ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଜେପି ହଠାତ୍ ଏମିତି କାହିଁକି କଲା?

0
  • ନୂଆଦିଲ୍ଲୀରେ ନବୀନଙ୍କ ଇସ୍ତଫା ଦାବି କଲେ ବସନ୍ତ
  • ରାଜ୍ୟରେ ନିର୍ବାଚନ କରିବାର ଆବଶ୍ୟକତା ଅଛି କହିଲେ
  • ସଂସଦରେ ଉଠାଇବେ ରାଜ୍ୟ ସରକାରଙ୍କ ଦୋଷତ୍ରୁଟି
  • ଏପଟେ ରାଜ୍ୟରେ ବି ରାସନ୍ ବଣ୍ଟାରେ କେଁ କାଢିଲା ଦଳ
  • ବଦଳିଗଲା କି ବିଜେପି-ବିଜେଡି ରାଜନୈତିକ ସଂପର୍କ
  • ଗତକାଲି ବିଜେଡିର ଦିନ ଥିଲା, ଆଜି ଓହ୍ଲାଇଲା ବିଜେପି

ନୂଆଦିଲ୍ଲୀ: ଗତକାଲି ବିଜେଡିର ଦିନ ଥିଲା। ବିଜେଡି ଧାନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯାଇ ଏଫ୍‌ସିଆଇ ଗୋଦାମ ଆଗରେ ବିକ୍ଷୋଭ କରିଥିଲା। ଦଳର ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ସବ୍‌ସିଡି ଅର୍ଥ ପ୍ରଦାନ, ବଳକା ଚାଉଳ ଉଠାଇବା ପ୍ରସଙ୍ଗରେ ସ୍ମାରକ ପତ୍ର ଦେଇଥିଲା। ଏହାର ୨୪ ଘଣ୍ଟା ପୂରିନି, ଆଜି ବିଜେପି ନେତାମାନେ ପାଲଟା ଆକ୍ରମଣ କରିଛନ୍ତି, କିନ୍ତୁ ଟିକେ ଭିନ୍ନ ଢଙ୍ଗରେ।

ରାଜ୍ୟରେ ରାସନ୍ କେଳେଙ୍କାରୀ ପ୍ରସଙ୍ଗରେ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡିଥିବା ବେଳେ ନୂଆଦିଲ୍ଲୀରେ କଳାହାଣ୍ଡି ସାଂସଦ ତଥା ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେବଳ ସେତିକି ନୁହେଁ, ପ୍ରଥମ ଥର ପାଇଁ ବିଜେପି ରାଜ୍ୟ ସରକାରଙ୍କ ଇସ୍ତଫା ଦାବି କରିଛି ଓ ସାନି ନିର୍ବାଚନ କଥା କହିଛି। ବିଜେପିର ଏଭଳି ଦାବିକୁ ରାଜନୈତିକ ମହଲ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛନ୍ତି। ହଠାତ୍ କାହିଁକି ଦଳ ରାଜ୍ୟ ସରକାରଙ୍କ ଇସ୍ତଫା ଦାବି କଲା। ବିଜେପି-ବିଜେଡି ସମୀକରଣ ବଦଳିଗଲା କି?

ଆଜି ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଣ୍ଡା କହିଥିଲେ ଯେ ରାଜ୍ୟରେ ସରକାର ଉଭାନ ହୋଇଯାଇଛନ୍ତି। ବିଗତ ୧୬ ମାସ ହେଲାଣି ସରକାରଙ୍କର ଦେଖା ନାହିଁ। ସରକାରଙ୍କର ଅପାରଗତା ଯୋଗୁଁ ସାଧାରଣ ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ସରକାରଙ୍କ ଧ୍ୟାନ ନାହିଁ। ଏପରି ସରକାର ଇସ୍ତଫା ଦେଇଦେବା ଦରକାର। ବର୍ତମାନ ରାଜ୍ୟରେ ନିର୍ବାଚନ କରିବାର ଆବଶ୍ୟକତା ରହିଛି।

ବିଜେପି ଏହି ଆଳରେ ମଣ୍ଡିରୁ ଧାନ ଉଠାଇବା, ରାଜ୍ୟରେ ସ୍ୱାସ୍ଥ୍ୟାବସ୍ଥା ଭୁଶୁଡ଼ି ପଡ଼ିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୀୟମିତତା, ଏବଂ ରାଜ୍ୟ ରେ ବଢୁଥିବା ଶିକ୍ଷିତ ବେକାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା, ରାଜ୍ୟବାସୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପହଞ୍ଚୁନି, ସେ ସଂପର୍କରେ ଅସନ୍ତୋଷ ଝାଡିଖିଲେ। ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ ଲୋକଙ୍କୁ ଉନ୍ନତ ମାନର ଘର ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, କାଳିଆ ଯୋଜନାରେ ଦୁର୍ନୀତି ହୋଇଛି। ଏହାକୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବ ଓ ଲୋକସଭାରେ ଏହି ପ୍ରସଙ୍ଗ ଦଳ ଉଠାଇବ।

ଏପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ରାସନ୍ ତାଲିକାରେ ୫ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି। ଏମାନେ କିଏ, ତାହାର ଜବାବ ସରକାର ଦିଅନ୍ତୁ। କେନ୍ଦ୍ର ସରକାର ମହାମାରୀ ସମୟରେ ଦେଉଥିବା ରାସନ୍ ଓ ସହାୟତା ଲୁଟ୍ ହେଉଛି ବୋଲି ବିଜେପି ଅଭିଯୋଗ କରିଛି। ସରକାରଙ୍କ ଟଙ୍କା ଓ ଚାଉଳ ହିତାଧିକାରୀଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ଓ୍ବାନ୍ ନେସନ୍ ଓ୍ବାନ୍ ରାସନ୍ ଲାଗୁ କରାଯାଉନଥିବାରୁ ରାଜ୍ୟ ବାହାରେ ଥିବା ଓଡ଼ିଆ ଲୋକ ରାସନ୍ ସାମଗ୍ରୀରୁ ବଞ୍ଚିତ ହେଉଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବି ଓଡ଼ିଶାରେ ହେରଫେର କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା ହେଉଛି, ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତାର ରଣନୀତିରେ ପରିବର୍ତ୍ତନ କରିଥାଇପାରେ। କିନ୍ତୁ ନୂଆଦିଲ୍ଲୀରେ ଦଳର ସାମ୍ବାଦିକ ସମ୍ମିଳନୀ କରିବା ଓ ସଂସଦରେ ଓଡ଼ିଶା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେହେରା ଖରାପ କରିବା ଲାଗି ବିଜେପିର ଯୋଜନାକୁ ଅତି ସାଧାରଣ ଭାବେ ନେଇ ହେବ ନାହିଁ। କେଉଁଠି ନା କେଉଁଠି ଏହା ସଙ୍କେତ ଦେଉଛି ଯେ ଏହା ଏକ ଲମ୍ବା ବା ବଡ଼ ଖେଳର ଛୋଟ ଅଂଶବିଶେଷ ହୋଇପାରେ। ଅନ୍ୟଥା ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିବା ଭଳି ଘଟଣା ସାମ୍ନାକୁ ଆସିବ ନାହିଁ। ବିଭିନ୍ନ ସମୟରେ ବିଜେଡିର ସହଯୋଗ ନେଉଥିବା ବିଜେପି ଏତେବଡ଼ କଥା କହିଲେ, ତାର ପ୍ରତିକ୍ରିୟା ବିଜେଡି ଯେଭଳି ଦେବ, ସେକଥା ସମସ୍ତେ ଜାଣନ୍ତି। ଏଣୁ ଏହା ଉଭୟଙ୍କ ସଂପର୍କକୁ ଅତି ମାତ୍ରାରେ ପ୍ରଭାବିତ କରିପାରେ। ଏସବୁ ସୂଚାଇ ଦେଉଛି, ଆଗକୁ ଓଡ଼ିଶା ରାଜନୀତିରେ କିଛି ନୂଆ କଥା ବୋଧହୁଏ ଘଟିବ।

Leave A Reply

Your email address will not be published.