ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଦୁଇମାସ ବିତିଗଲା, ତଥାପି ନିୟନ୍ତ୍ରଣକୁ ଆସୁନି

0
  • ମେ’ ୨୩ରେ ଶୀର୍ଷ ଛୁଇଁଥିଲା କରୋନା
  • ଏବେ ବି ପାଞ୍ଚ ଜିଲ୍ଲାରେ ଶତକ ମାରୁଛି
  • ଖୋର୍ଧାକୁ ଆୟତ୍ତକୁ ଆଣିପାରୁନାହାନ୍ତି

ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହର ଏହା ମଧ୍ୟରେ ଶୀର୍ଷକୁ ଛୁଇଁବାକୁ ଦୁଇ ମାସ ବିତିିଗଲାଣି। ଗତ ମେ’ ୨୩ରେ ଶୀର୍ଷରେ ପହଞ୍ଚିଥିଲା ସଂକ୍ରମଣ। ଏହି ଦିନ ୧୨ ହଜାର ୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଦୁଇ ମାସ ପରେ ବି କରୋନା ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଏବେ ବି ସଂକମଣ ୨ ହଜାର ପାଖାପାଖି ରହୁଛି। ସଂକ୍ରମଣ ହାର ମଧ୍ୟ ୨.୫ ପ୍ରତିଶତ ଉପରେ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧ ହଜାର ୩୯ ନମୁନା ପରୀକ୍ଷା କରାଯାଇଥିଲା। ୧୮ ଶହ ୩୩ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୨.୫୮%। ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୨୪୩, ଅନୁଗୁଳରୁ ୭୭, ବାଲେଶ୍ୱରରୁ ୧୨୯, ଭଦ୍ରକରୁ ୮୯, ଜଗତସିଂହପୁରୁ ୬୧, ଯାଜପୁରରୁ ୧୧୦, କେନ୍ଦ୍ରାପଡାରୁ ୮୭,ମୟୂରଭଞ୍ଜରୁ ୫୯ ଏବଂ ପୁରୀରୁ ୧୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮ରେ ପହଞ୍ଚିଛି।

ଆଜି ଆଉ ୬୭ ମୃତ୍ୟୁର ହିସାବ ଦେଇଛନ୍ତି ସରକାର। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ, କେନ୍ଦୁଝରରୁ ୧୦ ଜଣ ଲେଖାଏଁ ଆଖି ବୁଜିଛନ୍ତି। ସୁନ୍ଦରଗଡରୁ ୬ ଜଣ, ପୁରୀରୁ ୫ ଜଣ, ଗଂଜାମ, ମୟୂରଭଂଜ ଜିଲ୍ଲାରୁ ୨ ଜଣ ଲେଖାଁଏ ମୃତ୍ୟୁ ହୋଇଥିବା ବେଳେ ଦେବଗଡ,ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା ଓ ମାଲିକାନଗିରି ଜିଲ୍ଲାରୁ କରୋନାରେ ଜଣେ ଲେଖାଁଏ ଆଖି ବୁଜିଛନ୍ତି । ୫ ହଜାର ୫୧୨ରେ ମୋଟ ମୃତ୍ୟୁ ସଂଖ୍ୟା ପହଞ୍ଚିଛି।

Leave A Reply

Your email address will not be published.