ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଡିଏଫଓଙ୍କୁ କ୍ଲିନଚିଟ୍

0

ସକାଳେ ଜେରା, ସନ୍ଧ୍ୟାରେ କ୍ଲିନଚିଟ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ କ୍ଲିନ ଚିଟ । ସାମ୍ବାଦିକ ସମ୍ମିଳନୀ କରି ଗଜପତି ଏସପି ଏନେଇ ସୂଚନା ଦେଇଛନ୍ତି । ଏସପି ତପନ କୁମାର ପଟ୍ଟନାୟକ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ ଚିଟ ଦେଇଛନ୍ତି ।

ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କର କୌଣସି ସଂପର୍କ ନଥିଲା । କଲ ଡିଟେଲ୍ସରୁ ପୁଲିସକୁ କୌଣସି ସୁରାଗ ମିିଳିନାହିଁ ବୋଲି କହିଛନ୍ତି ଏସପି ।
ଏସପି କହିଛନ୍ତି , ଡିଏଫଓ କେବେ ବି ବିଦ୍ୟାଭାରତୀଙ୍କ ଘରକୁ ଯାଇନଥିଲେ । ଅଧିକ ତଦନ୍ତ ପାଇଁ ପାଖ ପଡୋଶୀଙ୍କ ପଚରାଉଚରା କରାଯିବା ପରେ ଏହି ସୂଚନା ମିଳିଛି । ଥାନା ଅଧିକାରୀ ମମତା ପଣ୍ଡା ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ପୂର୍ବରୁ ଚିହ୍ନାଜଣା ଥିଲା । ସଂପର୍କୀୟଙ୍କ ଠାରୁ ଫୋନ ପାଇ ବିଦ୍ୟାଭାରତୀଙ୍କ ନିକଟକୁ ଯାଇଥିଲେ ମମତା ପଣ୍ଡା ।

ମାନବିକତା ଦୃଷ୍ଟିକୋଣରୁ ମମତା ପଣ୍ଡା ବିଦ୍ୟାଭାରତୀଙ୍କୁ ସହଯୋଗ କରିଥିଲେ ।ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବୁଲାନ୍ସ ୧୫ ମିନିଟ ପାଇଁ ଅଟକିଥିଲା ।ନିଜ ଘରୁ କିଛି ସାମଗ୍ରୀ ଆଣିବାକୁ ବିଦ୍ୟାଭାରତୀ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଅଧିକ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ଏସପି ।

ସୌମ୍ୟଙ୍କ ପରିବାର ଲୋକ ଡିଏଫଓ ,ବିଦ୍ୟାଭାରତୀ ଓ ରୋଷେୟା ନାଁରେ ଅଭିଯୋଗ କରିଥିଲେ । ସୌମ୍ୟଙ୍କ ମୃତ୍ୟୁ ପଛରେ ଏମାନଙ୍କ ହାତ ଥିବା ନେଇ ଅଭିଯୋଗ କରିଥିଲେ । ଆଜି ଡିଏଫଓ କାର୍ଯ୍ୟାଳୟରେ ପାଖାପାଖି ୩ଘଂଟା ଧରି କ୍ରାଇମବ୍ରାଂଚ ଓ ପୁଲିସ ମିଳିତ ଭାବେ ଡିଏଫଓଙ୍କୁ ଜେରା କରିଥିଲେ ।

Leave A Reply

Your email address will not be published.