ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ମୋଦୀ-ମମତା: ଗରମ ନୁହେଁ ନରମ ଆଲୋଚନା

0

ନୂଆଦିଲ୍ଲୀ: ବାତ୍ୟା ‘ୟାସ୍’ ପରେ ପ୍ରଧାନମନ୍ତ୍ରୀ ଯେବେ ପଶ୍ଚିମବଙ୍ଗ ଯାଇଥିଲେ, ସେବେ ଯେଉଁ ଅପ୍ରୀତିକର ଘଟଣା ଦେଶ ଦେଖିଥିଲା, ଆଜି ସେମିତି କିଛି ଘଟିନାହିଁ। ବରଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମମତା ବାନାର୍ଜୀ ନୂଆଦିଲ୍ଲୀ ଗସ୍ତରେ ଆସି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ପ୍ରଥମ ସାକ୍ଷାତ କରିବା ବେଳେ ଉଭୟ ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ। ଆଲୋଚନା ନା ଗରମ ଥିଲା, ନା ମମତା କିଛି ଅସ୍ବାଭାବିକ ଆଚରଣ କରିଥିଲେ କିମ୍ବା ପ୍ରଧାନମନ୍ତ୍ରୀ ବି।

ପରେ ମମତା ଗଣମାଧ୍ୟମକୁ କହିଥିଲେ ଯେ ଏହା ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ଥିଲା। ଏଥିରେ ସେ ରାଜ୍ୟର କୋଭିଡ୍ ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ରାଜ୍ୟକୁ ଟିକା ଓ ଔଷଧ ଯୋଗାଣ ସଂପର୍କରେ କହିଥିଲେ। ଏହାବ୍ୟତୀତ ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ପାଇଁ ବି ଦାବି ରଖିଥିଲେ। ହେଲେ ପ୍ରଧାନମନ୍ତ୍ରୀ ସକାରାତ୍ମକ ଉତ୍ତର ଦେଲେ କି ନକାରାତ୍ମକ ସେ ନେଇ ସେ କିଛି କହିନାହାନ୍ତି। ବରଂ ସର୍ବସାଧାରଣରେ ପ୍ରକାଶ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗର ଗସ୍ତବେଳେ କିନ୍ତୁ ପ୍ରଧାନମନ୍ତ୍ରୀ ଅପେକ୍ଷା କରିଥିଲେ ହେଁ ତାଙ୍କର ସମୟ ନାହିଁ କହି ସେବେ ମମତା ମୁଖ୍ୟସଚିବଙ୍କୁ ଧରି ଚାଲିଯାଇଥିଲେ। ଏହା ପରେ କେନ୍ଦ୍ର ସରକାର ତୀବ୍ର ଅସନ୍ତୋଷ ପ୍ରକାଶ କରି ତତ୍କାଳୀନ ମୁଖ୍ୟସଚିବ ଅଲପାନ୍ ବନ୍ଦୋପଧ୍ୟାୟଙ୍କୁ କେନ୍ଦ୍ର ସରକାରଙ୍କ ନିକଟକୁ ବଦଳି କରିଥିଲେ। ହେଲେ ମୁଖ୍ୟ ସଚିବ ଏହାକୁ ଗ୍ରହଣ ନ କରି ଚାକିରିରୁ ଅବସର ନେଇଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ।

ମମତା ଆଜି ଆହୁରି କହିଥିଲେ ଯେ ବିରୋଧୀ ଦଳର ନେତା, ଦୁଇ ମନ୍ତ୍ରୀ, ୪୦ ଜଣ ସାମ୍ବାଦିକଙ୍କ ସଂପର୍କରେ ଯେଉଁ ଗୁଇନ୍ଦାଗିରି କଥା ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଗମ୍ଭୀର ବିଷୟ। ପେଗାସସ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ତଦାରଖରେ ତଦନ୍ତ କରାଯିବା ଉଚିତ୍। ପୂର୍ବରୁ ସଂସଦରେ ବିରୋଧୀ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ବକ୍ତବ୍ୟ ଦାବି କରିଛନ୍ତି। ଏହି ଘଟଣାରେ ଅଭିଷେକ ବାନାର୍ଜୀଙ୍କ ନାମ ଥିବାରୁ ମମତା ଏହାକୁ ଗୁରୁତ୍ବର ସହିତ ନେଇଛନ୍ତି। ସୋମବାର ଦିନ ସେ ସୁପ୍ରିମ କୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ନେତୃତ୍ବରେ ଏକ ନ୍ୟାୟିକ ତଦନ୍ତ ଘୋଷଣା କରିଥିଲେ। ଅନେକ ବଙ୍ଗୀୟ ନେତାଙ୍କୁ ଟାର୍ଗେଟ କରାଯାଇଥିବା ପରିପ୍ରେକ୍ଷୀରେ ସେ ଏଭଳି ତଦନ୍ତ ନିର୍ଦେଶ ଦେଇଥିଲେ।

ମମତା କହିଛନ୍ତି ଯେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବା ଲାଗି ଚାହିଁଛନ୍ତି। ହେଲେ ସମସ୍ୟା ହେଉଛି, ତାଙ୍କୁ ଭେଟିବା ପୂର୍ବରୁ କୋଭିଡ୍ ଆର୍‌ଟିପିସିଆର୍ ପରୀକ୍ଷା କରିବାକୁ ହେବ। ଯଦିଓ ସେ ଟିକାର ଉଭୟ ଡୋଜ୍ ନେଇଛନ୍ତି, ତଥାପି ଏଠି କେଉଁଠି ଯାଇ ପରୀକ୍ଷା କରିବି? ବୋଲି କହିଛନ୍ତି ମମତା।

ସେ ଆସନ୍ତାକାଲି କିନ୍ତୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟୁଛନ୍ତି। ଏହି ଆଲୋଚନାକୁ ରାଜନୈତିକ ପଣ୍ଡିତମାନେ ବେଶୀ ଗୁରୁତ୍ବ ଦେଉଛନ୍ତି। ଆଜି ପୂର୍ବାହ୍ନରେ କଂଗ୍ରେସର ବରିଷ୍ଠ ନେତା କମଳ ନାଥ ଏବଂ ଆନନ୍ଦ ଶର୍ମାଙ୍କୁ ଭେଟିଥିଲେ। ସେହିଭଳି ଗୁରୁବାର ଦିନ ମମତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲଙ୍କୁ ବି ଭେଟିବେ। ଯାହା ସୂଚନା ମି​ଳୁଛି, ତାଙ୍କର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଜାଭେଦ ଅଖତର, ଶବାନା ଆଜମିଙ୍କ ସହିତ ମଧ୍ୟ ଏହି ରହଣୀ କାଳରେ ସାକ୍ଷାତ ହେବ।

ଉଲ୍ଲେଖଯୋଗ୍ୟ, ୨୦୨୪ରେ ଜାତୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ବିରୋଧରେ ମମତା ଯୁଦ୍ଧ ଘୋଷଣା କରିଛନ୍ତି। ନିକଟରେ ପଶ୍ଚିମବଙ୍ଗରେ ସେ ମୋଦୀଙ୍କୁ ଝଟକା ଦେବା ପରେ ସେ ଏଭଳି ଆଶାପୋଷଣ କରିଛନ୍ତି।

Leave A Reply

Your email address will not be published.