ପ୍ରମୁଖ ଖବର

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା: ୧୧ ମିଲରଙ୍କୁ ନୋଟିସ ଜାରି
ରଞ୍ଜନା ଚୋପ୍ରା ଓ ହେମନ୍ତ ଶର୍ମାଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର
କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ
ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଦେବେନ୍ଦ୍ର ଫଡ୍‌ନାବୀସ
ରାଜଧାନୀରୁ ୪୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ ଦାବି କଲା ବିଜେପି

0
  • ରାଜ୍ୟ ପ୍ରସଙ୍ଗ ଧରି କେନ୍ଦ୍ରରେ ଫେରାଦ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବୈଷ୍ଣବ ବି ସାମିଲ
  • ପିଏମଜିକେଏୱାଇ ଏବଂ ଏନଏଫଏସଏରେ ୧୫ଟି ଜିଲ୍ଲାରେ ୧୦%ରୁ କମ୍‌ ଖାଦ୍ୟଶସ୍ୟ ଉଠାଯାଇଛି
  • ପିଏମଜିକେଏୱାଇ ଯୋଜନା ଅଧୀନରେ ଏନଏଫଏସଏ କାର୍ଡଧାରୀଙ୍କୁ ମିଳୁନି ଖାଦ୍ୟଶସ୍ୟ
  • କରୋନା ମହାମାରୀରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟରୁ ବଂଚିତ ରଖାଯାଉଛି
  • ରାଜ୍ୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏନଏଫଏସଏ ରାସନକାର୍ଡଧାରୀ ଭୂତ ହିତାଧିକାରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟିଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା, ହେରଫେର୍ ତଥା ଅବ୍ୟବସ୍ଥା ସଂପର୍କରେ ସେମାନେ ମନ୍ତ୍ରୀଙ୍କୁ ଅବଗତ କରିବା ସହିତ ଘଟଣାର ତଦନ୍ତ ଦାବି କରିଛନ୍ତି। ଏ ଅଭିଯୋଗ ବି ଆଣିଛନ୍ତି ଯେ ଏହି ଯୋଜନାରେ ରାଜ୍ୟ ସରକାର ଅଭାବୀ ତଥା ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରିଛନ୍ତି। ପରିଣାମ ହେଲା, କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ଅଧିକାଂଶ ଗରିବ ହିତାଧିକାରୀ ଲାଭ ପାଇପାରୁନାହାନ୍ତି। କେବଳ ସେତିକି ନୁହେଁ, ଏହା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଜାଲିଆତି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦିିଅନ୍ତୁ ବୋଲି ସାଂସଦମାନେ ଦାବି କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ପ୍ରତିନିଧି ଦଳରେ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିଲେ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବି। ଏମାନଙ୍କ ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ବି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ପୂର୍ବରୁ ଘର ଆବଣ୍ଟନ କେଳେଙ୍କାରୀ ଅଭିଯୋଗ କରିଥିଲେ ବିଜେପି ସାଂସଦ ଓ ତୁରନ୍ତ ତଦନ୍ତ ନିର୍ଦେଶ ଦେଇଥିଲେ କେନ୍ଦ୍ର ସରକାର। ଏବେ ନିଶ୍ଚିତ ଅନୁରୂପ ପରିସ୍ଥିତି ସୃଷ୍ଟି ହେବ, ଏଥିରେ ସନ୍ଦେହ ନାହିଁ।

ବିଜେଡି-ବିଜେପି ରାଜନୀତି କଡ ଲେଉଟାଉଛି, ଏ ସଂପର୍କରେ ଆରଏନ୍ଏ ପୂର୍ବରୁ ପୂର୍ବାନୁମାନ କରି ଏକାଧିକ ରିପୋର୍ଟ କରିଛି। ଏହା ତାର ଆଉ ଏକ ସଂସ୍କରଣ ବୋଲି କୁହାଯାଇପାରେ।

ବିଜେପି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ କୋଭିଡ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତ୍ୟୋଦୟ ବିଚାରରେ ସମାଜର ଅବହେଳିତ ଲୋକଙ୍କୁ ଅତିରିକ୍ତ ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ (ପିଏମଜିକେଏୱାଇ)ର ଆରମ୍ଭ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ କରାଯାଇଥିବା ସାଧାରଣ ଖାଦ୍ୟ ଆବଣ୍ଟନ ବ୍ୟତୀତ ମାଗଣା ଖାଦ୍ୟ ଶସ୍ୟ ତଥା ଗହମ ଏବଂ ଚାଉଳ
ବଣ୍ଟନ ଆରମ୍ଭ କରାଯାଇଥିଲା। ପିଏମଜିକେଏୱାଇ ଅଧୀନରେ ଏପ୍ରିଲ୍‌-ନଭେମ୍ବର ୨୦୨୦ ଅବଧି ପାଇଁ ଓଡିଶାର ୯୨.୭୭ ଲକ୍ଷରୁ ଅଧିକ ଏନଏଫଏସଏ କାର୍ଡଧାରୀ ଯଥା ୩.୨୪ କୋଟି ହିତାଧିକାରୀଙ୍କ ପାଇଁ ୧୨.୯୪ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ମାଗଣାରେ ଓଡିଶାକୁ ଦିଆଯାଇଥିଲା। ସେଥିମଧ୍ୟରୁ ୧୨.୫ ଲକ୍ଷ
ମେଟ୍ରିକ ଟନ ଉଠାଯାଇଥିଲା। ଖାଦ୍ୟ ଶସ୍ୟ ବ୍ୟତୀତ ଏପ୍ରିଲ୍‌-ନଭେମ୍ବର, ୨୦୨୦ ଅବଧି ପାଇଁ ପିଏମଜିକେଏୱାଇ ଅଧୀନରେ ଓଡିଶାକୁ ଅତିରିକ୍ତ ୨୭ ହଜାର ୮୫୩.୮୯ ମେଟ୍ରିକ ଡାଲି କିମ୍ବା ଚଣା ମଧ୍ୟ ଆବଣ୍ଟନ କରାଯାଇଥିଲା।

୨୦୨୦-୨୧ ମସିହାରେ ପିଏମଜିକେଏୱାଇ ଅନ୍ତର୍ଗତ ମେ-ନଭେମ୍ବର ୨୦୨୧ ଅବଧି ପାଇଁ ଓଡିଶାକୁ ପ୍ରାୟ ୧୧.୩୫ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ମାଗଣାରେ ବଣ୍ଟନ କରାଯାଇଛି। ସେଥିମଧ୍ୟରୁ ୬.୨୨ ଲକ୍ଷ ମେଟ୍ରିକ ଟନ ଉଠାଯାଇଛି । ଏହା ଚିନ୍ତାଜନକ ଯେ ପିଏମଜିକେଏୱାଇ ଏବଂ ଏନଏଫଏସଏ ଯୋଜନା ଅନ୍ତର୍ଗତ ୧୫ଟି ଜିଲ୍ଲା ଯଥା କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୁରଭଞ୍ଜ, ଝାରସୁଗୁଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ବରଗଡ଼, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦ ପ୍ରତିଶତରୁ କମ୍ ଖାଦ୍ୟଶସ୍ୟ ଉଠାଯାଇଛି। ଏହା ଉପରୋକ୍ତ ଜିଲ୍ଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ପଛୁଆ ଏବଂ ଓଡିଶାର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା।

ପିଏମଜିକେଏୱାଇ ଯୋଜନା ଅଧୀନରେ ମେ ୨୦୨୧ ରେ ଓଡିଶାର ୯୨.୮୩ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କ ମଧ୍ୟରୁ କେବଳ ୮୭.୩୯ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଥିବା ବେଳେ ୫.୪୩ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯାଇନାହିଁ । ସେହିପରି ଅନୁରୂପ ଭାବରେ ଜୁନ୍ ୨୦୨୧ରେ ଓଡିଶାର ୯୨.୭୭ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କ ମଧ୍ୟରୁ ମାଗଣା ଖାଦ୍ୟ ଶସ୍ୟ କେବଳ ୮୮.୨୩ ଲକ୍ଷଙ୍କୁ ବଣ୍ଟନ କରାଯାଇଥିବା ବେଳେ ୪.୫୪ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ବିତରଣ କରାଯାଇନାହିଁ। କରୋନା ମାହାମାରୀ ସମୟ ମଧ୍ୟରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟରୁ ବଞ୍ଚିତ ରଖିବା ଦୁଃଖ ଓ ପରିତାପର ବିଷୟ ବୋଲି ବିଜେପି କହିଛି।

ବିଜେପି କହିଛି, ଏନଏଫଏସଏ ଯୋଜନା ଅଧୀନରେ ମେ’ ୨୦୨୧ରେ ଓଡିଶାର ୯୨.୮୩ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କ ମଧ୍ୟରୁ ୪.୦୭ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ଛାଡି କେବଳ ୮୮.୭୬ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି। ସେହିପରି ଜୁନ୍ ୨୦୨୧ରେ ଓଡିଶାର ୯୨.୭୭ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କ ମଧ୍ୟରୁ ୪.୦୪ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ଛାଡି କେବଳ ୮୮.୭୨ ଲକ୍ଷ ଏନଏଫଏସଏ କାର୍ଡ ଧାରକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି । ଏହି ତଥ୍ୟରୁ ପ୍ରମାଣିତ ଯେ ଭାରତ ସରକାରଙ୍କ ଦ୍ୱାରା ଆବଣ୍ଟନ କରାଯାଉଥିବା ଖାଦ୍ୟଶସ୍ୟ ବନାମ୍ ରାଜ୍ୟ ସରକାରଙ୍କ ଦ୍ୱାରା ପିଏମଜିକେଏୱାଇ ଏବଂ ଏନଏଫଏସଏ ଅଧୀନରେ ଦିଆଯାଉଥିବା ଖାଦ୍ୟ ତାଲିକାରେ ଅନେକ ପାର୍ଥକ୍ୟ ରହିଛି । ଯାହା ପ୍ରମାଣିତ କରୁଛି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏନଏଫଏସଏ ରାସନକାର୍ଡଧାରୀ ଭୂତ ହିତାଧିକାରୀ ଅଛନ୍ତି । ଓଡ଼ିଶା ସରକାର ଲୋକଙ୍କୁ ଗରିବ ଏବଂ ଅଭାବୀ ବ୍ୟକ୍ତିଙ୍କୁ ଭୋକରେ ରଖି ଖାଦ୍ୟଶସ୍ୟ ଖୋଲା ବଜାରରେ ଚୋରା ଚାଲାଣ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।

ବିଜେପି ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି ଯେ ପିଏମଜିକେଏୱାଇ ଅଧୀନରେ ମାଗଣା ରାସନ ବଣ୍ଟନ ଏବଂ ଅନ୍ୟାନ୍ୟ ସୁବିଧା ବିଷୟରେ ସୂଚନା ଏବଂ ସଚେତନତା ପାଇଁ ରାଜ୍ୟ ସରକାରଙ୍କୁ ଆଂଚଳିକ ଭାଷାରେ ସମସ୍ତ ଉଚିତ ମୂଲ୍ୟ ସଂପର୍କରେ ଦୋକାନ, ଗୋଦାମ, ସରକାରୀ କାର୍ଯ୍ୟାଳୟ ଇତ୍ୟାଦିରେ ବ୍ୟାନର ଏବଂ ପୋଷ୍ଟର ମାରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶାବଳୀଗୁଡିକର ଖୋଲାଖୋଲି ଉଲ୍ଲଂଘନ କରି ରାଜ୍ୟ ସରକାର ମାଗଣା ରାସନ ସାମଗ୍ରୀ ଏବଂ ଉପଲବ୍ଧ ସୁବିଧା ଗୁଡ଼ିକର ସବିଶେଷ ତଥ୍ୟ ବଦଳରେ ଓଡିଶାର ମୁଖ୍ୟମବୀ ନବୀନ ପଟ୍ଟନାୟକଙ୍କ ଚିତ୍ରକୁ ପ୍ରୋତ୍ସାହିତ କରି ଏହି ଯୋଜନାକୁ ଭୁଲ ବ୍ରାଣ୍ଡିଂ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ପ୍ରଥମ ଉଦାହରଣ ନୁହେଁ । କିଛି ସପ୍ତାହ ପୂର୍ବରୁ, କେନ୍ଦ୍ରୀୟ ଟିମର ଅନୁସନ୍ଧାନରୁ ଓଡ଼ିଶାରେ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ଅପବ୍ୟବହାର କଥା ପଦାକୁ ଆସିଥିଲା । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରା​ଳୟର ଟିମ୍ ମଧ୍ୟ ଉଦ୍ଦେଶ୍ୟମୂଳକ ଭୁଲ୍ କାରବାରର ବଡ଼ ପ୍ରମାଣ ପାଇଛି । ଏହି ଯୋଜନା ଅନ୍ତର୍ଗତ ସଂପୂର୍ଣ୍ଣ ଘରଗୁଡିକ ଉପରେ ପିଏମ-ଆବାସ ଲୋଗୋ ଗୁଡିକ ରାଜ୍ୟ ପ୍ରାୟୋଜିତ ବିଜୁ ପକ୍କା ଘର ଯୋଜନା ଭାବରେ ବ୍ରାଣ୍ଡିଂ କରାଯାଇ ଏହାକୁ ବଦଳାଇ ଦିଆଯାଉଥିଲା ।

Leave A Reply

Your email address will not be published.