ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଜୁଲାଇ ୨୬ରେ କର୍ଣ୍ଣାଟକ ରାଜନୀତିରେ ପଟ୍ଟ ପରିବର୍ତ୍ତନ!

0

ବାଙ୍ଗାଲୁର: ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ବି ଏସ୍ ୟେଦୁରପ୍ପା। ସିଧାସଳଖ ନ କହିଲେ ବି ବୁଲେଇ ବଙ୍କେଇ ଆଜି ସେ ଏହି ସତ ଜଣାଇଛନ୍ତି। ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ଆମର ରାଷ୍ଟ୍ରୀୟ ରାଷ୍ଟ୍ରପତି ଜେପି ନାଡା ମୋ ପ୍ରତି ବିଶେଷ ଭଲପାଇବା ଏବଂ ବିଶ୍ୱାସ ରଖିଛନ୍ତି। ସମସ୍ତେ ଜାଣିବା ଉଚିତ ଯେ ଯେଉଁମାନେ ପାର୍ଟିରେ ୭୫ ବର୍ଷ ବୟସ ଅତିକ୍ରମ କରିଛନ୍ତି ସେମାନଙ୍କୁ କୌଣସି ପଦବି ଦିଆଯାଉ ନାହିଁ। କିନ୍ତୁ ମୋର କାର୍ଯ୍ୟକୁ ପ୍ରଶଂସା କରି ସେମାନେ ମୋତେ ୭୮ ବର୍ଷ ବୟସ ସତ୍ତ୍ବେ ମୋତେ ଏକ ସୁଯୋଗ ଦେଇଛନ୍ତି। ମୁଁ ଜୁଲାଇ ୨୫ ପରେ କେବଳ ହାଇକମାଣ୍ଡଙ୍କ ପରବର୍ତ୍ତୀ ପଦକ୍ଷେପ ଜାଣିବି ଏବଂ ବିଜେପି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ପାଳନ କରିବି। ଦଳକୁ ମଜବୁତ କରିବା ଏବଂ କର୍ଣ୍ଣାଟକରେ ଦଳକୁ କ୍ଷମତାକୁ ଆଣିବା ପାଇଁ ମୁଁ କାର୍ଯ୍ୟ କରିବି ବୋଲି ୟେଦୁରପ୍ପା କହିଛନ୍ତି।

ଯେଦୁରପ୍ପାଙ୍କର ଏଭଳି ମନ୍ତବ୍ୟ ରାଜନୈତିକ ମହଲକୁ କ ତର୍ଜମା ପାଇଁ ଅନେକ ଖୋରାକ ଯୋଗାଇଛି। ଏହି ଚର୍ଚ୍ଚା ଆହୁରି ବଢିବାର କାରଣ ହେଉଛି, ସରକାରର ଦୁଇ ବର୍ଷ ଅବସରରେ ୟେଦୁରପ୍ପା ଯେଉଁ ସବୁ କାର୍ଯ୍ୟକ୍ରମ କରିବ ବୋଲି ନିଷ୍ପତ୍ତି ନେଇଥିଲେ, ସେଥିରେ ପରିବର୍ତ୍ତନ କରିଦେଇଛନ୍ତି। ଜୁଲାଇ ୨୬ ତାରିଖରେ ବିଧାୟକ ଦଳର ଏକ ବୈଠକ ରଖାଯାଇଥିଲା। ଜୁଲାଇ ୨୫ ତାରିଖ ଦିନ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଥିଲା। ଏସବୁ କିନ୍ତୁ ସ୍ଥଗିତ ରହିଛି।

ଏସବୁରୁ ଅନୁମାନ କରାଯାଉଛି ଯେ କର୍ଣ୍ଣାଟକରେ ୨୬ ତାରିଖରେ ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ୟେଦୁରପ୍ପା ଇସ୍ତଫା ଦେବେ। ବାକି ସମୟ ଅନ୍ୟ ଜଣେ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବେ।

ଗତ ସପ୍ତାହରେ ୟେଦୁରପ୍ପା ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖଙ୍କୁ ଭେଟିଥିଲେ। ଏହା ପରେ ତାଙ୍କ ପଦବି ଯିବା ସଙ୍କେତ ମିଳିଥିଲା।

ଏଠାରେ ଉଲ୍ଲେଖଥାଉକି, ଲିଙ୍ଗାୟତ ଗୋଷ୍ଠୀର ଅତି ଟାଣୁଆ ନେତା ୟେଦୁରପ୍ପା ଇତିମଧ୍ୟରେ ତାଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ। କଂଗ୍ରେସ ବି ପରୋକ୍ଷ ସମର୍ଥନ ଦେଇଥିଲେ। ହେଲେ ଦଳ ଭିତରୁ ସେ ବିରୋଧର ଶିକାର ହୋଇଥିଲେ।

ତେବେ ୟେଦୁରପ୍ପା କ୍ଷମତାରୁ ଗଲେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ସ୍ଥିର ହୋଇନାହିଁ।

Leave A Reply

Your email address will not be published.