ରଭାବ ତାଙ୍କ ଜୀବନକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛି।

ବାପା-ମାଆ ଶଦ୍ଦ ବୁଝିବା ଆଗରୁ, ମାଆ ପଣତ କାନି ଛାଡିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଅନେକ ଜୀବନର ସର୍ବଶ୍ରେଷ୍ଠ ସଂପତ୍ତିକୁ ହରାଇ ଦେଇଛନ୍ତି। କରୋନାର ଅନ୍ୟ ସବୁ କ୍ଷତି ଅପେକ୍ଷା ଏହା ସର୍ବାଧିକ ବୋଲି ବିଶେଷଜ୍ଞମାନେ ବିବେଚନା କରୁଛନ୍ତି। ଯଦିଓ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଯୋଜନା ଆରମ୍ଭ କରି ଘୋଷଣା କରିଛନ୍ତି ଯେ ଯେଉଁମାନେ ସେମାନଙ୍କର ପିତା ମାତା ଆଦିକୁ ହରାଇଥିବେ ସେମାନଙ୍କୁ ମାସକୁ ୨୫ଶହ ଟଙ୍କା ମିଳିବ ଓ ଏଭଳି ନିରାଶ୍ରୟଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, କିନ୍ତୁ ସେମାନଙ୍କ ପରିବାର କିଏ ଫେରାଇବ? ଶୈଶବରେ ସେମାନଙ୍କ ଉପରେ ପଡିଥିବା ଏହି ପ୍ରଚଣ୍ଡ ଚାପର ପ୍ରଭାବ କିଏ କମାଇବ?

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, କୋଭିଡ୍‌ର ଏହି ଭୀଷଣତା ଦେଖିବା ପରେ ବି ଲୋକମାନେ ସତର୍କ ବା ପୂର୍ଣ୍ଣ ସଚେତନ ହେଉନାହାନ୍ତି। ପରିଣାମରେ ସେମାନଙ୍କର ଜୀବନ ପ୍ରତି କେବଳ ବିପଦ ବଢିଯାଉଛି ତା ନୁହେଁ, ଶହ ଶହ ଛୋଟ ଛୋଟ ପିଲାଙ୍କର ଜୀବନ କେଉଁଆଡେ ଗତି କରିବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ୍।

ନ୍ୟାସନାଲ କମିସନ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ସ (ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ବା ଏନସିପିସିଆର୍)ର ଏକ ଅନଲାଇନ୍ ପୋର୍ଟାଲ ବାଲସ୍ବରାଜଙ୍କ ତଥ୍ୟକୁ ବିଶ୍ବାସ କରାଗଲେ, ୨୦୨୦ ଏପ୍ରିଲ ପହିଲା ଠାରୁ ଏ ମଧ୍ୟରେ ଓଡ଼ିଶା ୬୧୧୫ ପିଲାଙ୍କ ଜୀବନରେ ଏଭଳି ବିପତ୍ତି ପଡିଛି। ସେମାନଙ୍କ ମଧ୍ୟରୁ ୭୫୩ ଜଣ ଉଭୟ ପିତାମାତାଙ୍କୁ ହରାଇଛନ୍ତି। ଦ୍ବିତୀୟ ଲହର ଅଧିକ ଘାତକ ହୋଇଥିବା ପରିପ୍ରେକ୍ଷୀରେ କ୍ଷତି ବି ବହୁଗୁଣିତ ହୋଇଯାଇଛି।

ଏବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟାନ୍ବୟନ ହେବ। ଶିଶୁ ଯତ୍ନ ଗୃହରେ ସେମାନେ ସୁରକ୍ଷିତ ରହିବେ ନା ଆଉ କଣ ପଦକ୍ଷେପ ନିଆଯିବା ଜରୁରୀ? ରାଜ୍ୟ ସରକାର ଏକ ଆକର୍ଷଣୀୟ ଯୋଜନା କରିଛନ୍ତି। ହେଲେ ବ୍ୟସ୍ତ ଜିଲ୍ଲା ପ୍ରଶାସନ ଏହାକୁ କିଭଳି କାର୍ଯ୍ୟକାରୀ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏଥିପାଇଁ ସ୍ବତନ୍ତ୍ର ଅନୁ୍ଷ୍ଠାନର ଆବଶ୍ୟକତା ଅଛି କି?

Leave A Reply

Your email address will not be published.