ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ମନ୍ତ୍ରୀଙ୍କର ବିବେକ ନାହିଁ, ବିଭାଗ ବି ବେପରୁଆ

0
  • ଗଣଶିକ୍ଷା ବିଭାଗର ବୈମାତୃକ ମନୋଭାବକୁ ନେଇ ଭୀଷଣ ଅସନ୍ତୋଷ
  • ୫.୬୨ଲକ୍ଷ ଛାତ୍ରଛାତ୍ରୀ କଥା ବୁଝିଲେ, ଦୃଷ୍ଟି ଓ ଶ୍ରବଣ ବାଧିତଙ୍କୁ ଭୁଲିଗଲେ
  • ଅନ୍ଧାରରେ ୯ଟି ବିଦ୍ୟାଳୟର ୧୩୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
  • ସାମାଜିକ ସୁରକ୍ଷା ବିଭାଗର ଅନୁଦାନ ପାଇ ମଧ୍ୟ ସତ୍ତା ଉପରେ ପ୍ରଶ୍ନ
  • ୧୯୮୦ ପରଠୁ ଓଡ଼ିଶାରେ ନିର୍ମାଣ ହୋଇନି ନୂତନ ଦୃଷ୍ଟି ଓ ଶ୍ରବଣ ବାଧିତ ବିଦ୍ୟାଳୟ

ଭୁବନେଶ୍ୱର: ଚଳିତ ବର୍ଷ କରୋନା ସଂକ୍ରମଣ ଭୟରେ ରାଜ୍ୟରେ ମାଟ୍ରିିକ ପରୀକ୍ଷା କରାନଯାଇ ପରୀକ୍ଷାଫଳ ପ୍ରକାଶ କରାଯିବ ବୋଲି ରାଜ୍ୟସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ରାଜ୍ୟର ୫.୭ଲକ୍ଷ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଗଲା। କିନ୍ତୁ ଇତିମଧ୍ୟରୁ ୯ଟି ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟର ୧୩୯ଜଣ ଦୃଷ୍ଟି ଓ ଶ୍ରବଣ ବାଧିତ ଛାତ୍ରଛାତ୍ରୀ ବାଦ୍ ପଡ଼ିଯାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇନଥିବାରୁ ଏମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। କୌତୂହଳ କଥା ହେଉଛି, ବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶାସନ ସଚିବ ବୋର୍ଡ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଭିତ୍ତିଭୂମି ନାହିଁ ବୋଲି କହି ଗଣଶିକ୍ଷା ବିଭାଗ ଏହାକୁ ଏଡାଇ ଦେଇଛନ୍ତି। କେଉଁ ପରିସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଭୁଲିଗଲେ, ତାହା ବୁଦ୍ଧିଜୀବୀ ମହଲକୁ ତାଜୁବ୍ କରିଛି।

କୋଭିଡ଼-୧୯ ସଂକ୍ରମଣ ଭୟରେ ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ବାତିଲ୍ କରାଯାଇଥିଲା। ହେଲେ ୫ଲକ୍ଷ ୭୪ହଜାର ୧୨୫ଜଣ ଛାତ୍ରଛାତ୍ରୀ ପରୀକ୍କଷା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ୫ଲକ୍ଷ ୬୨ହଜାର ଛାତ୍ରଛାତ୍ରୀ ପାସ୍ ହୋଇଥିଲେ। କିନ୍ତୁ ଏହାମଧ୍ୟରୁ ୯ଟି ବିଦ୍ୟାଳୟର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟର ୧୩୯ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ଅପ୍ରକାଶିତ ରହିଯାଇଛି। ଏ ସଂପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ଯୋଗାଯୋଗ କରିଥିଲେ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶାସନ ସଚିବ ବୋର୍ଡ କତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଜୁଲାଇ ୧୧ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଏବଂ ଅନୁବନ୍ଧନ ନଥିବା କହି ଗଣଶିକ୍ଷା ବିଭାଗ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ ସିଧାସଳଖ ମନା କରିଦେଇଥିଲେ। ଏହାସହ ଜୁଲାଇ ୩୦ରେ ଅଫଲାଇନ୍ ପରୀକ୍ଷା କରାଯିବ ବୋଲି ନିଷ୍ପତି ନେଇଥିଲେ। ଏହାର ବିରୋଧରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିବା ପରଦିନ ହିଁ ମାନବାଧିକାର କର୍ମୀ ମନୋଜ ଜେନା କେସ୍ ଦାୟର କରିଛନ୍ତି ।

ତେବେ ଏହି ବିଦ୍ୟାଳୟଗୁଡ଼ିକ ଯଦି ଆଇନତଃ ହୋଇନାହିଁ, ତେବେ ପ୍ରତିବର୍ଷ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଶତ ପ୍ରତିଶତ ଅନୁଦାନ କିପରି ପ୍ରଦାନ କରାଯାଉଛି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ପାଇଁ ବ୍ରେଲି କିମ୍ବା ସାଂକେତିକ ଭାଷାରେ ପ୍ରଶ୍ନପତ୍ର ମଧ୍ୟ ପ୍ରସ୍ତୁତ କରାଯାଇନାହିଁ। କରୋନା ମହାମାରୀ ପରିସ୍ଥିତିରେ ଯାତାୟତ ଏବଂ ରହିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଏହି ଛାତ୍ରଛାତ୍ରୀମାନେ କିପରି ପରୀକ୍ଷା ଦେବେ ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୧୯୮୦ ମସିହା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ନୂତନ ଦୃଷ୍ଟି ଓ ଶ୍ରବଣ ବାଧିତ ବିଦ୍ୟାଳୟ ନିର୍ମାଣ କରାଯାଇନାହିଁ । ଫଳରେ ରାଜ୍ୟରେ ଦୃଷ୍ଟିହୀନ୍ନ ଓ ମୁକବଧିର ବିଦ୍ୟାଳୟ ନାମରେ କେବଳ ୪ଟି ସରକାରୀ ବିଦ୍ୟାଳୟ ରହିଛି। ଯେଉଁଥିରେ ପ୍ରତ୍ୟେକ ବର୍ଷ କେବଳ ୪୦ଜଣ ବିଦ୍ୟାର୍ଥୀ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବାର ବ୍ୟବସ୍ଥା ରହିଛି । ଫଳରେ ପାଠପଢ଼ିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ଆବସିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବାଧ୍ୟ ହେଉଛନ୍ତି। ଏପରି ପରିସ୍ଥିତିରେ ସରକାରଙ୍କ ଏପରି ନିଷ୍ପତି ଦୃଷ୍ଟିହୀନ୍ ଓ ମୁକବଧିର ଛାତ୍ରଛାତ୍ରୀଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛି ।

ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରେ ବାଲେଶ୍ୱର ଦୃଷ୍ଟିହୀନ ବିଦ୍ୟାଳୟ, କେନ୍ଦୁଝର ଦୃଷ୍ଟିହୀନ ବିଦ୍ୟାଳୟ, ସୁନ୍ଦରଗଡ଼ ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟ, ହେଲେନ୍‌କେଲର ବୀଣାପାଣି ଦୃଷ୍ଟିହୀନ ଓ ମୂକବଧିର ବାଳିକା ବିଦ୍ୟାଳୟ, ଅଭିନଚନ୍ଦ୍ର ଦୃଷ୍ଟିହୀନ ଉଚ୍ଚବିଦ୍ୟାଳୟ, ଭବନେଶ୍ୱରର ଲୁଇସ୍‌ବ୍ରେଲ ଦୃଷ୍ଟିହୀନ ବିଦ୍ୟାଳୟ, ସୁନ୍ଦରଗଡ଼ ରେଡ଼କ୍ରସ ମୁକବଧିର ବିଦ୍ୟାଳୟ, କଟକର ବେଲେଶ୍ୱର ମୁକବଧିର ଉଚ୍ଚବିଦ୍ୟାଳୟ, ନିଶ୍ଚିନ୍ତ କୋଇଲି ସ୍ଥିତ ମଦରଟେରେସା ମୁକବଧିର ଉଚ୍ଚବିଦ୍ୟାଳୟ, ନିମାପଡ଼ା ସ୍ଥିତ ପତିତପାବନ ଦୃଷ୍ଟିହୀନ୍ନ ମୁକବଧିର ବିଦ୍ୟାଳୟ ଓ ଭୁବନେଶ୍ୱରର ରାଜଧାନୀ ମୁକବଧିର ବିଦ୍ୟାଳୟ ରହିଛି ।

Leave A Reply

Your email address will not be published.