ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ହାଇଦର ପରେ କାହା ପାଳି?

0
  • ଦୁର୍ଦାନ୍ତ ଟିଟୋ ଶିବିରରେ କମ୍ପନ, କେନ୍ଦ୍ରାପଡାରୁ ରାତାରାତି ଅପରାଧୀ ପାର
  • ଜେଲରେ ରହି ଅପରାଧ ଚଳାଉଥିବା ଦୁର୍ଦାନ୍ତଙ୍କ ଉପରେ ଏବେ ପୁଲିସର ଆଖି
  • କେନ୍ଦ୍ରାପଡା ସହର ସମେତ ୪ ପଞ୍ଚାୟତରେ ୩୦ ଯାଏ ୧୪୪ ଧାରା ଜାରି
  • ଆଜି ହାଇଦର ପରିବାରକୁ ଶବ ହସ୍ତାନ୍ତର, ପରିବାର ପହଞ୍ଚିଲେ ବାଲେଶ୍ବରରେ
  • ଖୁବ୍ ଶୀଘ୍ର ଅପରାଧ ଦମନ ଲାଗି ପୁଲିସ ସବୁ ଜିଲ୍ଲାରେ ଗଠନ କରିବ ସ୍ବତନ୍ତ୍ର ଦଳ

ଭୁବନେଶ୍ବର: ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ ଘଟଣାର କମ୍ପନ ଏବେ କେନ୍ଦ୍ରାପଡାରେ ଦେଖାଯାଇଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡା ପ୍ରଶାସନ ପୌରାଞ୍ଚଳ ସମେତ ଚାରିଟି ପଞ୍ଚାୟତରେ ୧୪୪ ଧାରା ଜାରି କରିଥିଲା ବେଳେ ସହର ପୁଲିସ ଛାଉଣୀ ହୋଇ ରହିଛି। ଏହି କଟକଣା ୩୦ ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ ଜାରି ରହିବ। ହାଇଦର ଗ୍ୟାଙ୍ଗର ସଦସ୍ୟମାନେ ପୂରା ତାତି ଯାଇଛନ୍ତି। ତା ପରିବାର ଲୋକେ ଗଣମାଧ୍ୟମରେ ଗର୍ଜନ ତର୍ଜନ କରିବା ପରେ ପୁଲିସ ଅଧିକ ସତର୍କ ହୋଇପଡିଛି।

ଅନ୍ୟପକ୍ଷରେ ହାଇଦରର ସ୍ତ୍ରୀ, ବୋହୁ ଓ ସଂପର୍କୀୟମାନେ ଆଜି ଭୋର ତିନିଟା ବେଳେ ବାଲେଶ୍ବର ମେଡିକାଲରେ ପହଞ୍ଚିଛନ୍ତି। ସେଠାରେ ପୁଲିସ ଗୁଳିରେ ମୃତ୍ୟୁ ହୋଇଥିବା ଗ୍ୟାଙ୍ଗଷ୍ଟର ହାଇଦରର ଆଜି ଶବ ବ୍ୟବଚ୍ଛେଦ କରାଯିବ। ଶବ ବ୍ୟବଚ୍ଛେଦ ପରେ ତାର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତାର କରାଯିବ।

ତେବେ ଏହି ଘଟଣା ପରେ ଅପରାଧ ଜଗତରେ ଭୟର ବାତାବରଣ ସୃଷ୍ଟି ହୋଇଛି। କେନ୍ଦ୍ରାପଡାର ଅନ୍ୟତମ ଗ୍ୟାଙ୍ଗଷ୍ଟର ଟିଟୋ ଗ୍ରୁପରେ ଆତଙ୍କ ଖେଳିଯାଇଛି। ସେହିପରି ଗଞ୍ଜାମ ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ଅପରାଧ ଦୁନିଆର ସବୁ ବାଦଶାହଙ୍କ ମଧ୍ୟରେ ଡର ପୂରାଇ ଦେଇଛି। ରାତାରାତି ଜିଲ୍ଲା ଛାଡି ଅପରାଧୀମାନେ ପାର ହୋଇଯାଇଛନ୍ତି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ ଏବେ ଅପରାଧ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରିବ ବୋଲି ନିଷ୍ପତ୍ତି ହୋଇଛି। କିଛି ଦିନ ତଳେ ଜେଲ ଭିତରେ ଏହାର ପ୍ରଭାବ ଅନୁଭବ ହୋଇଥିଲା। ଜେଲରେ ଅପରାଧୀଙ୍କୁ ରୁମ୍ ଖାନତଲାସ ହେଉଥିଲା ଓ ଅନେକ ମୋବାଇଲ୍ ବାହାରିଥିଲା। ସେବେ ଜଣାପଡିଥିଲା ଯେ ଜେଲ ଭିତରେ ରହି ମଧ୍ୟ ଅପରାଧୀମାନେ ନିଜର ଗ୍ୟାଙ୍ଗ ପରିଚାଳନା କରୁଛନ୍ତି। ଜେଲ ଭିତରୁ ଅପରାଧିକ କାର୍ଯ୍ୟରେ ବି ଲିପ୍ତ ରହୁଛନ୍ତି। ଏହି ଘଟଣାର ପ୍ରଭାବରେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ଭୁବନେଶ୍ବର ଝାରପଡା ଜେଲ ସମେତ ବିଭିନ୍ନ ଜେଲରେ ବ୍ୟାପକ ଅଦଳବଦଳ କରିଥିଲେ। ଏବେ ଜେଲରେ ଗୁପ୍ତ କ୍ୟାମେରା ଲଗାଯିବା ଠାରୁ ଆରମ୍ଭ କରି ସର୍ଭିଲାନ୍ସ ବଢାଇ ଦିଆଯାଇଛି। ସେପଟେ ଦୁର୍ଦାନ୍ତ ଟିଟୋକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ଠାରୁ ଜବଚ ମୋବାଇଲର କଲ ରେକର୍ଡରୁ ଜଣାପଡିଛି ଯେ କିଛି ଜିଲ୍ଲାରେ ଏମାନେ ଟେଣ୍ଡର ଫିକ୍ସ, ବାଲି ଉଠାଣ ଆଦି କାର୍ଯ୍ୟରେ ବେଶ ସକ୍ରିୟ ଅଛନ୍ତି। ଏହାକୁ ଧରି ଆଗକୁ ବ୍ୟାପକ ଚଢଉ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଉଲ୍ଲେଖଥାଉକି, କେନ୍ଦ୍ରାପଡା ପ୍ରଶାସନ ନିର୍ଦେଶ ଦେଇଛି ଯେ ସହରରେ ୩୦ ତାରିଖ ଯାଏ କୌଣସି ସ୍ଥାନରେ ପାଞ୍ଚ ଜଣ ଏକାଠି ହୋଇପାରିବେ ନାହିଁ। ସକାଳ ୭ରୁ ଦିନ ୧୧ ପର୍ଯ୍ୟନ୍ତ ତେଜରାତି, ପରିବା ଓ ମାଛ ଦୋକାନ ଖୋଲା ରହିବ। ଅନ୍ୟ ଦୋକାନ ବନ୍ଦ ରହିବ। ଦିନ ୧୧ଟା ପରେ ଗାଡି ଚଳାଚଳ ଉପରେ କଟକଣା ରହିବ।

ଶନିବାର ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ହାଇଦର ସିମୁଳିଆ ନିକଟରେ ପରିସ୍ରା କରିବା ବାହାନାରେ ଗାଡି ଅଟକାଇବାକୁ କହିଥିଲା।ଗାଡି ଅଟକାଇବା ପରେ ପୁଲିସଠାରୁ ବନ୍ଧୁକ ଛଡାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହା ପରେ ପୁଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିବା ବେଳେ ତାର ପେଟରେ ଗୁଳିବାଜିଥିଲା । ଗୁୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାକୁ ମୃତ୍ୟୁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.