ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଆସନ୍ତା ମାସରୁ ପିଲାଙ୍କୁ ଟିକା!

0

ଆସନ୍ତା ମାସରୁ ଛୋଟ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ସଂକେତ ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ ଦେଶରେ ଅଗଷ୍ଟ ସୁଦ୍ଧା ପିଲାଙ୍କ ପାଇଁ ଟିକା ଆସିବାର ଆଶଙ୍କା ରହିଛି। ପୂର୍ବରୁ ବିଶେଷଜ୍ଞ ମାନେ ସେପଟେମ୍ବରରୁ ପିଲାଙ୍କୁ ଟିକାକରଣ ନେଇ ଆକଳନକରିଥିଲେ ।ଆଜି ସଂସଦ ଭବନରେ ବିଜେପି ସଂସଦୀୟ ଦଳ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଏନେଇ ସୂଚନା ଦେଇଛନ୍ତି । ଭ୍ୟାକସିନକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଂସଦ ମାନଙ୍କୁ ତଥ୍ୟ ଦେଉଥିଲେ । ଏହି ସମୟରେ ମନ୍ତ୍ରୀ କହିଥିଲେ ଯେ , ଆସନ୍ତା ମାସ ସୁଦ୍ଧା ପିଲାଙ୍କ ପାଇଁ ଟିକା ଆସିପାରେ ।

କରୋନାର ଦ୍ୱିତୀୟ ଲହର ପ୍ରଭାବ ଏଯାଏ କମିନଥିବା ବେଳେ ଆଗକୁ ତୃତୀୟଲହର ଆସିବା ନେଇ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି । ଦ୍ୱିତୀୟ ଲହରରେମଧ୍ୟ ଅଧିକାଂଶ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ତେଣୁ ତୃତୀୟ ଲହରରେ ଏହି ସଂଖ୍ୟା ବଢିବାର ସମ୍ଭାବନା ରହିଛି । ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଗଲେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଏବେ ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଛି ।

ଦେଶରେ ଏବେ ଭିନ୍ନ ଭିନ୍ନ ସ୍ତରରେ ଛୋଟ ପିଲାଙ୍କ ପାଇଁ ଟିକାର ପରୀକ୍ଷା କରାଯାଉଛି । ଭାରତ ବାୟୋଟେକର କୋଭାକ୍ସିନର ପରୀକ୍ଷା ଚାଲିଛି । ଯାହାର
ଚୂଡାନ୍ତ ଫଳାଫଳ ଅଗଷ୍ଟ, ସେପଟେମ୍ବର ଭିତରେ ଆସିବାର ଅନୁମାନ ରହିଛି ।ସେହିପରି ଜାଇଡସ କାଡିଲା ପକ୍ଷରୁ ଛୋଟ ପିଲାଙ୍କ ପାଇଁ ଭ୍ୟାକସିନର ପରୀକ୍ଷଣଶେଷ ହୋଇଛି । ଖୁବ ଶୀଘ୍ର ଏହାକୁ ମଂଜୁରୀ ମିଳିପାରେ ।

Leave A Reply

Your email address will not be published.