ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆସନ୍ତା ମାସରୁ ପିଲାଙ୍କୁ ଟିକା!

0

ଆସନ୍ତା ମାସରୁ ଛୋଟ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ସଂକେତ ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ ଦେଶରେ ଅଗଷ୍ଟ ସୁଦ୍ଧା ପିଲାଙ୍କ ପାଇଁ ଟିକା ଆସିବାର ଆଶଙ୍କା ରହିଛି। ପୂର୍ବରୁ ବିଶେଷଜ୍ଞ ମାନେ ସେପଟେମ୍ବରରୁ ପିଲାଙ୍କୁ ଟିକାକରଣ ନେଇ ଆକଳନକରିଥିଲେ ।ଆଜି ସଂସଦ ଭବନରେ ବିଜେପି ସଂସଦୀୟ ଦଳ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଏନେଇ ସୂଚନା ଦେଇଛନ୍ତି । ଭ୍ୟାକସିନକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଂସଦ ମାନଙ୍କୁ ତଥ୍ୟ ଦେଉଥିଲେ । ଏହି ସମୟରେ ମନ୍ତ୍ରୀ କହିଥିଲେ ଯେ , ଆସନ୍ତା ମାସ ସୁଦ୍ଧା ପିଲାଙ୍କ ପାଇଁ ଟିକା ଆସିପାରେ ।

କରୋନାର ଦ୍ୱିତୀୟ ଲହର ପ୍ରଭାବ ଏଯାଏ କମିନଥିବା ବେଳେ ଆଗକୁ ତୃତୀୟଲହର ଆସିବା ନେଇ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି । ଦ୍ୱିତୀୟ ଲହରରେମଧ୍ୟ ଅଧିକାଂଶ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ତେଣୁ ତୃତୀୟ ଲହରରେ ଏହି ସଂଖ୍ୟା ବଢିବାର ସମ୍ଭାବନା ରହିଛି । ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଗଲେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଏବେ ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଛି ।

ଦେଶରେ ଏବେ ଭିନ୍ନ ଭିନ୍ନ ସ୍ତରରେ ଛୋଟ ପିଲାଙ୍କ ପାଇଁ ଟିକାର ପରୀକ୍ଷା କରାଯାଉଛି । ଭାରତ ବାୟୋଟେକର କୋଭାକ୍ସିନର ପରୀକ୍ଷା ଚାଲିଛି । ଯାହାର
ଚୂଡାନ୍ତ ଫଳାଫଳ ଅଗଷ୍ଟ, ସେପଟେମ୍ବର ଭିତରେ ଆସିବାର ଅନୁମାନ ରହିଛି ।ସେହିପରି ଜାଇଡସ କାଡିଲା ପକ୍ଷରୁ ଛୋଟ ପିଲାଙ୍କ ପାଇଁ ଭ୍ୟାକସିନର ପରୀକ୍ଷଣଶେଷ ହୋଇଛି । ଖୁବ ଶୀଘ୍ର ଏହାକୁ ମଂଜୁରୀ ମିଳିପାରେ ।

Leave A Reply

Your email address will not be published.