ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଡିଏଫଓଙ୍କୁ କ୍ଲିନଚିଟ୍

0

ସକାଳେ ଜେରା, ସନ୍ଧ୍ୟାରେ କ୍ଲିନଚିଟ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ କ୍ଲିନ ଚିଟ । ସାମ୍ବାଦିକ ସମ୍ମିଳନୀ କରି ଗଜପତି ଏସପି ଏନେଇ ସୂଚନା ଦେଇଛନ୍ତି । ଏସପି ତପନ କୁମାର ପଟ୍ଟନାୟକ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ ଚିଟ ଦେଇଛନ୍ତି ।

ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କର କୌଣସି ସଂପର୍କ ନଥିଲା । କଲ ଡିଟେଲ୍ସରୁ ପୁଲିସକୁ କୌଣସି ସୁରାଗ ମିିଳିନାହିଁ ବୋଲି କହିଛନ୍ତି ଏସପି ।
ଏସପି କହିଛନ୍ତି , ଡିଏଫଓ କେବେ ବି ବିଦ୍ୟାଭାରତୀଙ୍କ ଘରକୁ ଯାଇନଥିଲେ । ଅଧିକ ତଦନ୍ତ ପାଇଁ ପାଖ ପଡୋଶୀଙ୍କ ପଚରାଉଚରା କରାଯିବା ପରେ ଏହି ସୂଚନା ମିଳିଛି । ଥାନା ଅଧିକାରୀ ମମତା ପଣ୍ଡା ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ପୂର୍ବରୁ ଚିହ୍ନାଜଣା ଥିଲା । ସଂପର୍କୀୟଙ୍କ ଠାରୁ ଫୋନ ପାଇ ବିଦ୍ୟାଭାରତୀଙ୍କ ନିକଟକୁ ଯାଇଥିଲେ ମମତା ପଣ୍ଡା ।

ମାନବିକତା ଦୃଷ୍ଟିକୋଣରୁ ମମତା ପଣ୍ଡା ବିଦ୍ୟାଭାରତୀଙ୍କୁ ସହଯୋଗ କରିଥିଲେ ।ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବୁଲାନ୍ସ ୧୫ ମିନିଟ ପାଇଁ ଅଟକିଥିଲା ।ନିଜ ଘରୁ କିଛି ସାମଗ୍ରୀ ଆଣିବାକୁ ବିଦ୍ୟାଭାରତୀ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଅଧିକ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ଏସପି ।

ସୌମ୍ୟଙ୍କ ପରିବାର ଲୋକ ଡିଏଫଓ ,ବିଦ୍ୟାଭାରତୀ ଓ ରୋଷେୟା ନାଁରେ ଅଭିଯୋଗ କରିଥିଲେ । ସୌମ୍ୟଙ୍କ ମୃତ୍ୟୁ ପଛରେ ଏମାନଙ୍କ ହାତ ଥିବା ନେଇ ଅଭିଯୋଗ କରିଥିଲେ । ଆଜି ଡିଏଫଓ କାର୍ଯ୍ୟାଳୟରେ ପାଖାପାଖି ୩ଘଂଟା ଧରି କ୍ରାଇମବ୍ରାଂଚ ଓ ପୁଲିସ ମିଳିତ ଭାବେ ଡିଏଫଓଙ୍କୁ ଜେରା କରିଥିଲେ ।

Leave A Reply

Your email address will not be published.