ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଚକ୍ ଦେ ଇଣ୍ଡିଆ…

0


ଟିମ ଇଣ୍ଡିଆର ଦମଦାର କମବ୍ୟାକ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ। ବିଜୟ ପଥରେ ଆଉ ପାଦେ ଆଗେଇଛି ଭାରତୀୟ ପୁରୁଷ ହକି ଦଳ। ସ୍ପେନକୁ ୩-୦ରେ ପରାସ୍ତ କରିଛି ଭାରତ । ସ୍ପେନକୁ ଗୋଟିଏ ବି ଗୋଲ କରିବାକୁ ସୁଯୋଗ ଦେଇନଥିଲା ଭାରତ ।

ଟୋକିଓ ଅଲମ୍ପିକ୍ସରେ ଭାରତର ଏହା ଦ୍ୱିତୀୟ ବିଜୟ । ପ୍ରଥମ ମ୍ୟାଚରେ ନ୍ୟୁଜଲାଣ୍ଡକୁ ହରାଇଥିଲା ବେଳେ ଦ୍ୱିତୀୟ ମ୍ୟାଚରେ କିନ୍ତୁ ଅଷ୍ଟ୍ରେଲିଆଠୁ ପରାଜିତ ହୋଇଥିଲା ଭାରତ । ତେବେ ଆଜିର ବିଜୟ ପରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପରବର୍ତୀ ମ୍ୟାଚରେ ଭାରତ ଆର୍ଜେଣ୍ଟିନାକୁ ଭେଟିବ । ଆସନ୍ତା ୨୯ ତାରିଖରେ ଚତୃର୍ଥ ମୁକାବିଲା ହେବ।

ସେପଟେ କିନ୍ତୁ ଏୟାର ପିସ୍ତଲରେ ଆଜି ଭାରତକୁ ନିରାଶ ହେବାକୁ ପଡିଛି । ୧୦ ମିଟର ଏୟାର ପିସ୍ତଲରେ ପରାସ୍ତ ହୋଇଛି ଭାରତ । ମିକ୍ସଡ ଡବଲ ଷ୍ଟେଜ-୨ରେ ମନୁ ଭାକର-ସୌରଭ ଚୌଧୁରୀ ପରାଜିତ ହୋଇଛନ୍ତି । ଯଶସ୍ୱିନୀ ଦେଶୱାଲ-ଅଭିଷେକ ବର୍ମା ଷ୍ଟେଜ-୧ରେ ହାରିିଥିଲେ ।

Leave A Reply

Your email address will not be published.