ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

୨୦୨୨ରେ ରାଜଧାନୀରେ ୪ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ

0
  • ସକାଳୁ ସକାଳୁ ସ୍ଥିତି ଅନୁଧ୍ୟାନ କଲେ ପାଣ୍ଡିଆନ୍, କ୍ରିଷନ୍ କୁମାର
  • ୨୦୨୨ ଜୁନ୍ ସୁଦ୍ଧା ବରମୁ୍ଣ୍ଡା ବସ ଟର୍ମିନାଲ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ବର: ବରମୁଣ୍ଡାଠାରେ ନିର୍ମାଣାଧୀନ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ୨୦୨୨ ଜୁନ୍ ସୁଦ୍ଧା ଶେଷ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ତାଙ୍କ ସଚିବ (୫ଟି) ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ସ୍ଥିତି ଅନୁଧ୍ୟାନ କରିବା ପରେ ଏହା ଜଣାପଡିଛି। କେବଳ ସେତିକି ନୁହେଁ, ରାଜଧାନୀର ଅନ୍ୟାନ୍ୟ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ଶ୍ରୀ ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ୍ କୁମାର ବୁଲି ଦେଖିଛନ୍ତି। ଗଣିତ ପ୍ରତିଷ୍ଠାନ ସହିତ ସିଆରପିଏଫ୍ କ୍ୟାମ୍ପସକୁ ସଂଯୋଗ କରୁଥିବା ରାସ୍ତା, ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ରସ୍ତାବିତ ଗୃହ ନିର୍ମାଣ ପ୍ରକଳ୍ପ ଏବଂ ଇନଫୋସିଟି ନିକଟରେ ନିର୍ମାଣାଧୀନ ଇନ୍‌କ୍ୟୁବେସନ୍ ଟାଓ୍ବାରର ଅଗ୍ରଗତି ସମୀକ୍ଷା ହୋଇଥିଲା।ଏହି ସମୀକ୍ଷା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟତମ ବରିଷ୍ଠ ଅଧିକାରୀ ଆର୍ ଭିନିଲ୍ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବର ଉନ୍ନୟନ ପ୍ରାଧିକରଣ ଦ୍ବାରା ୧୮୦ କୋଟି ଟଙ୍କା ବ୍ୟୟରେ ବରମୁଣ୍ଡା ପ୍ରକଳ୍ପର ବିକାଶ କରାଯାଉଛି। ୧୫.୫ ଏକର ପରିମିତ ଅଞ୍ଚଳରେ ନିର୍ମାଣାଧୀନ ଏହି ପ୍ରକଳ୍ପରେ ୧୮୦ କୋଟି ଟଙ୍କା ବ୍ୟୟ ହେବ। ଆସନ୍ତା ଜୁନ୍ ସୁଦ୍ଧା ଏହାକୁ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଖଣ୍ଡଗିରିରେ ୩୦୦ ବସ୍ ରହିବା ଭଳି ହେବାକୁ ଥିବା ବସ ଡିପୋ ବି ଏହାର ଏକ ଅଂଶ। ଠିକ୍ ସମୟରେ ଯେଭଳି ଏହି ପ୍ରକଳ୍ପ ଶେଷ ହୁଏ, ସେ ନେଇ ଶ୍ରୀ ପାଣ୍ଡିଆନ୍ ଆଲୋଚନା ବେଳେ ଗୁରୁତ୍ବ ଦେଇଥିଲେ।

ସେହିଭଳି ଜୟଦେବ ବିହାର-ପଟିଆ ରାସ୍ତାରେ ଟ୍ରାଫିକ୍ କମାଇବା ପାଇଁ ସମାନ୍ତରାଳ ଭାବେ ପୂର୍ତ ବିଭାଗ ଏକରାସ୍ତା ନିର୍ମାଣ କରୁଛନ୍ତି। ଏହି ରାସ୍ତା ସିଆରପିଏଫ୍ ଠାରୁ ଗଣିତ ପ୍ରତିଷ୍ଠାନ ସହିତ ସଂଯୋଗ କରିବ। ୧୩.୬ କିଲୋମିଟର ରାସ୍ତାର ବିକାଶ କରାଯାଉଛି। ବର୍ତମାନ ଜାଭିଅର ଛକରୁ ଇନଫୋସିଟି ୫.୧୭ କିଲୋମିଟର ପାଇଁ ୬ଲେନ୍ ରାସ୍ତା ନିର୍ମାଣାଧୀନ ରହିଛି। ଏହା ଆସନ୍ତା ପେବ୍ରୁଆରି ସୁଦ୍ଧା ଶେଷ ହେବ ବୋଲି ସ୍ଥିର କରାଯାଇଛି। ଏହି ରାସ୍ତାକୁ ତ୍ବରିତ ଭାବେ ନିର୍ମାଣ କରି ଆସନ୍ତାବର୍ଷ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସଂପ୍ରତି ବିଡିଏ ପିପିପି ଆଧାରରେ ଚନ୍ଦ୍ରଶେଖରପୁରରେ ସୁଲଭ ଗୃହ ନିର୍ମାଣ ପ୍ରକଳ୍ପ ନିର୍ମାଣ କରୁଛି। ୨୬୦୦ ଘର ବିଶିଷ୍ଟ ଏହି ପ୍ରକଳ୍ପ ୨୦.୨୧ ଏକରରୁ ଅଧିକ କ୍ଷେତ୍ର ଉପରେ ବ୍ୟାପ୍ତ ରହିଛି। ସେଥିମଧ୍ୟରୁ ୬.୫ ଏକର ଅଞ୍ଚଳରେ ପିପିପି ଭାଗୀଦାରିରେ ବିକାଶ ଆରମ୍ଭ ହୋଇଛି। ଏହି କଲୋନୀରେ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସପିଂ ଏରିଆ, ଖେଳ ପଡିଆ ଆଦିର ସୁବିଧା ରହିବ। ସେପ୍ଟେମ୍ବର ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ।

ଅନ୍ୟପକ୍ଷରେ ଇନଫୋସିଟି ନିକଟରେ ଥିବା ଇନକ୍ୟୁବେସନ ଟାୱାରକୁ ଇଡକୋ ୨୨୧ କୋଟିରେ ନିର୍ମାଣ କରୁଛି। ଦୁଇଟି ବେସମେଣ୍ଟ୍ ଫ୍ଲୋର୍ ବିଲ୍ଡିଂ ସହିତ ଗ୍ରାଉଣ୍ଡ ଓ ୧୨ ମହଲା ବିଶିଷ୍ଟ ଦୁଇଟି ଟାୱାରରେ ୩.୩୬ ଲକ୍ଷ ବର୍ଗଫୁଟ ଅଞ୍ଚଳ ନିର୍ମାଣ ହେବ। ଏହି ପ୍ରକଳ୍ପ ୩୧ ଡିସେମ୍ବର ୨୦୨୧ ସୁଦ୍ଧା ଶେଷ ହେବାର ଯୋଜନା ରହିଛି।

Leave A Reply

Your email address will not be published.