ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭାରତକୁ ମିଳିଲା ପ୍ରଥମ ପଦକ

0

ଭାରତ ପାଇଁ ଖୁସି ଖବର। ଟୋକିଓ ଅଲିମ୍ପିକ୍ସରେ ବିଜୟ ଯାତ୍ରା ଆରମ୍ଭ କରିଛି ଭାରତ। ଭାରୋଉତ୍ତୋଳନରେ ଭାରତକୁ ମିଳିଛି ପ୍ରଥମ ପଦକ। ଭାରୋତ୍ତଳନରେ ୪୯ କେଜି ମହିଳା ବର୍ଗରେ ରୋପ୍ୟ ପଦକ ଜିତିଛନ୍ତି ମୀରାବାଈ ଚାନୁ। ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୀରାବାଈ ଚାନୁଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।ତାଙ୍କର ବିଜୟ ସମସ୍ତ ଭାରତୀଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋଦୀ ଟ୍ୱିଟ କରିଛନ୍ତି। ରାଷ୍ଟ୍ରପତି ବି ଟ୍ବିଟ୍ କରିଛନ୍ତି।

୨୧ ବର୍ଷ ପରେ ଭାରତକୁ ଭାରୋତ୍ତୋଳନରେ ପଦକ ମିଳିଛି। ସ୍ନାଚରେ ୮୭ କେଜିର ଭାର ଉତୋଳନ କରିଥିଲେ ଚାନୁ । ଏହା ପରେ କ୍ଲିନ ଓ ଜର୍କରେ ୧୧୫ କେଜିର ଭାର ଉଠାଇ ରୌପ୍ୟ ପଦକ ଜିତିଥିଲେ। ମୀରାବାଈ ଚଳିତ ବର୍ଷ ଆରମ୍ଭରୁ ୧୧୯ କିଲୋଗ୍ରାମ ଭାରୋତ୍ତୋଳନ କରି କ୍ଲିନ ଆଣ୍ଡ ଜର୍କରେ ବିଶ୍ୱ ରେକର୍ଡ ହାସଲ କରିଥିଲେ।

ସେହିପରି ପୁରୁଷ ହକିରେ ଭାରତ ଆଜି ଦମଦାର ପ୍ରଦର୍ଶନ କରିଛି । ୩-୨ ଗୋଲରେ ନ୍ୟୁଜଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। ସୁଟିଂ ସୌରଭ ଚୌଧୁରୀ ୧୦ ମିଟର ଏୟାର ରାଇଫଲ କାଟାଗୋରିର ଫାଇନାଲକୁ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି।

Leave A Reply

Your email address will not be published.