ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ସୌମ୍ୟ ମାମଲା: ପୁଲିସ ମୁଖ୍ଯାଳୟ ଦ୍ବନ୍ଦ୍ବରେ ଅଛି କି?

0
  • ବିଦ୍ୟାଙ୍କ ଟେଲିଫୋନ୍ ବାର୍ତ୍ତାଳାପ, ହାତଲେଖା ଅନେକ କିଛି କହୁଛି
  • ପିଲାମାନେ ଅଶାନ୍ତିରେ ଯଦି ଥିଲେ, ପରିବାର ଲୋକଙ୍କ ଭୂମିକା କଣ ଥିଲା?
  • ସୌମ୍ୟ କଥା ହେଉଥିବା ଝିଅ ପାଖରେ ପୁଲିସ ପହଞ୍ଚିଲାଣି ନା ନାହିଁ?
  • କ୍ରାଇମବ୍ରାଞ୍ଚ ଓ ପୁଲିସ ଦୁଇଟି ସ୍ବତନ୍ତ୍ର ସଂସ୍ଥା, ଏକାଠି କେମିତି ତଦନ୍ତ କରିବେ?
  • ମାମଲାକୁ ନେଇ ବେଶୀ ଡ୍ରାମା, ତଦନ୍ତ କମ୍ ହେଉଥିବା ସନ୍ଦେହ ବଢିଲାଣି

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ପଛରେ ରହସ୍ୟ କେତେ ଲୁଚି ରହିଛି, ତାହା ତଦନ୍ତ ସରିବା ପରେ ଜଣାପଡିବ। କିନ୍ତୁ ପୁଲିସ ବିଭାଗ ମାମଲାକୁ ଯେଉଁଭଳି ଢଙ୍ଗରେ ନେଉଛି, ତାହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ବେଶୀ ନାଟକବାଜି ଚାଲିଛି, ତଦନ୍ତର ଧାରା କିନ୍ତୁ ଭିନ୍ନ ରାସ୍ତାରେ ଥାଇପାରେ।

ଆହୁରି ଆଶ୍ଚର୍ଯ୍ୟକଥା- କେବଳ ଆମକୁ ନୁହେଁ, ଖୋଦ୍ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ବି ଆଚମ୍ବିତ କରୁଛି ଯେ ପୁଲିସ ମହାନିର୍ଦେଶକ ଏହି ମାମଲାରେ ଏମିତି କେମିତି ଆଭିମୁଖ୍ୟ ଗ୍ରହଣ କଲେ? ସମସ୍ତେ ଜାଣିଛନ୍ତି ଯେ ପୁଲିସ ଓ କ୍ରାଇମବ୍ରାଞ୍ଚ ବ୍ୟବସ୍ଥାର ଦୁଇଟି ପୃଥକ୍ ପୃଥକ୍ ଅଙ୍ଗ। ପୁଲିସକୁ କ୍ରାଇମବ୍ରାଞ୍ଚ ସହଯୋଗ କରିବ, ଇଏ କେମିତିକା ନିଷ୍ପତ୍ତି? ସରକାରର ବ୍ୟବସ୍ଥା କଣ କାହାର ନିଜସ୍ବ ମର୍ଜିରେ ଚାଲିଛି? ଦୁଇଜଣ ସ୍ବତନ୍ତ୍ର ଓ୍ବିଙ୍ଗ୍ ଗୋଟିଏ ମାମଲାରେ ସମାନ୍ତରାଳ ଭାବେ କେମିତି ତଦନ୍ତ କରିବେ? ପୂର୍ବରୁ କେଉଁ ମାମଲାରେ ଏଭଳି ଘଟିଛି? ସେସବୁ ମାମଲାରେ ପୁଲିସ ସଫଳ ହୋଇଛି କି? ଏହି ଗୋଟିଏ ନିଷ୍ପତ୍ତି ସୂଚାଇ ଦେଉନି କି ଯେ ପୁଲିସ ଏକୁଟିଆ ତଦନ୍ତ କରିବା ଲାଗି ଆଦୌ ଯୋଗ୍ୟତା ରଖୁନି, ଏକଥା ପୁଲିସ ଅଧିକାରୀମାନେ ନିଜକୁ ନିଜେ ପ୍ରମାଣିତ କରିବାକୁ ଚାହୁଁଛନ୍ତି? ଏକଥା ସେମାନେ ଜଣାଇ ଦେଉନାହାନ୍ତି କି ତଦନ୍ତ ପାଇଁ ଆମ ପୁଲିସ ପାଖରେ ପର୍ଯ୍ୟାପ୍ତ ବୈଷୟିକ ସହାୟତା ନାହିଁ?

ଯଦି ପୁଲିସ ଉପରେ କାହାର ଭରସା ପାଉନି, ତେବେ ଏହି ସମ୍ବେଦନଶୀଳ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାରେ ଅସୁବିଧା କେଉଁଠି ଥିଲା? ଏବେ କ୍ରାଇମବ୍ରାଞ୍ଚ ଓ ପୁଲିସ ତଦନ୍ତ ଅଧିକାରୀଙ୍କ ମତରେ ଯେବେ ଭିନ୍ନତା ଦେଖାଗଲାଣି, ସେବେ ଲୋକେ କାହା କଥା ଠିକ୍ ବୋଲି ଭାବିବେ? ଠୋସ୍ କୌଣସି ନିର୍ଣ୍ଣୟ ଆସିବା ପୂର୍ବରୁ ଆଜି କ୍ରାଇମବ୍ରାଞ୍ଚ ଗଣମାଧ୍ୟମ ସାମ୍ନାକୁ ଆସି ମତ ରଖିସାରିଲେଣି। ପୋଡା ଦାଗଠାରୁ ଆରମ୍ଭ କରି ଅନେକ କଥା। କିଛି ହଜମ ହେଉନି ନା ଜାଣିଶୁଣି କିଏ ଅଧିକ ଦକ୍ଷ ସେ ନେଇ ଅଫିସରମାନେ ପ୍ରତିଯୋଗିତା ଆରମ୍ଭ କରିଦେଲେଣି?

ରାଜ୍ୟ ସରକାରଙ୍କୁ ପୁଲିସ ପ୍ରଶାସନ ଏହି ମାମଲାରେ କି ବାର୍ତା ଦେବାକୁ ଚାହୁଁଛି? ଏଭଳି ମାଳ ମାଳ ପ୍ରଶ୍ନ ଉପରେ ପୁଲିସ ମୁଖ୍ୟାଳୟ ତର୍ଜମା କରୁନି କି? ସମସ୍ତେ ଭୁଲି ଯାଉଛନ୍ତି କି ଗୃହ ବିଭାଗର ମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ। ପୁଲିସର ବିଭାଗର ଛୋଟ ଛୋଟ ନିଷ୍ପତ୍ତି ସରକାରଙ୍କୁ ଆକ୍ତାମାକ୍ତା କରିପାରେ?

ଘଟଣାକୁ ଅନୁଧ୍ୟାନ କରିବା ପରେ ଦେଖାଯାଉଛି ଯେ ଗଜପତି ପୁଲିସ ପାଖରେ ସବୁଠାରୁ ବଡ଼ ପ୍ରମାଣଟି ରହିଛି, ଯାହା କୋର୍ଟରେ ମୁଖ୍ୟତଃ ପ୍ରଭାବ ରଖିବ। ତାହା ହେଉଛି, ମୃତ୍ୟୁ ପୂର୍ବରୁ ସୌମ୍ୟରଂଜନଙ୍କର ଜମାନବନ୍ଦୀ। ପୁଲିସ ସୂତ୍ରରୁ ଯାହା ସୂଚନା ମିଳୁଛି, ତାହା ଯଦି ଠିକ୍ ହୋଇଥାଏ, ତେବେ ଏହାର ଭିଡିଓ ଗ୍ରାଫି ବି କରାଯାଇଛି। ଏବେ ପ୍ରଶ୍ନ ଉଠୁଛି, ସୌମ୍ୟରଂଜନଙ୍କ ଦେହରେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଥିବ? ଏମିତି କଣ ପରିସ୍ଥିତି ସୃଷ୍ଟି ହେଲା ଯେ ସେ ମୃତ୍ୟୁ ଆଡକୁ ଟାଣି ହୋଇଗଲେ?

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଇତିମଧ୍ୟରେ ବାଲେଶ୍ବର ଓ ମୟୂରଭଂଜ ଯାଇଥିବା ଟିମ୍ ଫେରିଆସିଲାଣି। ସେମାନେ ଆଉ ଗୋଟିଏ ସ୍ଥାନକୁ ଖୁବ୍ ଶୀଘ୍ର ଯିବେ, ତାହା ହେଲା ବଲାଙ୍ଗୀର। ଏହି ଟିମ୍ ଫେରିଆସିବା ପରେ ବିଦ୍ୟାଭାରତୀ ଓ ସେମାନଙ୍କ ପରିବାରର କିଛି ନିକଟ ସଂପର୍କୀୟଙ୍କୁ ପଚରାଉଚରା କରାଯାଇପାରେ। ଉଭୟ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବୈବାହିକ ଜୀବନ କିଭଳି ଥିଲା, ସେମାନଙ୍କ ବନ୍ଧୁମାନେ ଏହାକୁ କିଭଳି ଦେଖିଛନ୍ତି, ସର୍ବୋପରି କୌଣସି ବନ୍ଧୁଙ୍କୁ କେହି କିଛି କଥା ଜଣାଇଥିଲେ କି, ତାହା ପଚରାଉଚରା କରାଯିବ।

ଏହି ଘଟଣାରେ ଯେଉଁ କିଛି ମୌଳିିକ ପ୍ରଶ୍ନ ଆସୁଛି, ତାହାର ଉତ୍ତର ପୁଲିସ ପାଖରେ ଅଛି କି ନାହିଁ, ତାହା ଦେଖିବା କଥା। ବିଦ୍ୟାଭାରତୀଙ୍କ ଭିତରେ ଥିବା ଅସନ୍ତୋଷ କେଉଁଠି ନା କେଉଁଠି ଫୁଟି ବାହାରକୁ ବାହାରି ଆସିଲାଣି। ମାତ୍ର ୬-୭ମାସର ବୈବାହିକ ଜୀବନ ଭିତରର କିଛି ଘଟଣା ଉଭୟଙ୍କ ସଂପର୍କକୁ ବିଗାଡି ଦେଲା ନା ବାହାର ଶକ୍ତି ସେମାନଙ୍କ ମଧ୍ୟରେ ଅଶାନ୍ତି ଛିଡା କରିଥିଲେ। ସବୁଠାରୁ ବଡ଼ କଥା ହେଉଛି, ପିଲାମାନଙ୍କ ଜୀବନର ଏହି ଅଶାନ୍ତି ସଂପର୍କରେ ତାଙ୍କ ପରିବାର ଲୋକ ନିଶ୍ଚିତ ଜାଣିଥିବେ। ସେମାନେ ଏସବୁର ସମାଧାନ ଲାଗି କେତେଥର ବସିଥିଲେ, କେବେ ବସିଥିଲେ, ସେଥିରେ କଣ ସବୁ ଆଲୋଚନା ହେଲା, କିଏ ଆଗକୁ ଆସି ସମାଧାନ କରିବାକୁ ଚାହିଁଲେ, ପୁଅ ନା ଝିଅ କାହାର, କେଉଁ ଦୋଷ ସେମାନେ ଦେଖିଲେ ,ଏସବୁର ଉତ୍ତର ତଦନ୍ତକାରୀ ସଂସ୍ଥା ପାଇଲେଣି କି ନାହିଁ?

ସେହିଭଳି କାହିଁକି ବିଦ୍ୟା ବିବାହ ପାଇଁ ଅମଙ୍ଗ ହେଉଥିଲେ, କାହିଁକି ଡିଭୋର୍ସ କଥା ତାଙ୍କ ମୁଣ୍ଡକୁ ଆସିଲା? କଣ ତାଙ୍କ ସହିତ ଏମିତି ବିତୁଥିଲା ଯେ ସେ ଭଗବାନଙ୍କ ପାଖରେ ଏଭଳି ନେହୁରା ହୋଇଛନ୍ତି। କାହିଁକି ଓ କାହାକୁ ହାରାମଜାଦା ମଣିଷ ବୋଲି ଲେଖିଛନ୍ତି? ଏସବୁ କେମିତି ପରିବାର ଲୋକ ଜାଣିପାରିଲେନି ନା କିଛି ଲୁଚାଉଛନ୍ତି?

ଯେଉଁ ଝିଅକୁ ନେଇ ଉଭୟଙ୍କ ସୌମ୍ୟ ଓ ତାଙ୍କ ଭିତରେ ଟେଲିଫୋନ୍ ବାର୍ତ୍ତାଳାପ ବାହାରକୁ ଆସିଛି, ସେ କେଉଁଠି ରହନ୍ତି, ତାଙ୍କ ସହିତ ପୁଲିସ କଥା ହେଲେଣି କି?

ଏବେ ବି ସନ୍ଦେହ ବଢୁଛି ଯେ ପ୍ରସଙ୍ଗକୁ ଦିଗହରା କରିଦେବା ଲାଗି ଗୋଟିଏ କିଏ ତ ନିଶ୍ଚୟ ଚେଷ୍ଟା ଜାରି ରଖିଛନ୍ତି। ସତ ପଦାକୁ ନ ଆସୁ ବୋଲି ଜବରଦସ୍ତ ଉଦ୍ୟମ କରୁଛନ୍ତି? ପୁଲିସ ସେଥିରେ ଫସିଯାଉନି ତ?

Leave A Reply

Your email address will not be published.