ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

… ଶେଷରେ ତମ୍ବୁଟାଣି ଶବକୁ ରାତିସାରା ଜଗିଲେ

0
  • କୁଆଖାଇ ନଦୀ ପଠାରେ ଅଜଣା ମୃତଦେହ
  • ବାଲି ଖୋଳି ବାହାର କରାଯିବାକୁ ପ୍ରସ୍ତୁତି ଆରମ୍ଭ
  • ରାତିସାରା ଜଗିବସିଥିଲା କମିସନରେଟ୍ ପୁଲିସ

ଭୁବନେଶ୍ବର: କିଏ ମାରିଲା? କାହିଁକି ମାରିଲା? କାହାକୁ ମାରିଲା? କେବେଠୁ ମାରିଲାଣି? ଏଠି କାହିଁକି ମୃତଦେହ ପୋତିଲା? କେହି ଜାଣିପାରିଲେନି କେମିତି?

ଏଭଳି କିଛି ପ୍ରଶ୍ନ ରାଜଧାନୀ ଛାତି ଉପରେ ଥିବା କମିସନରେଟ୍ ପୁଲିସ ଚାରିପଟେ ଘୁରି ବୁଲୁଛି। ଗୋଟିଏ ହତ୍ୟାକାଣ୍ଡ (ପ୍ରିୟଙ୍କା ସାହୁ ମାମଲା) ଉପରୁ ପରଦା ହଟାଇ ନିଶ୍ବାସ ମାରିଛି କି ନାହିଁ, ଆଉ ଗୋଟିଏ ମାମଲା କମିସନରେଟ୍ ପୁଲିସ ବାରଣ୍ଡା ବାହାରେ ବୁଲିଲେଣି। କୁଆଖାଇ ନଦୀ ପଠାରେ ବାଲିତଳେ ଗୋଟିଏ ମୃତଦେହ ପୋତାଯାଇଥିବା ଖବର ଏବେ ରାଜଧାନୀବାସୀଙ୍କ ମୁଣ୍ଡ ବୁଲାଇ ଦେଉଛି। ସମସ୍ତେ ଚିନ୍ତାରେ ପଡିଛନ୍ତି, କେହି ଆମ ସଂପର୍କୀୟ ବା ଜଣାଶୁଣା ନୁହଁନ୍ତି ତ?

ହେଲେ ମାମଲାଟି ଅତ୍ୟନ୍ତ ଗମ୍ଭୀର ଜଣାପଡୁଛି। ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ବୃତ୍ତ ଏଭଳି ଏକ ଅଭାବନୀୟ କାଣ୍ଡ ଭିଆଇ ଦେଇଛି, ଯାହା ଅଡୁଆ ବଢାଇପାରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆଖପାଖ ଅଂଚଳର କିଛି ଲୋକ ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ବାଲିଯାତ୍ରାପଡିଆ କୁଆଖାଇ ନଦୀ ପଠାକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେମାନେ ଦେଖିଥିଲେ ଯେ ଗୋଟିଏ ସ୍ଥାନରେ ବାଲି ଉଚ୍ଚା ଦେଖାଯାଉଥିଲା । ପାଖକୁ ଯାଇ ଦେଖିଥିଲେ ବାହାରକୁ ହାତର ପାପୁଲି ଓ ଗୋଡ ଦେଖାଦେଉଛି। ବର୍ଷା ଯୋଗୁଁ ବାଲି ଧୋଇିଯିବା ପରେ ମୃତଦେହର ହାତ ପାପୁଲି ବାହାରକୁ ଦେଖିଯାଇଥିଲା।

ଏନେଇ ସେ ମଞ୍ଚେଶ୍ବର ପୁଲିସକୁ ସେମାନେ ଖବର ଦେଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚିିିିଥିଲେ। ରାତି ତମାମ ଏକ ଟିମ ନଦୀ ପଠାରେ ମୃତଦେହକୁ ଜଗି ରହିଥିଲେ। ତେବେ ୩ ରୁ ୪ଦିନ ତଳେ କେହି ହତ୍ୟାକରି ମୃତଦେହକୁ ପୋତିଦେଇଥିବା ସନ୍ଦେହ କରାଯାଉଛି। ଏବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯିବ। ପ୍ରମାଣ ନଷ୍ଟ କରିବା ପାଇଁ କେହି ମୃତଦେହକୁ ଏଠାରେ ବାଲିରେ ପୋତିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.