ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ରଥ ଉପରେ ଫଟୋ ଉଠାଇଥିବା ଦୁଇଯୁବକ କିଏ?

0

ଭୁବନେଶ୍ବର: ମହାମାରୀ କରୋନା ପାଇଁ କଡା କଟକଣାରେ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। କର୍ଫ୍ୟୁ ମଧ୍ୟରେ ସଂପୂର୍ଣ୍ଣ ରଥଯାତ୍ରା ଓ ବାହୁଡାଯାତ୍ରା ହୋଇଥିବା ବେଳେ କେବେଳ ସେବାୟତମାନେ ରଥ ଟାଣିନେଇଛନ୍ତି। ବଡ଼ଦାଣ୍ଡର ଲୋକ ମଧ୍ୟ ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଛନ୍ତି। ହେଲେ ଏତେ କଟକଣା ପରେ ବି ଯେଉଁଠି ଭକ୍ତମାନେ ମହାପ୍ରଭୁଙ୍କୁ ପାଖରୁ ଦେଖିପାରିଲେନି ସେଠି କିଭଳି ୨ ଯୁବକ ରଥର ଚଢି ଫଟୋ ଉଠାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ରଥ ଚାରିପାଖେ ସୁରକ୍ଷା କର୍ମୀ ଜଗି ରହିଥିଲେ ମଧ୍ୟ ଏହି ୨ ଯୁବକ ରଥ ଉପରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି, ଫଟୋ ବି ଉଠାଇଛନ୍ତି? କିଭଳି ଏମାନେ ପୁଲିସ ଆଖିରେ ଧୁଳି ଦେଇ ରଖ ପର୍ଯ୍ୟନ୍ତ ଗଲେ? ସେମାନେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ସେବକମାନେ ବିରୋଧ କଲେନି କାହିଁକି? ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି।

ବଳଭଦ୍ରଙ୍କ ରଥ ଉପରେ ଚଢି ୨ ଯୁବକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ହେଲେ ଏହି ଦୁଇ ଯୁବକ ସେବାୟତ ନା ଅଣସେବାୟତ ତାହା ସ୍ପଷ୍ଟ ହୋଇନାହିଁ। ଏହି ଫଟେ ଚଳିତ ବର୍ଷର କି ଗତ ବର୍ଷର ତାହା ମଧ୍ୟ ଯାଞ୍ଚ କରାଯିବ ବୋଲି ପୁରୀ ଏସପି କେ.ବିଶାଲ ସିଂ କହିଛନ୍ତି। ଦୁଇ ଜଣ ମାସ୍କ ପିନ୍ଧିଥିବାରୁ ଏହି ଫଟୋ ଚଳିତ ବର୍ଷର ବୋଲି ଅନୁମାନ କରାଯାଉଛି। ଯଦି ସେମାନେ ଅଣସେବାୟତ ହୋଇଥିବେ ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି।

ରଥଯାତ୍ରା ଓ ବାହୁଡା ଯାତ୍ର ପୂର୍ବରୁ ପୁରା ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଥିଲା। ବଡ଼ଦାଣ୍ଡରେ ପ୍ରବେଶ ସଂପୂର୍ଣ୍ଣ ନିଷେଧ କରାଯାଇଥିଲା । ହେଲେ ଏତେ କଟକଣା ପରେ ବି କିପରି ରଥ ଉପରକୁ ଚଢି ୨ ଯୁବକ ଫଟୋ ଉଠାଇଲେ ତାକୁ ନେଇ ସାଧାରଣ ପ୍ରଶ୍ନ ଉଠିବା ସହ ଉଦବେଗ ପ୍ରକାଶ ପାଇଛି, ଯାହା ସ୍ବାଭାବିକ ମଧ୍ୟ।

Leave A Reply

Your email address will not be published.