ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ବିଦ୍ୟାଭାରତୀଙ୍କ ହାତ ଲେଖା କହୁଛି ଅନେକ କଥା

0

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଓ ଗଜପତି ପୁଲିସ ଛାନଭିନ ଜାରି ରଖିଥିବା ବେଳେ ସାମନାକୁ ଆସିଛି ବିଦ୍ୟାଭାରତୀଙ୍କ ଆଉ ହାତ ଲେଖା। ପୂର୍ବରୁ ଗୋଟିଏ ଲେଖା ମିଳିଥିଲା। ଆଜି ଦ୍ୱିତୀୟଟି ସାମନାକୁ ଆସିଛି। ଏଥିରେ କୋହଭରା ଶଦ୍ଦରେ ବିଦ୍ୟାଭାରତୀ ଲେଖିଛନ୍ତି, ଭଗବାନ, ମୋତେ ଯେମିତି ହେଲେ ବି କିଛି କରାଇ ଡିଭୋର୍ସ କରାଇଦିଅ । ଏମିତି ଲୋକ କୋଉ ଶତ୍ରୁକୁ ବି ନମିଳନ୍ତୁ। ସାରା ଜୀବନ ପୁରୀ ମନ୍ଦିରରେ ଦାସୀ ହୋଇ ରହି ସେବା କରିବି ପ୍ରଭୁ।

ଏହା ପୂର୍ବରୁ ବିଦ୍ୟାଭାରତୀଙ୍କ ଆଉ ଏକ ଲେଖା ମଧ୍ୟ ସାଇଣ୍ଟିଫିକ୍ ଟିମ ହାତରେ ଲାଗିଥିଲା। ଯେଉଁଥିରେ ସେ ଲେଖିଥିଲେ, ସେ ସୌମ୍ୟଙ୍କୁ ବହୁତ ଘୃଣା କରନ୍ତି। ବାହା ହେବା ଜୀବନର ସବୁଠୁ ବଡ଼ ଭୁଲ ନିଷ୍ପତି ଥିଲା।

ବିଦ୍ୟାଭାରତୀଙ୍କ ଏହି ଲେଖା ମାମଲାରେ କିଛି ଟ୍ୱିଷ୍ଟ ଆଣିପାରେ। ଏଇଥିପାଇଁ ଯେ ଏମିତି କି କଷ୍ଟ ପାଉଥିଲେ ଯେ ବିଦ୍ୟାଭାରତୀ ଡିଭୋର୍ସ ପାଇଁ ପ୍ରାର୍ଥନା କରିଛନ୍ତି? ବିବାହର ମାତ୍ର ୭ମାସରେ ତାଙ୍କ ବୈବାହିକ ଜୀବନରୁ ମୋହ ତୁଟିଗଲା? ସେ ଶ୍ରୀମନ୍ଦିର ଦାସୀ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଲେଖିଛନ୍ତି।

ବିଦ୍ୟାଭାରତୀ ଏତେ କଷ୍ଟ ପାଉଥିଲେ, ତାଙ୍କ ପରିବାର ଜାଣିପାରିଲେନି କେମିତି? ଏଥିରୁ ଝିଅକୁ ମୁକାଳିବା ପାଇଁ ସେ କଣ କରିଥିଲେ? ସେମାନେ ଚାହିଁଥିଲେ ଝିଅକୁ ଶାଶୁ ଘରକୁ ନ ପଠାଇ ନିଜ ପାଖରେ କିଛି ଦିନ ରଖିପାରିଥାନ୍ତେ? ବିଦ୍ୟାଭାରତୀର ମନ ପରିବର୍ତ୍ତନ କରିପାରିଥାନ୍ତେ?ଏମିତି କାହିଁକି କଲେନି? ସେମାନଙ୍କ ପାଖରେ ଏମିତି କି ବାଧ୍ୟବାଧକତା ଥିଲା? କାହିଁକି ତରବରିଆ ଭାବେ ବାହାଘର କରିଦିଆଯାଇଥିଲା? ଏସବୁ ପ୍ରଶ୍ନ ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରୁଛି।

ସେପଟେ କ୍ରାଇମବ୍ରାଂଚ ଓ ପୁଲିସ ମୃତ୍ୟୁର ପ୍ରକୃତ ସତ ଜାଣିବା ପାଇଁ ତଦନ୍ତ ଜୋରଦାର କରିଛି। ସୌମ୍ୟଙ୍କ କ୍ବାର୍ଟର୍ସ ଯାଇ ମଧ୍ୟ କ୍ରାଇମବ୍ରାଂଚ ଟିମ ଘର ଭିତରର ଓ ବାହାରର ପାରିପାଶ୍ୱିକ ସ୍ଥିତି ଯାଞ୍ଚ କରିଛି। ଖୁବ ଶୀଘ୍ର ମଧ୍ୟ ଡିଏଫଓ ଓ ଥାନା ଅଧିକାରୀଙ୍କୁ ଜେରା କରାଯିବ। ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ । ଏହା ତଦନ୍ତରେ ସହଯୋଗ ହେବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି। ଆଜି ଶ୍ରୀ ଭୋଇ ଗଜପତି ଆସି ବରିଷ୍ଠ ଅଧିକାରୀଙ୍କ ସହିତ ମାମଲାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ।

Leave A Reply

Your email address will not be published.